www.samajalive.in
Saturday, December 6, 2025
23.1 C
Bhubaneswar

ଲକଡାଉନ ୩.୦ :  ଗୃହ ମନ୍ତ୍ରଣାଳୟର ନୂଆ ନିୟମ, ଜୋନ୍ ଅନୁଯାୟୀ କଟକଣା କୋହଳ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଲକଡାଉନ୍ ଅବଧି ୨ ସପ୍ତାହ ବୃଦ୍ଧି କରାଯାଇଛି । ଏହି ସହିତ ତେତେକ ନୂଆ କଟକଣା ଜାରି କରାଯାଇଛି । ବିଭିନ୍ନ ଜୋନ ଅନୁସାରେ କଟକଣାକୁ କହାକଡି ଅବା କୋହଳ କରାଯାଇଛି।

-ରେଡ୍ ଜୋନରେ ଅନେକ ପ୍ରତିବନ୍ଧକ ରହିବ ବୋଲି ଗୃହ ମନ୍ତ୍ରଣାଳୟ କହିଛି ।

– ରେଡ୍‌ ଜୋନ ଏରିଆରେ ନରେଗା କାମ, ନିର୍ମାଣ କାମ, ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷି କାର୍ଯ୍ୟ ହୋଇପାରିବ ।

-ରେଡ୍‌ ଜୋନ ଏରିଆରେ ବାଇକ୍‌ରେ କେବଳ ଜଣେ ଯାଇପାରିବେ ।

– ସମସ୍ତ ଅଞ୍ଚଳରେ ସମସ୍ତ ଅନାବଶ୍ୟକ କାର୍ଯ୍ୟକଳାପ ପାଇଁ ବ୍ୟକ୍ତିବିଶେଷଙ୍କ ଯାତାୟାତ ସକାଳ ୭ ଟାରୁ ସନ୍ଧ୍ୟା ୭ଟା  ମଧ୍ୟରେ ସୀମିତ ରହିବ।

-ରାତି ୭ରୁ ସକାଳ ୭ଟା ଯାଏ ଯାତାୟାାତ ନେଇ କଟକଣା।

-ଏଠାରେ ସାଇକେଲ ରିକ୍ସା, ଅଟୋ ରିକ୍ସା, ଟ୍ୟାକ୍ସି ଏବଂ କ୍ୟାବ ସେବା ଉପଲବ୍ଧ ହେବ ନାହିଁ ।

-ଗୋଟିଏ ଜିଲ୍ଲା ମଧ୍ୟରୁ ଅନ୍ୟ ଜିଲ୍ଲା ମଧ୍ୟରେ ବସ୍ ସେବା ମଧ୍ୟ ବନ୍ଦ ରହିବ।-ସ୍ପା ଓ ସେଲୁନ୍ ଖୋଲିବ ନାହିଁ

– ସାରା ଦେଶରେ ରେଳ, ବିମାନ , ମେଟ୍ରୋ ସେବା ଏବଂ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତାୟାତ ବନ୍ଦ ରହିବ।

– ବିଦ୍ୟାଳୟ, କଲେଜ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟ ଚାଲିବ ନାହିଁ ।

-ଗ୍ରୀନ ଜୋନରେ ୫୦% ଯାତ୍ରୀଙ୍କ ସହିତ ବସ ଚଳାଚଳ କରିବ।

-ଅରେଞ୍ଜ ଜୋନରେ ଟ୍ୟାକ୍ସି ଏବଂ କ୍ୟାବ ସେବାକୁ ଅନୁମତି ଦିଆଯିବ କିନ୍ତୁ ଡ୍ରାଇଭର ସହିତ କେବଳ ଜଣେ ଯାତ୍ରୀ ଯାତ୍ରା କରିପାରିବେ।

-ଲକଡାଉନ୍ ବୃଦ୍ଧି ଆଦେଶର ପାରା ୧୧ ରେ ସଂଶୋଧନ କରି ଗୃହ ମନ୍ତ୍ରଣାଳୟ, ଅରେଞ୍ଜ ଜୋନରେ ଟ୍ୟାକ୍ସି ଏବଂ କ୍ୟାବ ଏଗ୍ରିଗେଟରଙ୍କୁ କେବଳ ୧ ଡ୍ରାଇଭର ଏବଂ ୨ ଜଣ ଯାତ୍ରୀ ଅନୁମତି ଦେବେ ।

-ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, ଗ୍ରୀନ୍ ଜୋନରେ ଥିବା ମଦ ଦୋକାନ ଏବଂ ପାନ ଦୋକାନକୁ ଅତି କମରେ ୬ ଫୁଟ ଦୂରତା ସୁନିଶ୍ଚିତ କରି ଖୋଲିବାକୁ ଅନୁମତି ଦିଆଯିବ। ଏଥିସହ ଏହା ନିଶ୍ଚିତ ହେବା ଆବଶ୍ୟକ ଯେ ଦୋକାନରେ ପାଞ୍ଚରୁ ଅଧିକ ବ୍ୟକ୍ତି ଉପସ୍ଥିତ ନାହାଁନ୍ତି।

-ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି।

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories