www.samajalive.in
Monday, December 8, 2025
14.1 C
Bhubaneswar

ଭାରତରେ ପ୍ରବେଶ ପାଇଁ ୧୫୦ ଆତଙ୍କବାଦୀ ପ୍ରସ୍ତୁତ; ଡ଼୍ରୋନ୍ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: କରୋନା ଲଢ଼େଇରେ ଦେଶ ବ୍ୟସ୍ତ ଥିବାବେଳେ ସୀମା ଆରପଟେ ଦେଢ଼ଶହରୁ ଉର୍ଧ୍ବ ଆତଙ୍କବାଦୀ ଭାରତରେ ପ୍ରବେଶ ପାଇଁ କରିଛନ୍ତି ଅପେକ୍ଷା । ହାଣ୍ଡୱାରାରେ ଜଣେ ଆତଙ୍କବାଦୀ ମୃତ୍ୟୁ ପରେ ଏ ସଂକ୍ରାନ୍ତ ତଥ୍ୟ ଗୁଇନ୍ଦା ବିଭାଗ ହାତରେ ଲାଗିଛି । ଜାମ୍ମୁକାଶ୍ମୀର ପୁଲିସ ମହାନିର୍ଦେଶକ ଦିଲବାଗ ସିଂହ କହିଛନ୍ତି ସୀମା ଆରପଟେ ପ୍ରାୟ ଦେଢ଼ଶହ ଆତଙ୍କବାଦୀ ଭାରତରେ ପ୍ରବେଶ ନିମନ୍ତେ ଅପେକ୍ଷା କରିଛନ୍ତି ବୋଲି ଏକ ସୂଚନା ଆମ ନିକଟରେ ପହଞ୍ଚିଛି । ଏପରିକି ଡ଼୍ରୋନ ଦ୍ବାରା ସେମାନେ ଆକ୍ରମଣ କରିବାର ଆଶଙ୍କା ରହିଛି ବୋଲି ଶ୍ରୀ ସିଂହ କହିଛନ୍ତି ।  ୫ ଏପ୍ରିଲରେ ୫ ଜଣ କୁଖ୍ୟାତ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ କୁପୱାରେ ମୃତ୍ୟୁବରଣ କରିଥିଲେ । ଏହାପରେ ଏ ସଂକ୍ରାନ୍ତରେ ସୂଚନା ମିଳିିଥିଲା ଓ ପୁଲିସ ଏଥିପାଇଁ ଜାଗତିଆର ରହିଛନ୍ତି ବୋଲି ଡ଼ିଜି ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ଆଫଗାନିସ୍ତାନର ସୁରକ୍ଷାକର୍ମୀଙ୍କୁ ଗତ ମାସରେ ଏପ୍ରିଲ ୧୨ ତାରିଖରେ ଆତଙ୍କବାଦ ନିରୋଧ ମିଶନ ବେଳେ ଏକ ଆତଙ୍କବାଦୀ ଶିବିର ନଜରକୁ ଆସିଥିଲା | ଏହାପରେ ଏହି ଶିବିରରେ ଆକ୍ରମଣ କରି ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା | ଗିରଫ ଆତଙ୍କବାଦୀଙ୍କୁ ପଚରାଉଚୁରା ପରେ ଜଣାପଡିଥିଲା ଯେ, ସେଠାରେ ୬ରୁ ଅଧିକ ଆତଙ୍କବାଦୀ ଶିବିର ତିଆରି କରାଯାଇଛି |

- Advertisement -

ଅନୁରୂପ ଭାବରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ସେଠାରେ ୪୦୦ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଇ ପ୍ରସ୍ତୁତ କରିଛି | ଏମାନେ ଯେକୌଣସି ସମୟରେ କାଶ୍ମୀରରେ ଆତଙ୍କ ସୃଷ୍ଟି କରିପାରନ୍ତି ବୋଲି ସୂଚନା ମିଳିଛି । ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ହଟାଇ ଦିଆଯିବ ପରେ ପାକିସ୍ତାନ ସୁଯୋଗ ଅପେକ୍ଷାରେ ରହିଛି ।  ସେଥିପାଇଁ ଜାମ୍ମୁ କାଶ୍ମୀରକୁ ଟାର୍ଗେଟ କରି ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଆଫଗାନିସ୍ତାନରେ ନିଜର ନୂଆ ପ୍ରଶିକ୍ଷଣ ଶିବିର ତିଆରି କରିଛି | ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ବିସ୍ତାର କରିବା ପାଇଁ ଏହି ଶିବିରରେ ୪୦୦ ଆତଙ୍କବାଦୀଙ୍କୁ ଟ୍ରେନିଂ ଦିଆଯାଉଛି | କାଶ୍ମୀର ଘାଟିରେ ଆତଙ୍କ ସୃଷ୍ଟି କରିବା ପୂର୍ବରୁ ଏହି ସମସ୍ତ ଆତଙ୍କବାଦୀଙ୍କୁ ତାଲିବାନ ୟୁନିଟରେ ନିୟୋଜିତ କରାଯାଇଥିଲା |

କାବୁଲରେ ଥିବା ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ଜୈସର ଏହି ଆତଙ୍କବାଦୀଙ୍କୁ ପୂର୍ବାଞ୍ଚଳ ଆଫଗାନିସ୍ତାନର ଖୋସ୍ତ ରୁ ଜଲାଲାବାଦ ଏବଂ ପାକିସ୍ତାନ ସୀମା ନିକଟବର୍ତ୍ତୀ କନ୍ଧାର ଅଞ୍ଚଳରେ ତାଲିବାନ ୟୁନିଟ ସହ ନିୟୋଜିତ କରାଯାଇଛି | କାଶ୍ମୀରରେ ଆତଙ୍କ ସୃଷ୍ଟି କରିବା ପାଇଁ ଏମାନଙ୍କୁ ଏହି ଶିବିରରେ ଟ୍ରେନିଂ ଦିଆଯାଉଛି | ଏହି ୟୁନିଟ ଜରିଆରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ, ତାଲିବାନ ଓ ଜୈସ-ଏ-ମହମ୍ମଦ ମଧ୍ୟରେ ଯୋଗାଯୋଗ ସ୍ଥାପନ କରୁଛି ବୋଲି ଜାମ୍ମୁକାଶ୍ମୀର ପୁଲିସ ସୂତ୍ରରୁ ସୂଚନା ମିଳିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories