www.samajalive.in
Saturday, December 6, 2025
15.1 C
Bhubaneswar

ଧାନ ବସ୍ତା ପଡ଼ି ମାଆ, ଝିଅ ମୃତ ବାପା ଗୁରୁତର

ବ୍ରହ୍ମଗିରି : ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ହୁବାସାହି ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ଶୋଇଥିବା ସମୟରେ ଧାନବସ୍ତା ପଡ଼ି ଗୋଟିଏ ପରିବାରର ମା’, ଝିଅଙ୍କର ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଅବସ୍ଥାରେ ମେଡିକଶଳରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ହୁବାସାହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭୋଇ,ତାଙ୍କ ସ୍ତ୍ରୀ ସସ୍ମିତା ଭୋଇ ଓ ୧୨ ବର୍ଷିୟ ଝିଅ ସ୍ୱର୍ଣ୍ଣଲତା ଶୋଇଥିବା ବେଳେ ଘରେ ରଖାଯାଇଥିବା ୪ରୁ ଅଧିକ ଧାନ ବସ୍ତା ସେମାନଙ୍କ ଉପରେ ପଡିଯାଇଥିଲା । ଧାନ ବସ୍ତା ପଡିବା ଫଳରେ ୩ ଜଣ ତଳେ ଚାପିହୋଇ ରହିଯାଇଥିଲେ ।

ପୂର୍ଣ୍ଣଚନ୍ଦ୍ରଙ୍କ ଚିତ୍କାର ଶୁଣି ପଡୋଶୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ । ଆମ୍ବୁଲାନ୍ସ ନ ଆସିବାରୁ ଅଟୋ ଯୋଗେ ସେମାନଙ୍କୁ ପ୍ରଥମେ ରେବେଣ ନୂଆଗାଁ ଓ ପରେ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେତେବେଳକୁ ମାଆ ଓ ଝିଅଙ୍କ ମୃତ୍ୟୁ ହୋଇଯାଇଥିଲା । ବାପା ପୂର୍ଣ୍ଣଚନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ପୁରୀ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories