www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ଯୋଦ୍ଧା ପୁଲିସ ଅଧିକାରୀଙ୍କୁ ବିଜେପିର ସଂବର୍ଦ୍ଧନା

ପିପିଲି : ମହାମାରୀ କରୋନା ମୁକାବିଲାରେ କାର୍ଯ୍ୟରତ ପିପିଲି ଥାନାର କରୋନା ଯୋଦ୍ଧା ପୁଲିସ ବାହିନୀକୁ ସୋମବାର ଜିଲା ବିଜେପି ପକ୍ଷରୁ ସଂବର୍ଦ୍ଧିତ କରାଯାଇଛି । ପୁରୀ ଜିଲା ବିଜେପି ସଭାପତି ତଥା ପିପିଲି ବ୍ଲକ ପୂର୍ବତନ ଅଧ୍ୟକ୍ଷ ଆଶ୍ରିତ ପଟ୍ଟନାୟକ ଆଜି ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଶରତ କୁମାର ସାହୁ, ଏସ୍‍ଆଇ ସନ୍ଦୀପ କୁମାର ଦାସ, ସୁରମା ସ୍ୱାଇଁ, ସଂଘମିତ୍ରା ଚାନ୍ଦ, ଏଏସଆଇ ଶେଷଦେବ ସୁବୁଦ୍ଧି, ରବିନ୍ଦ୍ର ନାୟକ, ସାନ୍ତନୁ ନାୟକ, ଗଙ୍ଗାଧର ପ୍ରଧାନ, ଚିତ୍ତରଞ୍ଜନ ମହାରାଣା ପ୍ରମୁଖଙ୍କୁ ଉତ୍ତରୀୟ ସହ ଅଭିନନ୍ଦନ ପତ୍ର ଦେଇ ଧନ୍ୟବାଦ ଅର୍ପଣ କରିଥିଲେ। ଆଇଆଇସି ଶ୍ରୀ ସାହୁ ଅଭିନନ୍ଦନ ପତ୍ର ଗ୍ରହଣ କରି ନିଜ ପ୍ରତିକ୍ରୀୟାରେ ଲକ୍‍ଡାଉନ କଟକଣାକୁ ମାନିଥିବାରୁ ପିପିଲିବାସୀଙ୍କୁ ସେ ସାଧୁବାଦ ଦେବା ସହ ବର୍ତ୍ତମାନ ସମୟରେ ଆମେ ପ୍ରତ୍ୟେକ ନିଜକୁ ଜଣେ ଜଣେ ଯୋଦ୍ଧା ଭାବି ସେହି ଅନୁସାରେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ଜାରି ରଖିଲେ ନିଶ୍ଚିତ ଭାବେ କରୋନା ହାରିବ ବୋଲି କହିଛନ୍ତି। ଏଥିସହ ବ୍ଲକ ପଶୁଚିକିତ୍ସା ଅଧିକାରୀ ସୁରେଶ ଚନ୍ଦ୍ର ବେହେରାଙ୍କୁ ମଧ୍ୟ ତାଙ୍କ କାର୍ଯ୍ୟାଳୟରେ ସମ୍ମାନିତ କରାଯାଇଥିଲା।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories