www.samajalive.in
Friday, December 12, 2025
15.1 C
Bhubaneswar

କରୋନା ଯୋଦ୍ଧାଙ୍କୁ ସାମାଜିକକର୍ମୀଙ୍କ ସମ୍ବର୍ଦ୍ଧନା

ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକରେ କାର୍ୟ୍ୟରତ କରୋନା ଯୋଦ୍ଧାମାନଙ୍କୁ ଆଜି ପେଣ୍ଠପଡା ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ପଞ୍ଚାୟତର ସାମାଜିକକର୍ମୀମାନେ ଏହି ସମ୍ବର୍ଦ୍ଧନା ପ୍ରଦାନକରି ଉଦାହରଣ ସୃଷ୍ଟି କରିଛନ୍ତି। ତହସିଲଦାର କସ୍ତୁରୀ ପ୍ରଧାନ, ବି.ଡି.ଓ ସରୋଜ କୁମାର ଦତ୍ତ, ଆଇଆଇସି ଦେବୀ ପ୍ରସାଦ ପାତ୍ର, ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱଜିତ ମିଶ୍ର, ୱାର୍ଡ ସ୍ବେଚ୍ଛାସେବୀ ସଂଗଠନର ନୋଡାଲ ଅଧିକାରୀ ସୁନୀଲ କୁମାର ପଣ୍ଡା, ଅଗ୍ନିଶମ ଅଧିକାରୀ ମନୋଜ କୁମାର ପାତ୍ର, ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ନନ୍ଦ, ସରପଞ୍ଚ ବାସନ୍ତୀ ବେହେରା, ସମିତି ସଭ୍ୟା ଗୀତାରାଣୀ ଭୋଇ, ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଗଣମାଧ୍ୟମ ପ୍ରତିନିଧି ଓ ୱାର୍ଡ ମେମ୍ବର ପ୍ରମୁଖଙ୍କୁ ଉତ୍ତରୀୟ ଓ ଫୁଲ ତୋଡ଼ା ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ପଞ୍ଚାୟତର ସାମାଜିକକର୍ମୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଅନିଲ କୁମାର ସାହୁ, ପ୍ରତାପ ମହାଭୋଇ, ଦେବାଶିଷ ହୋତା ଓ ଅଜୟ ମହାପାତ୍ର ପ୍ରମୁଖଙ୍କ ସହିତ ଅନ୍ୟମାନେ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories