www.samajalive.in
Friday, December 5, 2025
26.1 C
Bhubaneswar

କରୋନା ଲକ୍ ଡାଉନ କୁ ମାନିନେଇ ଅଖିମୁଠି ଅନୁକୂଳ କଲେ ଚାଷୀ

ସୁଆଣ୍ଡୋ : ହିନ୍ଦୁ ଧର୍ମରେ ବିଶ୍ବାସ ରହିଛି ଯେ ଅକ୍ଷିତୃତୀୟା ତିଥିରେ ସମସ୍ତ ଶୁଭ କାର୍ଯ୍ୟର ଅନୁକୂଳ କରାଯାଇଥାଏ । ଏହି ପରମ୍ପରାକୁ ନଜରରେ ରଖି କାହିଁ କେଉଁ କାଳରୁ ଚାଷୀମାନେ ଅଖିମୁଠି ଅନୁକୂଳ କରି ଆସୁଛନ୍ତି । ଘର ର ମହିଳା ମାନେ  ଟୋକେଇ ଗଉଣୀ କୁ ପିଠଉରେ ଚିତ୍ରିତ କରିଥାନ୍ତି । ସେଥିରେ ଶୁକ୍ଳ ଧାନ ରଖି ଘର ମୁରବୀ ଗାଧୋଇ ଶୁଦ୍ଧପୂତ ଭାବେ ବିହନ ଟୋକେଇ ମୁଣ୍ଡରେ ମୁଣ୍ଡେଇ ବିଲକୁ ଯାଇଥାଏ । ବିଲ ର ଐଶାନ୍ୟ କୋଣରେ ବିହନ ଟୋକେଇ ରଖି ମା ଲକ୍ଷ୍ମୀଙ୍କୁ ଖଇ କୋରା ପାଚିଲା କଦଳୀ ଭୋଗ ଲାଗି କରାଯିବା ପରେ ବିହନ ଅନୁକୂଳ କରାଯାଇଥାଏ । କରୋନା କଟକଣା ଯୋଗୁ ମୂଲିଆ ଅଭାବ । ଏବର୍ଷ କାଳବୈଶାଖୀ ବର୍ଷା ଯୋଗୁ ବିଲ କାଦୁଅ ହୋଇଥିବା ଦୃଷ୍ଟିରୁ ହଳ ବଳଦ ଦ୍ଵାରା କାମ କରିବା ସମ୍ଭବ ନଥିଲା । ଏତେ ସବୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଚାଷୀ ପୁଅ ଫାଉଡାରେ  ମାଟି ହାଣି ଅନୁକୂଳ କରିଥିବା ଦେଖିବାକୁ ମିଳିଛି ।  ଜନ ବିଶ୍ବାସ ରହିଛି ଯେ ଏହି ଦିନରେ ଧାନ ବିହନ ବୁଣା ଅନୁକୂଳ କଲେ ଭଲ ଫସଲ ଅମଳ ହୋଇଥାଏ ଏବଂ ସେମାନଙ୍କର ବରଷକର ପରିଶ୍ରମ ବୃଥା ଯାଇ ନଥାଏ ବୋଲି ବିଶ୍ଵାସ ରହିଆସିଛି ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories