www.samajalive.in
Friday, December 5, 2025
26.1 C
Bhubaneswar

କରୋନା ଯୁଦ୍ଧରେ ପରିବାରର ୫ ସଦସ୍ୟ

ଭୁବନେଶ୍ୱର : କରୋନା ଯୁଦ୍ଧରେ ଗୋଟିଏ ପରିବାରର ୫ ସଦସ୍ୟା। ହେଲେ ବୃତ୍ତି ଭିନ୍ନ ଭିନ୍ନ। କିଏ ପୁଲିସ ହୋଇ ସେବା କରୁଛି ତ ଆଉ କିଏ ହସ୍ପିଟାଲ ଏବଂ ଯୋଗାଣ ବିଭାଗରେ ରହି ଲୋକଙ୍କ ସେବାରେ ସମର୍ପିତ ହୋଇଛନ୍ତି।
ଫରେଷ୍ଟର ଭାବେ କାର୍ଯ୍ୟରତ ସୁଦୀପ୍ତା ନାୟକ କମିସନରେଟ ପୁଲିସକୁ ଯାଞ୍ଚରେ ସହାୟତା କରୁଛନ୍ତି। ସୁଦୀପ୍ତାଙ୍କ ସହ ତାଙ୍କ ପରିବାରର ଆଉ ୫ ସଦସ୍ୟ ଏହି ଭୂତାଣୁ ଯୁଦ୍ଧାରେ ସାମିଲ ହୋଇଛନ୍ତି। ତାଙ୍କ ବାପା ଶିରିଷ ନାୟକ କୋରାପୁଟ ଜିଲା କୋଟପାଡ଼ରେ ପଞ୍ଚାୟତ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛନ୍ତିି। ସେ ଉକ୍ତ ଅଞ୍ଚଳରେ କ୍ୱାରେଣ୍ଟାଇନ୍‌ ସେଣ୍ଟର ବୁଝିବା ଦାୟିତ୍ୱରେ ରହିଛନ୍ତି। ମା’ ଶୋଭାରାଣୀ ନାୟକ ଅଙ୍ଗନବାଡ଼ି କର୍ମୀ ଭାବେ ଗାଁକୁ ଗାଁ ବୁଲି ଶିଶୁ ଓ ମହିଳାଙ୍କ ସେବାରେ ଲାଗିଛନ୍ତି। ସେହିପରି ସ୍ୱାମୀ ହିମାଂଶୁ ଶେଖର କୋଟପାଡ଼ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି। ଭଉଣୀ ସୁନନ୍ଦା ନାୟକ କୋଟପାଡ଼ରେ ଯୋଗାଣ ଅଧିକାରୀ ଭାବେ ଲୋକଙ୍କୁ ଚାଉଳ, ଗହମ ଓ ଭତ୍ତା ଦେବାରେ ନିୟୋଜିତ ଅଛନ୍ତି। ସପରିବାର କରୋନା ଭୂତାଣୁ ମୁକାବିଲା କରିବା ସହ ଭୟଭୀତ ହେଉନାହାନ୍ତିି। ଲୋକଙ୍କୁ ରକ୍ଷା ଲାଗି ଅସଲି ଯୋଦ୍ଧା ହୋଇ ନିଜର କର୍ତ୍ତବ୍ୟ କରୁଛନ୍ତି।

ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜ ପରିବାର ଏକତ୍ର ହୋଇ ଲୋକଙ୍କୁ ସେବା ଯୋଗାଉଥିବାରୁ ସେ ବହୁତ ଖୁସି ଅଛନ୍ତି ବୋଲି ସୁଦୀପ୍ତା କହିଛନ୍ତି।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories