ଭୁବନେଶ୍ବର : କରୋନା ପାଇଁ ଦେଶରେ ଲକଡାଉନ ଜାରି ରହିଥିବା ବେଳେ ତାମିଲନାଡୁରେ ଫସିଥିବା ୨ଶହ ଓଡିଆ ଜଳପଥରେ ଆସି ଓଡିଶାରେ ପହଞ୍ଚିଥିବା ବେଳେ ଏହା ପ୍ରଶାସନର ଚିନ୍ତା ବଢ଼ାଇଛି। ସମସ୍ତ ଫେରନ୍ତାଙ୍କୁ ସଂଗରୋଧରେ ରଖାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡୁରେ କାମ କରୁଥିବା ଗଞ୍ଜାମ ସମେତ ଦକ୍ଷିଣ ଓଡିଶାର ଅନେକ ଲୋକ ଲକଡାଉନ୍ ଯୋଗୁ ଫସି ରହିଥିଲେ। ସେଠାରେ ଖାଦ୍ୟ ନ ମିଳିବା ତଥା ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେବା ପରେ ଏକ ବୋଟ ଯୋଗେ ସମୁଦ୍ର ପଥରେ ଫେରିଛନ୍ତି। ଦୁଇଶହ ଲୋକ ୨ ଲକ୍ଷ ଟଙ୍କାରେ ଏକ ବୋଟ କିଣି ଆସି ଶନିବାର ଗୋପଳପୁରରେ ପହଞ୍ଚିଥିଲେ। ସେମାନଙ୍କ ଫେରିବା ଦେଖି ପ୍ରଶାସନ ସାମୁଦ୍ରିକ ଥାନାରେ ଅଟକ ରଖିବା ସହ ସଂଗରୋଧ କରିଥିବା ଜଣାପଡିଛି। ସଂଗରୋଧ ଅବଧି ପରେ ପରୀକ୍ଷା କରାଯାଇ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନ ଯୋଜନା କରିଥିବା ବେଳେ ନିଜ ରାଜ୍ୟକୁ ଫେରିଥିବାରୁ ଲୋକମାନେ ଖୁସି ବ୍ୟକ୍ତ କରିଛନ୍ତି।
ଜଳପଥରେ ଓଡିଶାରେ ପହଞ୍ଚିଲେ ୨ଶହ ଲୋକ : ଚିନ୍ତାରେ ପ୍ରଶାସନ
Popular Categories



