ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଗ୍ରାମରେ ମଙ୍ଗଳବାର ବିଷାକ୍ତ ଛତୁ ଖାଇ ୩ଟି ପରିବାରର ୬ଜଣ ସଦସ୍ୟ ଗୁରୁତର ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ମହୁଲଡିହା ଗ୍ରାମର ୩ଟି ପରିବାରର ସଦସ୍ୟମାନେ ନିକଟ ଜଙ୍ଗଲରେ ଫୁଟିଥିବା ଛତୁକୁ ଆଣି ଘରେ ରୋଷେଇ କରି ଖାଇଥିଲେ। ଛତୁ ଖାଇବାର ପ୍ରାୟ ୧ ଘଣ୍ଟା ପରେ ସମସ୍ତଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି କରିବା ଆରମ୍ଭ ହୋଇଥିଲା। ପରେ ସମସ୍ତ ଆକ୍ରାନ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ସେଠାରେ ସମସ୍ତଙ୍କୁ ଚିକିତ୍ସାପରେ ଅବସ୍ଥା ଗୁରୁତର ହେବାରୁ କରଞ୍ଜିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିଲା।



