www.samajalive.in
Saturday, December 6, 2025
23.1 C
Bhubaneswar

ଗୋଟିଏ ନୁହେଁ କି ଦୁଇଟା ନୁହେଁ ପାଞ୍ଚ ଜଣ ପିଲାଙ୍କୁ ଜନ୍ମ ଦେଲେ ମହିଳା : ସମସ୍ତେ ସୁସ୍ଥ

ବାରବାଙ୍କୀ : କରୋନା ମୁକାବିଲା ପାଇଁ ସବୁଠି ଲକଡାଉନ। ବହୁ ଲୋକ ଅସୁବିଧାରେ ରହିଥିବା ବେଳେ ଉତ୍ତରପ୍ରଦେଶର ବାରବାଙ୍କୀ ଅଂଚଳର ଗୋଟିଏ ପରିବାର ପାଇଁ ଖୁସିର ଖବର। ଜଣେ ମହିଳା ୫ ଜଣ ଶିଶୁଙ୍କୁ ଜନ୍ମ ଦେଇଥିବା ବେଳେ ସମସ୍ତେ ସୁସ୍ଥ ଅଛନ୍ତି।

ସୂଚନା ଅନୁଯାୟୀ, କୁତଲୁପୁର ଅଂଚଳର କୃଷକ କୁନ୍ଦନ ଗୌତମଙ୍କ ପତ୍ନୀ ଅନୀତା ଗର୍ଭବତୀ ଥିଲେ। ବୁଧବାର ତାଙ୍କୁ ସୁରତଗଞ୍ଜ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କର ୫ଟି ସନ୍ତାନ ଜନ୍ମ ନେଇଥିଲେ। ସେମାନଙ୍କ ମଧ୍ୟରୁ ୩ଟି ଝିଅ ଥିବା ବେଳେ ୨ଟି ପୁଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଓଜନ ୧୧ଶହ ଗ୍ରାମ ଲେଖାଏଁ ହୋଇଥିବା ଆଉ ୨ ଜଣଙ୍କର ୯ଶହ ଓ ଅନ୍ୟ ଜଣଙ୍କର ଓଜନ ୮ଶହ ଗ୍ରାମ ଥିବା ଜଣାପଡିଛି। ମହିଳାଙ୍କ ଏହା ଦ୍ବିଦୀୟ ପ୍ରସବ। ପୂର୍ବରୁ ତାଙ୍କର ଗୋଟିଏ ପୁଅ ଅଛି। ଏକାସଙ୍ଗେ ୫ ପିଲା ଜନ୍ମ ନେଇ ଉଭୟ ପତି ଓ ପତ୍ନୀ ଖୁସି ବ୍ୟକ୍ତ କରିଥିବା ବେଳେ ସେମାନଙ୍କ ଲାଳନ ପାଳନକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories