www.samajalive.in
Saturday, December 6, 2025
14.1 C
Bhubaneswar

ଦକ୍ଷିଣ-ପୂର୍ବ ଏସୀୟ ଦେଶର ଓଡିଆଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ କନଫରେନ୍ସ ; ଭାରତର ବିକାଶ ପାଇଁ ଶୃଜନଶୀଳ ଚିନ୍ତାଧରା ଦେବାକୁ ଆହ୍ୱାନ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପୂର୍ବକାଳରେ ଓଡିଆ ଲୋକମାନେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଗୁଡିକରେ ବେପାର ବଣିଜ କରି ବଡ ନାଁ କରିଥିଲେ। ବର୍ତ୍ତମାନ ଘଡିସନ୍ଧି ମୁହୂର୍ତରେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ମାନଙ୍କରେ ରହୁଥିବା ସଫଳ ଓଡିଆମାନେ ଭାରତ ତଥା ଓଡିଶାର ବିକାଶ ପାଇଁ ନୂତନ ଶୃଜନଶୀଳ ଚିନ୍ତାଧରା ପ୍ରଦାନ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ କରିଛନ୍ତି।

ଦକ୍ଷିଣ-ପୂର୍ବ ଏସୀୟ ଦେଶ ସମୂହ ଯଥା ଇଣ୍ଡୋନସିଆ, ମିଆଁମାର, ସିଙ୍ଗାପୁର, ଭିଏତନାମ, ମାଲେସିଆ ଓ ଥାଇଲାଣ୍ଡ ଆଦି ୬ଟି ଦେଶରେ ରହୁଥିବା ଓଡିଆ ବ୍ୟକ୍ତିବିଶେଷଙ୍କ ସହ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହା ଉପରେ ଆଲୋଚନା କରିଥିଲେ। ଏହି ଦେଶ ଗୁଡିକ ଅନ୍ତରାଷ୍ଟ୍ରୀୟ ସୀମା ସିଲ୍‍ କରିବା, ରାଷ୍ଟ୍ରୀୟ ଲକ୍‍ ଡାଉନ ତୁରନ୍ତ ଲାଗୁ କରିବା ସହ ଲକ୍‍ ଡାଉନ ନିୟମକୁ କଡାକଡି ପାଳନ କରି କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଥିବା ବୋଲି ଏହି ଆଲୋଚନାରେ ଅଂଶଗ୍ରହଣ କରି ଓଡିଆ ଲୋକାମାନେ ମତପ୍ରକାଶ କରିଥିଲେ। କରୋନା ମୁକାବିଲା ଓ ଆର୍ଥିକ ଗତିବିଧି ପ୍ରଭାବିତ ହେବା ପରବର୍ତୀ ଆର୍ଥିକ ସ୍ଥିତି ଓ ସେଥିରେ ଦକ୍ଷିଣ ପୂର୍ବ ଏସୀୟ ଦେଶ ସମୂହ ତଥା ଭାରତରେ ସମ୍ଭାବନା ସମ୍ପର୍କରେ ଏହି ପ୍ରମୁଖ ବ୍ୟକ୍ତିତ୍ୱ ମାନେ ଅନେକ ଆଶା ଓ ଆଶଙ୍କା ପ୍ରକାଶ କରିଥିଲେ। କରୋନା ପରେ ଚୀନରୁ ଶିଳ୍ପ ସଂସ୍ଥା ଅନ୍ୟଦେଶକୁ ସ୍ଥାନାନ୍ତର ପ୍ରକ୍ରିୟାରେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ତଥା ଭାରତକୁ ଅଧିକ ଲାଭ ମିଳିବ ବୋଲି ସେମାନେ ମତ ଦେଇଥିଲେ।

- Advertisement -

ଭାରତରେ ଦେଶବାସୀଙ୍କ ଡାଟା ଆଧାର, ସମସ୍ତଙ୍କର ବ୍ୟାଙ୍କ୍‍ ଖାତା ଓ ଏହା ମାଧ୍ୟମରେ ଅର୍ଥ ପ୍ରଦାନର ବ୍ୟବସ୍ଥା ତଥା ଭାରତୀୟଙ୍କ ଦକ୍ଷତା ବା କୌଶଳ ଓ ଦେଶରେ ଲଜିଷ୍ଟିକର ସୁବିଧା ଭାରତକୁ ସୁବିଧାଜନକ ସ୍ଥିତିରେ ରଖିବ ଓ ଭାରତ ପାଇଁ ଅଧିକ ଶିଳ୍ପ ଆକୃଷ୍ଟ ହେବ ବୋଲି ଓଡିଆ ଲୋକମାନେ ମତବ୍ୟକ୍ତ କରିଥିଲେ।

ଶ୍ରୀ ପ୍ରଧାନ ସେମାନଙ୍କ ସହ ଆଲୋଚନା କରି କହିଥିଲେ ଯେ କରୋନା ପରିସ୍ଥିତିରେ ଚୀନର ପାଖାପାଖି ହୋଇଥିଲେ ମଧ୍ୟ ଦକ୍ଷିଣ ପୂର୍ବ ଏସୀୟ ଦେଶ ଗୁଡିକ କରୋନାର ସଫଳ ମୁକାବିଲା କରିପାରିଛନ୍ତି। ବନ୍ଦେ ଭାରତ ମିଶନରେ ଭାରତ ସରକାର ବିଦେଶରେ ଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଜାରି ରଖିଛନ୍ତି। ଏହି କାମରେ ଏହି ଦେଶର ରହୁଥିବା ସଫଳ ଓଡିଆମାନେ ସହାୟକ ହୁଅନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।ଏହି ଅବସରରେ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଆରୋଗ୍ୟ ସେତୁ ଡାଉନଲୋଡ୍‍ କରିବା ପାଇଁ ପରାମର୍ଶ ଦେବା ସହ ଅନ୍ୟମାନଙ୍କୁ ଡାଉନଲୋଡ୍‍ କରିବା ପାଇଁ ସଚେତନତା କରିବାକୁ ପରାମର୍ଶ ଦେଇଥିଲେ।

ଏହି ଆଲୋଚନାରେ ଇଣ୍ଡୋନେସିଆ, ମିଆଁମାର, ସିଙ୍ଗାପୁର, ଭିଏତନାମ, ମାଲେସିଆ ଓ ଥାଇଲାଣ୍ଡ ଦେଶରେ ରହୁଥିବା ୧୫ ଜଣ ଓଡିଆ ସମୁଦାୟର ମୁଖ୍ୟ ଅଂଶଗ୍ରହଣ କରିଥିଲେ। ଇଣ୍ଡୋନେସିଆରୁ ଦେବର୍ଶୀ ଚରଣ ମଲ୍ଲିକ, ସରୋଜ କୁମାର ମହାନ୍ତି, ଅରୁଣ କୁମାର ନାୟକ, ମିଆଁମାରର ଶୀତଲ ପଲ୍ଲାବାବୁ, ଶ୍ରୀଯୁକ୍ତ ଜଗନ୍ନାଥ, ସିଙ୍ଗାପୁରରରୁ ସ୍ୱପ୍ନେନ୍ଦୁ ମହାନ୍ତି, ଆଲୋକ ପଣ୍ଡା, ଭିଏତନାମରୁ ନଭେନ୍ଦୁ ବେହେରା, ଶ୍ରୀମନ୍ତ ଜେନା, ମ୍ୟାଲେସିଆରୁ ରଙ୍ଗଧର ହରିଆ, ଦୀପ୍ତିରଞ୍ଜନ ନନ୍ଦ, ଡା. ସ୍ନିଗ୍ଧା ମିଶ୍ର, ସଞ୍ଜୟ ଦାଶ ଏବଂ ଥାଇଲ୍ୟାଣ୍ଡର ଏସ.ସି ମହାପାତ୍ର ଓ ବିଶ୍ୱାସ ମହାନ୍ତି ପ୍ରମୁଖ ଅଂଶ କରି ଆଲୋଚନାରେ ନିଜ ମତ ରଖିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories