www.samajalive.in
Friday, December 12, 2025
16.1 C
Bhubaneswar

‘ପିଏମ କେୟାର୍ସ’ ପାଣ୍ଠି ଅଡିଟ କରିବେନି ମହାଲେଖାଗାର

ସମାଜ ପୋର୍ଟାଲ ଡେସ୍କ: କୋଭିଡ-୧୯ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗଠିତ ‘ପିଏମ କେୟାର୍ସ’ ପାଣ୍ଠି ଅଧୀନରେ ବିପୁଳ ପରିମାଣର ଅର୍ଥ ସଂଗ୍ରହ ହେଉଥିବା ବେଳେ ଏହାର ଅଡିଟ ମହାଲେଖାଗାର (କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ) କରିବେ ନାହିଁ ବୋଲି ଜଣାପଡିଛି। ଏନଡ଼ିଟିଭି ଦ୍ୱାରା ପ୍ରସାରିତ ଏକ ସମ୍ବାଦରେ କୁହାଯାଇଛି ଯେ ଯେହେତୁ ଏହି ପାଣ୍ଠି ବ୍ୟକ୍ତିବିଶେଷ ତଥା ସଂଗଠନର ଦାନ ଉପରେ ଆଧାରିତ, ତେଣୁ ସେହି ସଂସ୍ଥାକୁ ଅଡିଟ୍ କରିବାର ଅଧିକାର ମହାଲେଖାଗାରଙ୍କର ନାହିଁ।

ସୂଚନା ଅନୁଯାୟୀ, ଯଦିଓ ୧୯୪୮ ମସିହାରୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି ମାଧ୍ୟମରେ ବିପର୍ଯ୍ୟୟର ମୁକାବିଲା ପାଇଁ ଦାନ ଗ୍ରହଣ କରିବା ବ୍ୟବସ୍ଥା ରହିଛି, କରୋନା ଭାଇରସ ସଙ୍କଟର ମୁକାବିଲା ପାଇଁ ବେସରକାରୀ ବ୍ୟକ୍ତି ତଥା କର୍ପୋରେଟ ସଂସ୍ଥାଗୁଡ଼ିକର ଦାନ ଗ୍ରହଣ ପାଇଁ ମାର୍ଚ୍ଚ ୨୮ରେ କେନ୍ଦ୍ର କ୍ୟାବିନେଟ ଦ୍ୱାରା ‘ପିଏମ କେୟାର୍ସ’ ପାଣ୍ଠି ସୃଷ୍ଟି କରାଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ହେଉଥିବା ଖର୍ଚ୍ଚ ମଧ୍ୟ ମହାଲେଖାଗାର କରନ୍ତି ନାହିଁ କିନ୍ତୁ ୨୦୧୩ ଉତ୍ତରାଖଣ୍ଡ ବନ୍ୟା ପରେ ରିଲିଫ ଯୋଗାଇବା ପାଇଁ ଟଙ୍କା କିପରି ଖର୍ଚ୍ଚ କରାଯାଇଥିଲା ସେ ବିଷୟରେ ସରକାରୀ ଅଡିଟରଙ୍କୁ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ପ୍ରଶ୍ନ ପଚାରିଥିଲେ।

- Advertisement -

ତେବେ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ‘ପିଏମ କେୟାର୍ସ’ ପାଣ୍ଠି ବିଷୟରେ ଯଦି ଟ୍ରଷ୍ଟିମାନେ ଆକାଉଣ୍ଟ୍ ଅଡିଟ୍ କରିବାକୁ ଚାହିଁବେ, ସେ କ୍ଷେତ୍ରରେ ମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ କାର୍ଯ୍ୟାଳୟ ଅନ୍ୟ ସରକାରୀ ଅଡିଟରଙ୍କ ଦ୍ୱାରା ଅଡିଟ କରାଇପାରିବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories