www.samajalive.in
Saturday, December 6, 2025
23.1 C
Bhubaneswar

କରୋନା ଯୁଦ୍ଧରେ ଟ୍ରିପଲ ଦିଲୀପ

ବ୍ରଜରାଜନଗର: ପୋଲିସ ଏବଂ ପ୍ରଶାସନର ଭରସାରେ ରାଜ୍ୟ ସରକାର କରୋନା ବିରୁଦ୍ଧରେ ରଣନୀତି ପ୍ରସ୍ତୁତ କରି ରଣାଙ୍ଗନକୁ ଓଲ୍ହାଇଛନ୍ତି। ଏହି ଯୁଦ୍ଧରେ ମେଡିକାଲରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ପ୍ରତ୍ୟକ୍ଷ ଯୋଦ୍ଧା ଭାବେ ଲଢୁ ଥିବା ବେଳେ ରାଜ ରାସ୍ତାରେ ପ୍ରଶାସନିକ ଅଧିକାରୀମାନେ ଏହି ଅଜଣା ଶତ୍ରୁ ସହିତ ଜୁଝୁଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ରଜରାଜନଗରରେ କରୋନା ଯୁଦ୍ଧରେ ନିଜକୁ ସାମିଲ କରିଥିବା ତିନି ଦିଲୀପକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜଣେ ହେଉଛନ୍ତି ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲୀପ ପଟେଲ ଓ ଅନ୍ୟ ଦୁଇ ଜଣ ହେଉଛନ୍ତି ଝାରସୁଗୁଡା ତହସିଲଦାର ଦିଲୀପ ପ୍ରଧାନ ଓ ବ୍ରଜରାଜନଗର ଏସଡିପିଓ ଦିଲୀପ ଦାଶ। କରୋନା ଲଢେଇରେ ଏହି ୩ଦିଲୀପ ବ୍ରଜରାଜନଗର ପାଇଁ ରକ୍ଷା କବଚ ସାଜିଥିବାରୁ ଅଞ୍ଚଳରେ ମହାମାରୀର ଭୟାବହ ସଂକ୍ରମଣ ପାଦ ଥାପି ପାରି ନାହିଁ। ଫଳର ବ୍ରଜରାଜନଗରବାସୀ ସୁରକ୍ଷିତ ରହିଥିବା ଆଲୋଚନା ହେଉଛି।

୧. ଦିଲୀପ ପଟେଲ, ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ : ଶ୍ରୀ ପଟେଲ ପୂର୍ବରୁ ତାଙ୍କର କର୍ତ୍ତବ୍ୟ ନିଷ୍ଠା ଓ କାର୍ଯ୍ୟ ଦକ୍ଷତାର ପ୍ରମାଣ ଦେଖାଇ ସାରିଛନ୍ତି। ବ୍ରଜରାଜନଗର ପୌର ପରିଷଦ କ୍ରମାଗତ ଭାବେ ରାଜ୍ୟେ ଶ୍ରେଷ୍ଠ  ପୌର ସଂସ୍ଥା ଅଧିକାର କରିବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ବର୍ତ୍ତମାନ ସେହି ଅଭିଜ୍ଞତାକୁ ପାଥେୟ କରି ଶ୍ରୀ ପଟେଲ କରୋନା ବିରୁଦ୍ଧରେ ଲଢେଇ ଜାରି ରଖିଛନ୍ତି।

- Advertisement -

୨. ଦିଲୀପ ପ୍ରଧାନ, ଝାରସୁଗୁଡା ତହସିଲଦାର : ଏହି ଲଢ଼େଇର ଅନ୍ୟତମ ଯୋଦ୍ଧା ହେଲେ ଝାରସୁଗୁଡା ତହସିଲଦାର ଶ୍ରୀ ପ୍ରଧାନ। ଆଇନ ଶୃଙ୍ଖଳା, ରାଜସ୍ୱ ସଂକ୍ରାନ୍ତୀୟ କାମ ଓ ସାଙ୍ଗକୁ କରୋନା ଲଢେଇର ଯାବତୀୟ ଡ୍ୟୁଟିକୁ ତୁଲାଇବାରେ ଶ୍ରୀ ପ୍ରଧାନ ସଫଳ ହୋଇଛନ୍ତି। ବର୍ତମାନର ଘଡି ସନ୍ଧି ମୁହୂର୍ତ୍ତରେ କରୋନା ମୁକାବିଲା ବାହାରେ ତାଙ୍କ ନିଜ ବିଭାଗର ରାଜସ୍ୱ ସଂକ୍ରାନ୍ତୀୟ କାର୍ଯ୍ୟ ମଧ୍ୟ ତୁଲାଇ ଆସୁଛନ୍ତି। ନିକଟରେ ପ୍ରଭାବିଶାଳୀଙ୍କ ନାଲି ଆଖିକୁ ଖାତିର ନକରି ଇବ ନଦୀ ପଠାରେ ଚାଲିଥିବା ଶ୍ରୀ ପ୍ରଧାନ ବେଆଇନ ଇଟା ଭାଟିରେ ଦୁଇ ଦୁଇ ଥର ଚଢ଼ଉ କରି ଖୋଦ ଲକ୍ଷାଧିକ ଇଟା ନଷ୍ଟ କରି ପ୍ରଶଂସାର ପାତ୍ର ସାଜିଛନ୍ତି। ସେପଟେ ରାତି ଦିନ ଏକ କରି ଜଣେ ସଜାଗ ପ୍ରହରୀ ଭାବେ ଶ୍ରୀ ପ୍ରଧାନ କରୋନା ଲଢେଇରେ ସରକାରଙ୍କର ଅଗ୍ରଣୀ ସୈନିକର ଦାଇତ୍ୱ ନିର୍ବାହ କରୁଛନ୍ତି।

୩. ଦିଲୀପ ଦାଶ, ବ୍ରଜରାଜନଗର ଏସଡିପିଓ : ଏହି ଯୁବ ପୋଲିସ ଅଧିକାରୀ ଜଣକ ବିଗତ ସପ୍ତାହରେ ଜଣେ ମାନସିକ ଅନଗ୍ରସର ଯୁବତୀଙ୍କୁ ଲକ ଡାଉନ ସମୟରେ କଟକରୁ ଜରୁରୁରୀ ଔଷଧ ମଗାଇ ସାରା ରାଜ୍ୟରେ ଚର୍ଚ୍ଚିତ ହୋଇଛନ୍ତି। ଶ୍ରୀ ଦାଶ ଅଂଚଳର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ସହିତ କରୋନା ନିୟମକୁ କଡା କଡ଼ି ଭାବେ ଲାଗୁ କରିବାରେ ସଫଳ ହୋଇଛନ୍ତି। ସେହି ପରି ଚୋରା ମଦ, ବେଆଇନ ଗ୍ୟାସ ଓ ପାନ ମସଲା ଗୋଦାମ ଉପରେ ଚଢ଼ାଉ କରି ମୁନାଫାଖୋର ବେପାରୀଙ୍କ ଉପରେ ଲଗାମ କସିଛନ୍ତି।

 

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories