www.samajalive.in
Thursday, December 11, 2025
15.1 C
Bhubaneswar

ଆସନ୍ତାକାଲି ଆକାଶରୁ ଖସିବ ହିମାଳୟ ଆକୃତିର ଉଲକା ପିଣ୍ଡ, ସେକେଣ୍ଡକୁ ଗତି ୮.୭୨ କିଲୋମିଟର

କରୋନା ସହ ସାରା ପୃଥିବୀର ଲଢ଼େଇ ଚାଲିଥିବାବେଳେ ଅନ୍ତରୀକ୍ଷରୁ ଆସୁଥିବା ଏହି ବଡ଼ ବିପତ୍ତିକୁ ନେଇ ମହାକାଶବିଜ୍ଞାନୀମାନେ ବିବ୍ରତ । କାରଣ ଏହି ଉଲକା ପିଣ୍ଡ ଯେଉଁ ଗତି ଓ ଯେଉଁ ଦିଗ ଦେଇ ଗତି କରିବ ବୋଲି ଆକଳନ କରାଯାଇଛି ସେଥିରେ ସାମାନ୍ୟ ପରିବର୍ତନ ହେଲେ ଏହାର ପରିଣତି ଅତ୍ୟନ୍ତ ଭୟଙ୍କର ହେବାର ଆଶଙ୍କା ରହିଛି ।
ମାର୍କିନ ଅନ୍ତରୀକ୍ଷ ବିଜ୍ଞାନ ସଂସ୍ଥା ‘ନାସା’ ପ୍ରାୟ ଦେଢ଼ମାସ ପୂର୍ବରୁ ପୃଥିବୀ ଆଡ଼କୁ ଏକ ବଡ଼ ଉଲକା ପିଣ୍ଡ ତୀବ୍ରଗତିରେ ଆସୁଥିବା ସତର୍କ ସୂଚନା ଦେଇଥିଲା । ଏପରିକି ଏହାର ଆକାର ପୃଥିବୀର ସବୁଠାରୁ ବଡ଼ ପର୍ବତ ମାଉଣ୍ଟ ଏଭେରେଷ୍ଟଠାରୁ ବହୁ ଗୁଣ ବଡ଼ ବୋଲି ମଧ୍ୟ ନାସା ବୈଜ୍ଞାନିକମାନେ ଆକଳନ କରିଥିଲେ । ଏତେ ତୀବ୍ର ଗତିରେ ଓ ବିଶାଳ ଆକାରର ଯଦି କିଛି ବସ୍ତୁ ପୃଥିବୀ ସହ ଧକ୍କା ଖାଏ ତେବେ ତେବେ ଅନେକ ଦେଶ ଧ୍ବଂସ ପାଇଯିବାର ଆଶଙ୍କା ରହିଛି ବୋଲି ନାସା କହିଥିଲା। ସେହିପରି ପୃଥିବୀରେ ବିଶାଳ ସୁନାମୀ ବି ଆସିବାର ଆଶଙ୍କା କଥା କୁହାଯାଇଥିଲା ।
ତେବେ ପରବର୍ତୀ ସମୟରେ ନାସା ପକ୍ଷରୁ ବିବ୍ରତ ନ ହେବାକୁ ଆଶ୍ବାସନା ଦିଆଯାଇଥିଲା । ପୃଥିବୀଠାରୁ ୬୩ ଲକ୍ଷ କିଲୋମିଟର ଦୂର ଦେଇ ଏହି ଆଷ୍ଟ୍ରୋଏଡ଼୍ ଗତି କରିବ ବୋଲି ସୂଚନା ଦିଆଯାଇଥିଲା। ଏହି ଆଷ୍ଟ୍ରୋଏଡ଼୍ର ନାମ ୫୨୭୬୮ (୧୯୯୮ ଓଆର୍୨) ନାମ ଦିଆଯାଇଛି ।  ଏହି ଉଲକା ପିଣ୍ଡକୁ ନାସା ପ୍ରଥମେ ୧୯୯୮ରେ ଦେଖିଥିଲା । ଏହାର ବ୍ୟାସ ୪ କିଲୋମିଟର ଓ ଘଣ୍ଟାପ୍ରତି ଗତି ୩୧୩୧୯ କିଲୋମିଟର ବୋଲି କୁହାଯାଉଛି । ଅର୍ଥାତ୍ ଏହା ସେକେଣ୍ଡକୁ ୮.୭୨ କିଲୋମିଟର ଗତି କରୁଛି । ଏହା ରକେଟର ଗତିଠାରୁ ୩ଗୁଣରୁ ଅଧିକ ।
ଆସନ୍ତାକାଲି ଆମେରିକୀୟ ସମୟ ଅପରାହ୍ନ ୩.୨୬ ମିନିଟରେ ଏହି ଆଷ୍ଟ୍ରୋଏଡ଼୍ ପୃଥିବୀର ନିକଟତର ହେବ । ତେବେ ଏହି ସମୟରେ ଆକାଶରେ ସୂର୍ଯ୍ୟ ଥିବାରୁ ତାହାକୁ ଖାଲି ଆଖିରେ ଦେଖିବା ହୁଏତ ସମ୍ଭବପର ହେବ ନାହିଁ ।
ମହାକାଶ ବିଜ୍ଞାନୀ ଡ଼. ଷ୍ଟିଭେନ ପ୍ରାବ୍ଦୋଙ୍କ ସୂଚନା ଅନୁସାରେ ଉଲ୍କା ପିଣ୍ଡ ୫୨୭୬୮ (1998 OR 2) ସୂର୍ଯ୍ୟଙ୍କୁ ଥରେ ପରିକ୍ରମଣ ନିମନ୍ତେ ୧୩୪୦ ଦିନ ଅର୍ଥାତ୍ ୩.୭ ବର୍ଷ ନେଇଥାଏ । ଏହାପରେ ପୁଣିଥରେ ପୃଥିବୀ ନିକଟକୁ ଆସିବାକୁ ଏହାକୁ ଅନ୍ୟୁନ ୧୧ ବର୍ଷ ଲାଗିବ । ୨୦୩୧ ମେ ୧୮ ତାରିଖରେ ଏହା ପୁଣିଥରେ ପୃଥିବୀର ନିକଟତର ହେବ ଓ ସେତେବେଳକୁ ପୃଥିବୀ ଓ ଏହି ଉଲ୍କା ମଧ୍ୟରେ ଦୂରତ୍ବ ୧.୯କୋଟି କିଲୋମିଟର ରହିବ । ବିଜ୍ଞାନୀମାନଙ୍କ ସୂଚନା ଅନୁସାରେ ପ୍ରତିବର୍ଷ ପ୍ରାୟ ୫୦ ହଜାରରୁ ଊର୍ଧ ଉଲ୍କା ପିଣ୍ଡ ପୃଥିବୀର ନିକଟତର ହୋଇଥାଆନ୍ତି । ଏହାମଧ୍ୟରୁ କିଛି ପୃଥିବୀରେ ପଡ଼ିଥାଆନ୍ତି ଆଉ କିଛି ପୃଥିବୀ ନିକଟ ଦେଇ ମହାକାଶରେ ଧ୍ବଂସ ପାଇ ଯାଆନ୍ତି । ଡ଼ା. ବ୍ରୁସଙ୍କ ମତରେ ଛୋଟଛୋଟ ଉଲ୍କା ପିଣ୍ଡଗୁଡ଼ିକର ଆକାର କିଛି ମିଟର ହୋଇଥାଏ ଓ ଏହା ପୃଥିବୀରେ ପଡ଼ିବା ଆଗରୁ ବାୟୁମଣ୍ଡଳରେ ଧକ୍କା ଖାଇ ପାଉଁଶ ପାଲଟି ଯାଆନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories