ଭୁବନେଶ୍ୱର : କରୋନା ଯୁଦ୍ଧରେ ଗୋଟିଏ ପରିବାରର ୫ ସଦସ୍ୟା। ହେଲେ ବୃତ୍ତି ଭିନ୍ନ ଭିନ୍ନ। କିଏ ପୁଲିସ ହୋଇ ସେବା କରୁଛି ତ ଆଉ କିଏ ହସ୍ପିଟାଲ ଏବଂ ଯୋଗାଣ ବିଭାଗରେ ରହି ଲୋକଙ୍କ ସେବାରେ ସମର୍ପିତ ହୋଇଛନ୍ତି।
ଫରେଷ୍ଟର ଭାବେ କାର୍ଯ୍ୟରତ ସୁଦୀପ୍ତା ନାୟକ କମିସନରେଟ ପୁଲିସକୁ ଯାଞ୍ଚରେ ସହାୟତା କରୁଛନ୍ତି। ସୁଦୀପ୍ତାଙ୍କ ସହ ତାଙ୍କ ପରିବାରର ଆଉ ୫ ସଦସ୍ୟ ଏହି ଭୂତାଣୁ ଯୁଦ୍ଧାରେ ସାମିଲ ହୋଇଛନ୍ତି। ତାଙ୍କ ବାପା ଶିରିଷ ନାୟକ କୋରାପୁଟ ଜିଲା କୋଟପାଡ଼ରେ ପଞ୍ଚାୟତ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛନ୍ତିି। ସେ ଉକ୍ତ ଅଞ୍ଚଳରେ କ୍ୱାରେଣ୍ଟାଇନ୍ ସେଣ୍ଟର ବୁଝିବା ଦାୟିତ୍ୱରେ ରହିଛନ୍ତି। ମା’ ଶୋଭାରାଣୀ ନାୟକ ଅଙ୍ଗନବାଡ଼ି କର୍ମୀ ଭାବେ ଗାଁକୁ ଗାଁ ବୁଲି ଶିଶୁ ଓ ମହିଳାଙ୍କ ସେବାରେ ଲାଗିଛନ୍ତି। ସେହିପରି ସ୍ୱାମୀ ହିମାଂଶୁ ଶେଖର କୋଟପାଡ଼ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି। ଭଉଣୀ ସୁନନ୍ଦା ନାୟକ କୋଟପାଡ଼ରେ ଯୋଗାଣ ଅଧିକାରୀ ଭାବେ ଲୋକଙ୍କୁ ଚାଉଳ, ଗହମ ଓ ଭତ୍ତା ଦେବାରେ ନିୟୋଜିତ ଅଛନ୍ତି। ସପରିବାର କରୋନା ଭୂତାଣୁ ମୁକାବିଲା କରିବା ସହ ଭୟଭୀତ ହେଉନାହାନ୍ତିି। ଲୋକଙ୍କୁ ରକ୍ଷା ଲାଗି ଅସଲି ଯୋଦ୍ଧା ହୋଇ ନିଜର କର୍ତ୍ତବ୍ୟ କରୁଛନ୍ତି।
ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜ ପରିବାର ଏକତ୍ର ହୋଇ ଲୋକଙ୍କୁ ସେବା ଯୋଗାଉଥିବାରୁ ସେ ବହୁତ ଖୁସି ଅଛନ୍ତି ବୋଲି ସୁଦୀପ୍ତା କହିଛନ୍ତି।



