www.samajalive.in
Sunday, December 7, 2025
26.1 C
Bhubaneswar

କୋଭିଡ ହସ୍ପିଟାଲ ଓ ସଙ୍ଗରୋଧ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାରଙ୍କ ପତ୍ର

ନୂଆଦିଲ୍ଲୀ : କୋଭିଡ ହସ୍ପିଟାଲ ଓ ସଙ୍ଗରୋଧ କେନ୍ଦ୍ରରେ ଦିବ୍ୟାଙ୍ଗଜନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଲାଗି ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ପତ୍ର ଲେଖିଛନ୍ତି । ଦିବ୍ୟାଙ୍ଗଜନଙ୍କ ନିମନ୍ତେ ଆବଶ୍ୟକ ରହଣି, ସଙ୍ଗରୋଧ କେନ୍ଦ୍ର ସୁବିଧା ସହ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପତ୍ର ଲେଖିଛନ୍ତି । ଏଥିରେ କୋଭିଡ-୧୯ ପରୀକ୍ଷା ମଧ୍ୟ ଅନ୍ତର୍ଭୁକ୍ତ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଲେଖିଥିବା ପତ୍ରରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ସଚିବ ଶକୁନ୍ତଳା ଡି.ଗାମଲିନ ଲେଖିଛନ୍ତି ଯେ, ମହାମାରୀର ପ୍ରକୋପକୁ ହ୍ରାସ କରିବା ପାଇଁ ଅଧିକାଂଶ କୋଭିଡ-୧୯ କେନ୍ଦ୍ରରେ ଏକାନ୍ତବାସ, ସଙ୍ଗରୋଧ କେନ୍ଦ୍ର, ସାମ୍ପୁଲ ପରୀକ୍ଷାଗାର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଚିକିତ୍ସା ସୁଯୋଗ ରହିଛି । ଦିବ୍ୟାଙ୍ଗମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଆବଶ୍ୟକତା ଠାରୁ କମ, ସ୍ଵଳ୍ପ ବୁଝିବା ଶକ୍ତି ଏବଂ ସେମାନଙ୍କ ଆବଶ୍ୟକତା ଅନୁସାରେ କୋଭିଡ-୧୯ ହସ୍ପିଟାଲରେ ଆନୁଷଙ୍ଗିକ ବ୍ୟବସ୍ଥାର ଅଭାବ ସେମାନଙ୍କୁ ଆହୁରି ଅସୁବିଧାରେ ପକାଇବାର ସୁଯୋଗ ରହିଛି ।

ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗ ଏ ସଂକ୍ରାନ୍ତରେ ଜାରି କରିଥିବା ନିୟମାବଳୀ ଅନୁସାରେ ଭାବର ଆଦାନ ପ୍ରଦାନ, ଦିବ୍ୟାଙ୍ଗଜନ ଓ ସେମାନଙ୍କ ସହାୟକଙ୍କ ପାଇଁ ନିରାପତ୍ତା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଏବଂ ଠାରରେ ବୁଝାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଅନ୍ତର୍ଭୁକ୍ତ । କୋଭିଡ-୧୯ କେନ୍ଦ୍ରଗୁଡିକରେ ଏଗୁଡ଼ିକର ସୁବିଧା ସୁନିଶ୍ଚିତ କରାଇବା ଆବଶ୍ୟକ ।

- Advertisement -

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଦିବ୍ୟାଙ୍ଗଜନଙ୍କ ପାଇଁ ଉଦ୍ଦିଷ୍ଟ ଆବଶ୍ୟକତା ପ୍ରତି ବିଶେଷକରି ମହାମାରୀ କାଳରେ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି । ମୌଳିକ ଆବଶ୍ୟକତାଗୁଡିକ ମଧ୍ୟରେ ନିମ୍ନୋକ୍ତ ବିଷୟଗୁଡିକ ଅନ୍ତର୍ଭୁକ୍ତ –

-ଚକଲଗା ଗାଡି ବ୍ୟବହାର କରୁଥିବା ଦିବ୍ୟାଙ୍ଗଙ୍କ ହାତ ପାହାନ୍ତାରେ ସାନିଟାଇଜର, ଗ୍ଳୋଭ, ସାବୁନ, ୱାସ ବେସିନ ରହିବା ଆବଶ୍ୟକ

-ସରଳ ଓ ରେଖାଙ୍କିତ ପଦ୍ଧତିରେ ବିଭିନ୍ନ ଆବଶ୍ୟକ ସାମଗ୍ରୀର ଚିତ୍ର ରହିବା ଆବଶ୍ୟକ

-ରେଲିଙ୍ଗ ସହ ରାମ୍ପ ବ୍ୟବସ୍ଥା

-କମ ଉଚ୍ଚତା ବିଶିଷ୍ଟ ରିସେପ୍ସନ, ଟେଷ୍ଟିଙ୍ଗ ଓ ଫର୍ମାସୀ କାଉଣ୍ଟରodia news

-ଡାକବାଜି ଯନ୍ତ୍ର ଯୋଗେ ବିଭିନ୍ନ ସୂଚନା ପ୍ରଦାନ

-ଦିବ୍ୟାଙ୍ଗମାନଙ୍କୁ ସହାୟତା କରିବା ପାଇଁ ଅନ୍ତତଃ ଗୋଟିଏ ଲିଫ୍ଟରେ ଲିଫ୍ଟମେନ ନିଯୁକ୍ତି

-ବିଶେଷକରି ରୁମ ସହିତ ଯୋଡିହୋଇ ରହିଥିବା ଶୌଚାଳୟ ବ୍ୟବସ୍ଥା

-ମାନସିକ ରୋଗଗ୍ରସ୍ତ ବ୍ୟକ୍ତି ଯଦି କୋଭିଡ-୧୯ ଦ୍ଵାରା ଆକ୍ରାନ୍ତ ହୋଇଥିବେ, ତେବେ ତାଙ୍କ ସହାୟକଙ୍କ ପାଇଁ ରୋଗୀ ପ୍ରକୋଷ୍ଠ ସଂଲଗ୍ନ କ୍ୟାବିନ ବ୍ୟବସ୍ଥା

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories