www.samajalive.in
Saturday, December 13, 2025
27.1 C
Bhubaneswar

ଆଜିଠାରୁ ପୁଣି ଗାଡ଼ି ଜବତ କରିବ ପୁଲିସ

କଟକ: ତୃତୀୟ ପର୍ୟ୍ୟାୟ ଲକ୍‍ଡାଉନ ଜାରି ରହିଥିବା ବେଳେ କଟକଣାକୁ ଆହୁରି କଡ଼ାକଡ଼ି କରିଛି କଟକ କମିସନରେଟ ପୁଲିସ। ନୂଆ ନିୟମ ଅନୁଯାୟୀ ଆଜିଠାରୁ ସହରରେ କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ସନ୍ଧ୍ୟା ୬ଟା ସୁଦ୍ଧା ବନ୍ଦ ରହିବ। ଏହି ସମୟ ପରଠାରୁ ସକାଳ ୭ଟା ପର୍ୟ୍ୟନ୍ତ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା କରାଯାଇଥିବାରୁ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ପାଇଁ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ନୂଆ ନିୟମ ସଂପର୍କରେ ବହୁ ଲୋକେ ଅବଗତ ନ ଥିବାରୁ ଗତକାଲି ଏଥିପାଇଁ କୋହଳ କରାଯାଇଥିଲା।

ଆଜିଠାରୁ ସନ୍ଧ୍ୟା ୬ଟାରେ ପରେ ବାଇକ୍‍ ଧରି ବାହାରେ ବୁଲିଲେ ପୂର୍ବପରି କାର୍ୟ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ଗାଡି ଜବତ କରାଯିବ ଏବଂ ଲକ୍‍ଡାଉନ ଜାରି ପର୍ୟ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ବିଭିନ୍ନ ଥାନା ପକ୍ଷରୁ ସେମାନଙ୍କ ଅଞ୍ଚଳରେ ମାଇକ ଯୋଗେ ପ୍ରଚାର କରାଯାଇଛି। କେବଳ ମେଡିକାଲ(ତତ୍‍ ସଂଲଗ ଦସ୍ତାବିଜ୍‍) ରହିଥିବା ଲୋକଙ୍କୁ ଛଡ଼ାଯିବ। ଅନ୍ୟ କୌଣସି ପରିସ୍ଥିତିରେ କାହାରିକୁ ନ ଛାଡିବା ପାଇଁ ଡିସିପି ଅଖିଳେଶ୍ୱର ସିଂହ ସବୁ ଥାନାକୁ ନିର୍ଦେଶ ଦେଇଛନ୍ତି।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories