www.samajalive.in
Friday, December 5, 2025
26.1 C
Bhubaneswar

କେରଳରେ ନିର୍ଯ୍ୟାତିତ ଶତାଧିକ ଓଡିଆ ମହିଳା ଶ୍ରମିକଙ୍କୁ ଉଦ୍ଧାର ପାଇଁ କେରଳ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବୈଜୟନ୍ତ

କେନ୍ଦ୍ରାପଡା : ଗଣମାଧ୍ୟମର ପ୍ରକାଶିତ ଏକ ଖବର ଆଧାରରେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କେରଳରେ ହଜାରରୁ ଉର୍ଦ୍ଧ୍ବ ନିର୍ଯ୍ୟାତିତ ଓଡିଆ ମହିଳା ଶ୍ରମିକଙ୍କୁ ଉଦ୍ଧାର ପାଇଁ କେରଳ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲାର ରାଜନଗର ବ୍ଲକର କଣ୍ଡିରା, କୁରୁଣ୍ଟି, ସାତଭାୟା ପଞ୍ଚାୟତ ଓ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ପଞ୍ଚାୟତର ଶହ ଶହ ମହିଳା ଓ ଯୁବତୀ କେରଳର ଏର୍ନ୍ନାକୁଲମ୍‌ ଜିଲାର ଏକ ଘରୋଇ କପଡା କମ୍ପାନୀ କିଟେକ୍ସ ଗାର୍ମେଣ୍ଟରେ ଟେଲରିଂ କାର୍ଯ୍ୟ କରନ୍ତି। କରୋନା କଟକଣା ଲାଗୁ ପରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଖାଦ୍ୟପେୟ ନ ଦେଇ ମାଗଣା କାମ କରାଇବା ସହ ଧମକ ଦେଉଥିବା କିଛି ଯୁବତୀ ଲୁଚି ଛପି ଫୋନ ଯୋଗେ କାନ୍ଦି କାନ୍ଦି ଘର ଲୋକଙ୍କୁ ଜଣାଇଥିଲେ ଏବଂ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଗୁହାରି କରିଛନ୍ତି। ସେମାନଙ୍କୁ ଠିକ୍‌ ଭାବେ ଖାଇବାକୁ ଦିଆଯାଉନି କି ପାରିଶ୍ରମିକ ବି ମିଳୁନି। ମହିଲା ଶ୍ରମିକ ମାନଙ୍କୁ ଟେଲରିଂ ସହ ଘର କାମରେ ନିୟୋଜିତ କରାଯାଉଛି ଏବଂ ବାହାରକୁ ଯିବାକୁ ଅନୁମତି ଦିଆନଯାଇ ନାନା ପ୍ରକାର ଧମକ ଚମକ ଦିଆଯିବା ସହ ପୁଲୁସ ଲଗାଇ ଚାପ ପକାଯାଉଥିବା କିଛି ଯୁବତୀ ଅଭିଯୋଗ କରିଛନ୍ତି।

- Advertisement -

ଏହି ଖବର ଜାଣିବାପରେ ଶ୍ରୀ ପଣ୍ଡା କେରଳ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ମହିଳା ଶ୍ରମିକ ମାନଙ୍କୁ ଉଦ୍ଧାର କରି ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବା ସହ ସେମାନଙ୍କ ଓଡିଶା ଫେରିବା ପାଇଁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ବିନମ୍ର ଅନୁରୋଧ କରିଛନ୍ତି। ଶ୍ରୀ ପଣ୍ଡା ଗତ ମାସ ୨୫ ତାରିଖରେ, ଫେରିବାକୁ ଥିବା ପ୍ରବାସୀ ଓଡିଆଙ୍କ ପାଇଁ କେନ୍ଦ୍ରାପଡାରେ ନିଜ ସାଂସଦ ପାଣ୍ଠି ନିର୍ମିତ ପ୍ରକଳ୍ପଗୁଡିକୁ ସଙ୍ଗରୋଧ କେନ୍ଦ୍ର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ।

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories