ଖସିଆସିଲେ ୩୦ ଶ୍ରମଜୀଵୀ
ପାଟଣା : କୋରେଇ ଅଞ୍ଚଳରେ କାମ କରିବାକୁ ଯାଇଥିବା ପାଟଣା ଓ ଘଟଗାଁ ବ୍ଳକ ଅଞ୍ଚଳର ୩୦ ଜଣ ଶ୍ରମଜୀଵୀ କରୋନା କଟକଣା ସମୟରେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବାରୁ ରାତାରାତି ସେଠାରୁ ଖସି ଆସିଛନ୍ତି । ସେମାନେ ଚାଲି ଚାଲି ଫେରୁଥିବା ବେଳେ ରଗଡି ଠାରେ ପୁଲିସ ସେମାନଙ୍କୁ ଅଟକାଇ ଥିଲା। ସେମାନଙ୍କ ଅସହାୟତା ଜାଣିବା ପରେ ସେଠାକାର ପୁଲିସ ଏହି ଶ୍ରମଜୀଵୀମାନଙ୍କୁ ଏକ ଗାଡ଼ିରେ ପାଟଣା ପଠାଇଥିଲା। ଗତରାତି ସେମାନେ ପାଟଣାରେ ପହଞ୍ଚିବା ପରେ ପାଟଣା ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ପାଟଣାର ୧୬ ଜଣ ବୟସ୍କ ଓ ୯ ଜଣ ଶ୍ରମଜୀଵୀଙ୍କୁ ନିଜ ଗ୍ରାମ ସ୍ଵାମ ଶାସନର ଏକ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ରଖିଥିବା ବେଳେ ମାଧପୁର ଗ୍ରାମର ୩ ଜଣ ଶ୍ରମଜୀଵୀଙ୍କୁ ମଧ୍ୟ ସଙ୍ଗରୋଧରେ ରଖାଯାଇଛି। ସେହିପରି ପାଟଣା ନିକଟ ଘଟଗାଁ ବ୍ଳକ ସରାଶପଶି ପଞ୍ଚାୟତ ଭରାଣ୍ଡିଆ ଗ୍ରାମର ୨ ଜଣ ଶ୍ରମଜୀଵୀଙ୍କୁ ସେହି ଗ୍ରାମକୁ ପଠାଇ ସେଠାରେ ମଧ୍ୟ ସେମାନଙ୍କୁ ସଂଗରୋଧରେ ରଖାଯାଇଛି ।
Comments are closed.