ଇସଲାମାବାଦ୍ : ଯଦି ସୁଯୋଗ ମିଳେ ତେବେ ମୁଁ ଭାରତୀୟ କ୍ରିକେଟ୍ ଦଳର ବୋଲିଂ କୋଚ୍ ହେବି ବୋଲି ସୋମବାର କହିଛନ୍ତି ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର। ଅଖତର ସୋସିଆଲ୍ ନେଟୱାର୍କିଂ ଆପ୍ ’ହେଲୋ’ ରେ ଏହି ଅଫର୍ ଦେଇଛନ୍ତି। ଭବିଷ୍ୟତରେ ସେ ଭାରତୀୟ ବୋଲିଂ ୟୁନିଟରେ ଯୋଗଦେବାକୁ ଚାହୁଁଛନ୍ତି କି ନାହିଁ ବୋଲି ପଚରା ଯାଇଥିବା ପ୍ରଶ୍ନରେ ଅଖତର ସ୍ବଇଛା ପ୍ରକାଶ କରିଛନ୍ତି।
ଅଖତର କହିଛନ୍ତି, ମୋର କାମ ହେଉଛି ବୋଲିଂକୁ ନେଇ ଜ୍ଞାନ ବାଣ୍ଟିବା। ଯାହା ଶିଖିଛି ତାହା ଅନ୍ୟମାନଙ୍କ ସହିତ ବାଣ୍ଟିବାରେ ମୋର କୌଣସି ଆପତ୍ତି ନାହିଁ। କ୍ରିକେଟରେ ବର୍ତ୍ତମାନ ଥିବା ଦ୍ରୁତ ବୋଲରମାନଙ୍କ ଅପେକ୍ଷା ମୁଁ ଅଧିକ ଆକ୍ରମଣାତ୍ମକ, ଦ୍ରୁତ ଏବଂ ଚ୍ୟାଲେଞ୍ଜର ବୋଲର ପ୍ରସ୍ତୁତ କରିପାରିବି ବୋଲି ଅଖତର କହିଛନ୍ତି।
ସୁଯୋଗ ମିଳିଲେ ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ହେବି : ଅଖତର୍
Popular Categories



