www.samajalive.in
Sunday, December 7, 2025
23.1 C
Bhubaneswar

ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ କନ୍ଫରେନ୍ସିଂ ଆଲୋଚନା

ନୂଆଦିଲ୍ଲୀ : କରୋନା ସମସ୍ୟା ଏହାର ମୁକାବିଲା, ଲକ୍ଡ଼ାଉନ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିବେ । ଗତ ମାସରେ ଳକଡାଉନ ଘୋଷଣା ହେବା ପରଠାରୁ ଏହା ହେଉଛି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ୩ୟ ଥର ପାଇଁ ଭିଡ଼ିଓ କନ୍ଫରେନ୍ସିଂ ଆଲୋଚନା ।
ପୂର୍ବରୁ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଲକଡାଉନ ଘୋଷଣା କରିଥିଲେ । ସେହିପରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ ଲକଡାଉନ ଅବଧି ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।

ଲକଡାଉନ ଶେଷ ହେବାପାଇଁ ଗୋଟିଏ ସପ୍ତାହ ବାକିଥିବା ବେଳେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହି ଆଲୋଚନାକୁ ବେଶ ଗୁରୁତ୍ବ ପ୍ରଦାନ କରାଯାଉଛି । ଅନ୍ୟପକ୍ଷରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରାଜ୍ୟରେ ଲକଡାଉନ ଅବଧି ଆସନ୍ତା ମାସ ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

- Advertisement -

ଅନ୍ୟପକ୍ଷରେ ଦିଲ୍ଲୀ ସମେତ ୬ ରାଜ୍ୟ ସରକାର ଲକ୍ଡ଼ାଉନ ଅବଧି ବୃଦ୍ଧି କରାଯିବାକୁ ଚାହୁଁଛନ୍ତି । ଏବେ ଗୁଜରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ହରିଆଣା, ହିମାଚଳ ପ୍ରଦେଶରେ ମଧ୍ୟ ଲକ୍ ଡ଼ାଉନ ଅବଧି ବଢ଼ି ପାରେ ବୋଲି ସୂଚନା ମିଳିଛି । ଏହି ରାଜ୍ୟଗୁଡ଼ିକ ନିଜ ସ୍ଥିତି ଦେଖି ଲକ୍ଡ଼ାଉନ ଘୁଞ୍ଚାଇ ପାରନ୍ତି । ଯଦି କେନ୍ଦ୍ର ସରକାର ଲକ୍ ଡ଼ାଉନ ଅବଧି ବୃଦ୍ଧି ନ କରନ୍ତି ତଥାପି ଏହି ରାଜ୍ୟରେ ଲକ୍ଡ଼ାଉନ ଅବଧି ବଢ଼ିବାର ସମ୍ଭାବନା ରହିଛି । କରୋନା ମୁକାବିଲା ପାଇଁ ଅନ୍ୟୂନ ୧୦ ସପ୍ତାହ ଲକ୍ ଡ଼ାଉନ ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଚୀନ ସରକାର ଉହାନ ସହରକୁ ୧୧ ସପ୍ତାହ ଲକ୍ ଡ଼ାଉନ କରି ସଫଳତା ହାସଲ କରିଛନ୍ତି । ତେଣୁ ଭାରତରେ ବି କିଛି ରାଜ୍ୟ ଏହାକୁ ଅନୁସରଣ କରିବାକୁ ମତ ଦେଇଛନ୍ତି ।

ମହାରାଷ୍ଟ୍ର, ପଞ୍ଜାବ, ଓଡ଼ିଶା, ମଧ୍ୟପ୍ରଦେଶର ସ୍ଥିତି ଦେଖି ଲକ୍ ଡ଼ାଉନ ସଂକ୍ରାନ୍ତରେ ପଦକ୍ଷେପ ନିଆଯାଇପାରେ ବୋଲି କୁହାଯାଉଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ମୁମ୍ବାଇ ଓ ପୁଣେରେ ଲକଡାଉନକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଉପରେ ବିଚାର କରାଯିବ ବୋଲି କହିଛନ୍ତି । ଏଠାରେ ମେ ୧୮ ଯାଏଁ ଲକଡାଉନକୁ ବୃଦ୍ଧି କରାଯାଇପାରେ । କେବଳ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ବୃଦ୍ଧି ହୋଇପାରେ ବୋଲି ରାଜେଶ କହିଛନ୍ତି । ସେହିପରି ଉତ୍ତର ପ୍ରଦେଶ ସରକାର କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ସେହିପରି ୧୧ ପ୍ରକାରର ଶିଳ୍ପାନୁଷ୍ଠାନକୁ ମଧ୍ୟ ଅନୁମତି ମିଳିଛି । ପଶ୍ଚିମବଙ୍ଗ, ଓଡିଶା ଓ ପଞ୍ଜାବ ସରକାର ହଟସ୍ପଟରେ ଲକଡାଉନକୁ ମେ ୩ ପରେ ମଧ୍ୟ ଜାରି ରଖିବେ ବୋଲି କହିଛନ୍ତି । ଓଡିଶା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ଯେଉଁଠାରେ ପଜିଟିଭ୍ କେସ ନାହିଁ ସେଠାରେ କଟକଣା କୋହଳ କରାଯିବ ।ମେ ୧ ତାରିଖ ପରେ ସ୍ଥିତିର ସମୀକ୍ଷା କରାଯିବ । ମଧ୍ୟ ପ୍ରଦେଶ ଓ କର୍ଣ୍ଣାଟକ ସରକାର ମଧ୍ୟ ହଟସ୍ପଟ୍ ଅଞ୍ଚଳରେ ଲକଡାଉନ୍ ବଢାଇବା ନେଇ ବିଚାର କରୁଛନ୍ତି ।

 

 

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories