www.samajalive.in
Saturday, December 6, 2025
16.1 C
Bhubaneswar

ସେବାୟତଙ୍କ ପରିବାରର ହେବ କରୋନା ଟେଷ୍ଟ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଆଜି ଦ୍ୱିତୀୟ ଦିନ । ରଥ ନିର୍ମାଣ କାମକୁ ତ୍ୱରାନ୍ଵିତ କରିବା ପାଇଁ ଲାଗି ପଡ଼ିଛନ୍ତି ବିଶ୍ୱକର୍ମା ମହାରଣା, ଭୋଇ ସେବକ ଓ ରୂପକାର ସେବକ । ରଥଖଳାକୁ ସଂପୂର୍ଣ୍ଣ ନିଷିଦ୍ଧାଞ୍ଚଳ କରାଯାଇଛି । ଏହାରି ମଧ୍ୟରେ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ.କିଷନ କୁମାର ରଥକାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ବିଶ୍ଵକର୍ମାଙ୍କ କରୋନା ଟେଷ୍ଟ କରାଯିବ ବୋଲି କହିଥିଲେ । ତେବେ ଆଜି ପୁଣିଥରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ନୂଆ ଘୋଷଣା କରାଯାଇଛି । ନୂଆ ଘୋଷଣ ଅନୁସାରେ ରଥ କାର୍ଯ୍ୟରେ ନିୟୋଜିତ ଥିବା ସେବାୟତଙ୍କ ପରିବାର ସଦସ୍ୟଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ସେବାୟତଙ୍କ ପରିବାର ସଦସ୍ୟଙ୍କର କରୋନା ଟେଷ୍ଟ କରିବା ପାଇଁ ପଦକ୍ଷେପ ନେବାକୁ ପୁରୀ ସିଡିଏମଓଙ୍କୁ କୁହାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ।

ତାଙ୍କ ସୂଚନା ଅନୁଯାୟୀ ରଥ କାମରେ ନିୟୋଜିତ ସେବାୟତଙ୍କୁ ନିୟମିତ ସଚେତନ କରାଯିବ । ରଥ କାମ ଶେଷ ଯାଏଁ ପ୍ରତ୍ୟହ କରୋନା ସମ୍ପର୍କରେ ସଚେତନ କରାଯିବ । ବିଶ୍ୱକର୍ମା ଓ ଭୋଇ ସେବାୟତଙ୍କୁ ସ୍ୱାସ୍ଥ୍ୟଅଧିକାରୀ ସଚେତନ କରିବେ । ପୁରୀ ଏଡିଏମଓଙ୍କ ନେତୃତ୍ୱାଧୀନ ଡାକ୍ତରୀ ଟିମ ସଚେତନ କରିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ଟି ସ୍ୱାସ୍ଥ୍ୟ ଟିମ ଗଠନ କରାଯାଇଛି । ରଥ ଖଳା, ଭକ୍ତ ନିବାସରେ ସ୍ୱତନ୍ତ୍ର ହେଲଥ ଟିମ ରହିବେ । ମୋବାଇଲ ଟିମ ମଧ୍ୟ ନିୟୋଜିତ ହୋଇ ଆକ୍ଟିଭ ସର୍ଭେଲାନ୍ସ କରିବେ ବୋଲି ଶ୍ରୀମନ୍ଦିିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି ।

- Advertisement -

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ସରିଥିଲେ ବି କରୋନା କଟକଣା ପାଇଁ  ରଥ କାର୍ଯ୍ୟ ହୋଇପାରିନଥିଲା । ଫଳରେ ଗତ ୧୨ ଦିନ ହେବ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା । ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ ହୋଇପାରିନଥିଲା । କେନ୍ଦ୍ର ସରକାରଙ୍କ ଅନୁମତି ପରେ ଜିଲ୍ଲାପାଳ ବିଶ୍ବକର୍ମା ଓ ଅନ୍ୟ ସେବକଙ୍କ ଜରୁରୀ ବୈଠକ ଡାକି ରଥ ନିର୍ମାଣ କାର୍ୟ୍ୟ ଆରମ୍ଭ ସଂପର୍କରେ ଆଲୋଚନା କରିଥିଲେ । ଆଲୋଚନା ପରେ ସମସ୍ତ ସେବକ ମାସ୍କ ପିନ୍ଧି କାମ ଆରମ୍ଭ କରିଛନ୍ତି । ସାନିଟାଇଜରର ବ୍ୟବହାର କରାଯାଉଛି । ରଥଖଳାକୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ କରାଯିବା ସହ ‌ଚାରିପାର୍ଶ୍ବରେ ଲୁହାର ବାରିକେଡ୍‌ ପକାଇ ପ୍ରବେଶ ବନ୍ଦ କରାଯାଇଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories