www.samajalive.in
Saturday, December 13, 2025
23.1 C
Bhubaneswar

ପ୍ରଥମ ପରୀକ୍ଷଣରେ କରୋନା ଔଷଧ ଅସଫଳ ନେଇ ଚର୍ଚ୍ଚା

ନୂଆଦିଲୀ : କରୋନ ସଂକ୍ରମଣ ବିଶ୍ୱର ଅଧିକାଂଶ ଦେଶକୁ କବଳିତ କରିଥିବା ବେଳେ ଏହାର ପ୍ରତିକାର ପାଇଁ ଅନେକ ଦେଶ ଲାଗିପଡିଛନ୍ତି। କରୋନା ଭୂତାଣୁକୁ ପ୍ରତିହତ କରିପାରୁଥିବା ଔଷଧର ପ୍ରଥମ ପରୀକ୍ଷଣ ଅସଫଳ ହୋଇଥିବା ପ୍ରକାଶ କରାଯିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନ୍ୟ ପକ୍ଷରେ ଏହି ପରୀକ୍ଷଣକୁ ଭୁଲ ଭାବେ ଦର୍ଶାଇବାକୁ ଉଦ୍ୟମ ହେଉଥିବା କିଛି ବିଶେଷଜ୍ଞ ଅଭିଯୋଗ କରିଛନ୍ତି।
କରୋନା ସଂକ୍ରମିତଙ୍କୁ ଭଲ କରିବା ପାଇଁ ଆଂଟିଭାଇରାଲ ରେମଡେସିବିର ଔଷଧ ଦିଆଯାଉଥିବା ବେଳେ ଏହାର ସୁଫଳ ଦେଖାଯାଇଥିଲା। ମାତ୍ର ଏହି ଔଷଧ କରୋନା ରୋଗୀଙ୍କ ପାଇଁ ବ୍ୟବହାର ଯୋଗ୍ୟ କି ନାହିଁ ଏହା ଉପରେ ପରୀକ୍ଷା ଚାଲିଥିଲା। ପ୍ରଥମ ପରୀକ୍ଷଣରେ ଏହା ଅସଫଳ ହୋଇଥିବା ଜଣାପଡିଲା। ଚୀନ ଦ୍ୱାରା କରାଯାଇଥିବା ଏହି ପରୀକ୍ଷଣର ରିପୋର୍ଟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିବା ପରେ କରୋନାକୁ ରୋକିବାକୁ କରାଯାଉଥିବା ଏହି ଆଶା ମଉଳି ଯାଇଛି। ଏହି ରିପୋର୍ଟକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେବାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ହଟାଇ ନେଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଭୁଲରେ ଏଭଳି ରିପୋର୍ଟ ପ୍ରକାଶିତ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିବା ବେଳେ ଗିଲିଡ ନାମକ କମ୍ପାନୀ ରିପୋର୍ଟକୁ ଖାରଜ କରିଛି। ଏହା ଉପରେ ଏବେ ବି ପରୀକ୍ଷଣ ଚାଲିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆମେରିକାର ହେଲ୍‍ଥ ନ୍ୟୁଜ ୱେବସାଇଟ ସ୍ଟାଟ ଅନୁସାରେ ଏହି ଔଷଧ କରୋନା ସଂକ୍ରମିତ ରୋଗୀଙ୍କୁ ଭଲ କରିବାରେ ସାହାଯ୍ୟ କରୁଛି। ମାତ୍ର ଏହାର ଅଧିକ ପରୀକ୍ଷଣର ଆବଶ୍ୟକତା ଥିବା ୱେବସାଇଟ ଦର୍ଶାଇଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories