www.samajalive.in
Monday, December 8, 2025
16.1 C
Bhubaneswar

କରୋନା ଉପଡେଟ୍- ରାଜ୍ୟରେ କରୋନା ସଂଗ୍ରାମରେ ଜିତିଲେଣି ୩୭

ଭୁବନେଶ୍ବର : ବଢୁଛି ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା। ଗୋଟିଏ ପଟେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବାବେଳେ ଅନ୍ୟପଟେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି। ଧିରେଧିରେ କରୋନା ରୋଗୀସୁସ୍ଥ ହଉଛନ୍ତି ଯାହା ରାଜ୍ୟପାଇଁ ଶୁଭସଙ୍କେତ ବା ଖୁସିଖବର କହିପାରିବା। ହେଲେ କରୋନା ରୋଗୀଙ୍କ ସଂଖ୍ୟା ଏକ ଅଙ୍କରୁ ଆରମ୍ଭ ହୋଇ ୩ ଅଙ୍କ ଛୁଇଁଲାଣି। ସରକାର କରୋନାକୁ ପରାସ୍ତ କରିବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି। ଏହାକୁ ହରାଇବା ପାଇଁ ସରକାର ଲକଡାଉ ଓ ସଟଡାଉନ କରୁଥିବାବେଳେ କିଛି ଅମନିଆଙ୍କ ପାଇଁ ଏହା ଦ୍ରୃତ ଗତିରେ ବଢି ଚାଲିଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ଫେରନ୍ତା ମଧ୍ୟ ଚିନ୍ତା ବଢାଇଛନ୍ତି। ୧୪ ଦିନର କ୍ବାରେଣ୍ଟାଇନରେ ରହିଲାପରେ ମଧ୍ୟ ଲକ୍ଷଣ ଜଣାପଡୁନାହିଁ ହେଲେ ରକ୍ତ ନମୂନା ପରୀକ୍ଷାରେ କରୋନା ପଜିଟିଭି ଜଣାପଡୁଛି ଯାହା ଏବେ ଚିନ୍ତାର ବିଷୟ ପାଲଟିଛି। ଏହାସହ ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ହୋଇ ୧୧୦ ରେ ପହଞ୍ଚିଛି।  ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୩ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ମୋଟ ଓଡ଼ିଶାର ୧୧ଟି ଜିଲାରେ କରୋନ ଭୂତାଣୁରେ କାୟା ବିସ୍ତାର କରିସାରିଛି ।

ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୧

- Advertisement -

ଖୋର୍ଦ୍ଧା ୪୬   (ସକ୍ରିୟ ରୋଗୀ ୨୦, ସୁସ୍ଥ ୨୫, ମୃତ ୧)

ଭଦ୍ରକ ୧୬     (ସକ୍ରିୟ ୧୪, ସୁସ୍ଥ ୨)

ଯାଜପୁର ୧୯   ( ସକ୍ରିୟ ୧୮, ସୁସ୍ଥ ୧)

ବାଲେଶ୍ବର ୧୬   (ସକ୍ରିୟ ୧୬)

ସୁନ୍ଦରଗଡ଼ ୦୬   ( ସକ୍ରିୟ ୩, ସୁସ୍ଥ ୩)

କେନ୍ଦ୍ରାପଡ଼ା ୦୨  (ସକ୍ରିୟ ୧, ସୁସ୍ଥ ୧ )

କୋରାପୁଟ ୦୧ ( ସକ୍ରିୟ ୧)

କଳାହାଣ୍ଡି ୦୨    (ସୁସ୍ଥ-୨)

କଟକ ୦୧       (ସୁସ୍ଥ ୧)

ଢ଼େଙ୍କାନାଳ ୦୧  (ସୁସ୍ଥ ୧)

ପୁରୀ ୦୧       ( ସୁସ୍ଥ ୧)

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories