www.samajalive.in
Friday, December 5, 2025
26.1 C
Bhubaneswar

ଖୋର୍ଦ୍ଧା-ଭୁବନେଶ୍ବରରେ ଶତାଧିକ ବଙ୍ଗୀୟ ଫେରନ୍ତା : ନିରବ ରହିଛି ପ୍ରଶାସନ

ଭୁବନେଶ୍ୱର : ଓଡ଼ିଶା ପାଇଁ ଏବେ ବଙ୍ଗୀୟ ଫେରନ୍ତା ଏବଂ ତାଙ୍କ ଲିଙ୍କ ଚିନ୍ତା ବଢ଼ାଇଛି। ଏହାକୁ ନେଇ ସପ୍ତାହେ ହେଲା ୪ଜିଲା ପ୍ରଶାସନର ନିଦ ହଜି ଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ପ୍ରଭୃତି ଜିଲାରେ ପ୍ରାୟ ୪୦ଟି କଣ୍ଟେନମଣ୍ଟ ଜୋନ୍ ହୋଇସାରିଲାଣି। ହେଲେ ଏଥିରୁ ଅନ୍ୟଜିଲା ପ୍ରଶାସନ କିଛି ଶିଖିବା ଭଳି ମନେହେଉ ନାହିଁ। ଦୀପ ତଳ ଅନ୍ଧାର ନ୍ୟାୟରେ ଖୋର୍ଦ୍ଧା ଜିଲାରେ ଶତାଧିକ ବଙ୍ଗୀୟ ଫେରନ୍ତା ଲିଙ୍କ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ତଥ୍ୟ ଉପରୁ ପରଦା ହଟିନାହିଁ। ସେମାନଙ୍କ ମଧ୍ୟରୁ କିଏ କେଉଁଠି ଅଛି ତା’ର ନମୁନା ପରୀକ୍ଷା ଗଲା କି ନାହିଁ ଏବଂ ତା’ର କଣ୍ଟାକ୍ଟରେ କିଏସବୁ ଆସିଛନ୍ତି ସବୁ ତଥ୍ୟ ଖୋର୍ଦ୍ଧା ପ୍ରଶାସନିକ ଅଧିକାରୀମାନେ ଗୋପନ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଯେତେସବୁ ବଙ୍ଗୀୟ ଲିଙ୍କ ଖୋର୍ଦ୍ଧା ଓ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଆସି ରହିଛନ୍ତି ସେମାନଙ୍କ ଲିଙ୍କ ବାହାର କରି ତୁରନ୍ତ ଅବଗତ କରାଇବା ଲାଗି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶିକା ଶାଳିନୀ ପଣ୍ଡିତ ୫ଦିନ ତଳୁ ଚିଠି ଲେଖିଲେଣି। ମାତ୍ର ଏପର୍ଯ୍ୟନ୍ତ ଜିଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ପାରି ନଥିବା ଅଭିଯୋଗ ହୋଇଛି।

ପଶ୍ଚିମବଙ୍ଗ ଲିଙ୍କ ପାଇଁ ​ଖୋର୍ଦ୍ଧା ଜିଲାବାସୀ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଫୋନ ଟ୍ରାକିଂ ଜରିଆରେ ପ୍ରାୟ ୨୫୦ଜଣ ବଙ୍ଗୀୟ ଫେରନ୍ତା ଖୋର୍ଦ୍ଧା ଜିଲାର ବାଲୁଗାଁ,ଚିଲିକା, ଜଟଣୀ, ଟାଙ୍ଗୀ ସହିତ ଭୁବନେଶ୍ବର ଏବଂ ବାଙ୍କୀ​‌େ​‌ର ରହିିଛନ୍ତି। ଗତ କିଛିଦିନ ମଧ୍ୟରେ ସଂପୃକ୍ତ ବ୍ୟକ୍ତିମାନେ ଜିଲାର କୋଣ ଅନୁକୋଣରେ ଆସି ପହଞ୍ଚିଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କ ନମୁନା ପରୀକ୍ଷା କରାଯିବା ନେଇ ଜିଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ କି ବିଏମସି ମଧ୍ୟ କିଛି କହୁନାହିଁ। ଯଦି ଆଗାମୀ ଦିନରେ ସେମାନଙ୍କ ଲିଙ୍କରେ କିଛି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୁଏ ତେବେ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

- Advertisement -

ଏନଏଚଏମର ବିଏସଏନଏଲ୍ ଫୋନ ଟ୍ରାକିଂ ରିପୋର୍ଟ ଅନୁଯାୟୀ ଭୁବନେଶ୍ବରର ଆଇଗିଣିଆ, ଚନ୍ଦ୍ରଶେଖରପୁର, ଖାରବେଳନଗର, ବାଲିଅନ୍ତା, ଗାଡ଼କଣ, ବାଣୀବିହାର, ଲିଙ୍ଗିପୁର, ଜୟଦେବବିହାର, ଭିଏସଏସନଗର, ଶିଶୁ ବିହାର, ସତ୍ୟନଗର, କୋଳଥିଆ, ଧର୍ମବିହାର, କିଟ ଅଞ୍ଚଳ, ସିଆରପିଏଫ, ଖଣ୍ଡଗିରି ବି,ଜବେି ନଗର, ଗୌତମ ନଗର, ଶାନ୍ତିବିହାର, ସହିଦନଗର, ଆଇଆରସି ଭିଲେଜ, ବୁଦ୍ଧପାର୍କ, କଳାରାହାଙ୍ଗ, ହଂସପାଳ, ଲକ୍ଷ୍ମୀସାଗର, ଆଚାର୍ଯ୍ୟବିହାର, ଡୁମୁଡୁମା, ସୁନ୍ଦରପଦା, ଭକ୍ତବନ୍ଧୁନଗର ପ୍ରଭୃତି ଅଞ୍ଚଳ ରହିଛି। ଏହାବାଦ୍ ଖୋର୍ଦ୍ଧା ଜିଲାର ମୁକୁନ୍ଦପ୍ରସାଦ, , ଜଙ୍କିଆ, ଓଳସିଂହ ପ୍ରଭୃତି ଅଞ୍ଚଳରେ ବଙ୍ଗ ଫେରନ୍ତା ଓ ତାଙ୍କ ଲିଙ୍କ ରହିଛି।

ଏ ସମ୍ପର୍କରେ ଖୋର୍ଦ୍ଧା ଜିଲାପାଳ ସୀତାଂଶୁ ରାଉତଙ୍କୁ ଯୋଗାଯୋଗ କରାଯିବାରେ ସେ ଏ ସମ୍ପର୍କରେ ଗଣମାଧ୍ୟମକୁ କିଛି କୁହାଯାଇପାରିବ ନାହିଁ ବୋଲି କହିଥିଲେ। ତେବେ ପ୍ରତିଷେଧକମୂଳକ କିପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି ପଚରାଯିବାରେ ସେ ନିରୁତ୍ତର ରହିଥିଲେ।

ଅନ୍ୟପକ୍ଷରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ କହିବା କଥା ହେଲା ଗତ ୨୮ଦିନ ଧରି ବିଏମସି ପକ୍ଷରୁ ସଂପୃକ୍ତ ଫୋନ ନମ୍ବରଗୁଡିକୁ କଣ୍ଟାକ୍ଟ ଟ୍ରେସିଂ କରାଯାଇ ନମୁନା ପରୀକ୍ଷା କରାଯାଇଛି। ଏବେ ସେମାନଙ୍କ ପାଇଁ ଆଉ ଭୟ ନାହିଁ। ତେବେ ଯଦି ସେମାନଙ୍କ ଭିତରୁ କାହାର ପଜିଟିଭ ବାହାରେ ତାହାଲେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ। ଏନେଇ ରାଜଧାନୀବାସୀ ଭୟଭୀତ ହେବାର ଆବଶ୍ୟତା ନାହିଁ ବୋଲି ଶ୍ରୀ ଚୌଧାରୀ କହିଛନ୍ତି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories