ନୂଆଦିଲ୍ଲୀ : କରୋନା ସଂକ୍ରମଣ ରୋକିବାକୁ ଦେଶରେ ଲକଡାଉନ କରାଯାଇଥିବାରୁ ବାକି ରହିଥିବା ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ହେବନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। କଟକଣା କୋହଳ ହେବା ପରେ ସ୍ଥିତିକୁ ଦେଖି ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ କରାଯିବ। ପରୀକ୍ଷା ତାରିଖର ୧୦ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ ବୋଲି ସିବିଏସଇ ପକ୍ଷରୁ ଟ୍ବିଟ ଜରିଆରେ ସୂଚନା ଦିଆଯାଇଛି। ଲକଡାଉନ ଯୋଗୁ ପରୀକ୍ଷା ହୋଇପାରି ନଥିବା ୨୯ଟି ବିଷୟ ଉପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂଶୟ ସୃଷ୍ଟି ହୋଇଥିଲା। ଏପରିକି ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନିଷ ସିସୋଦିଆ ପରୀକ୍ଷା କରାଯିବା ସମ୍ଭବ ନୁହେଁ ବୋଲି କହିଥିଲେ। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦ୍ବେଗକୁ ଦୃଷ୍ଟିରେ ରଖି ସିବିଏସଇ ପକ୍ଷରୁ ଏହା ଉପରେ ସ୍ପଷ୍ଟ କରି ଦିଆଯାଇଛି।
Popular Categories



