www.samajalive.in
Saturday, December 13, 2025
23.1 C
Bhubaneswar

ରେଡ଼୍ ଜୋନରେ ସାମିଲ ହେଲା ଯାଜପୁର-ଭଦ୍ରକ-ବାଲେଶ୍ବର

ଭୁବନେଶ୍ବର (ବ୍ୟୁରୋ) କ୍ରମାଗତ ରୋଗୀ ସଂଖ୍ୟା ବୃଦ୍ଧି ପରେ ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲା କରୋନା ସଂକ୍ରମଣ ଲାଗି ଚିହ୍ନିତ ‘ରେଡ଼୍ ଜୋନ୍’ରେ ସ୍ଥାନ ପାଇଛି । ଏହି ୩ ଜିଲାକୁ ମିଶାଇ ଓଡ଼ିଶାରେ ରେଡ଼୍ ଜୋନ ସଂଖ୍ୟା ୬ରେ ପହଞ୍ଚିଛି । ପୂର୍ବରୁ ଖୋର୍ଧା, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ାକୁ ରେଡ଼୍ ଜୋନରେ ରଖା ଯାଇଥିଲା । ତେବେ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ରେଡ୍ ଜୋନ୍ ଭାବେ ଚିହ୍ନଟ ଜିଲାରୁ ଯଦି  ୧୪ ଦିନ ମଧ୍ୟରେ କୌଣସି ନୂଆ ସଂକ୍ରମିତ ନ ବାହାରନ୍ତି ତେବେ  ତା’ହେଲେ ଉକ୍ତ ଜିଲ୍ଲାକୁ ଅରେଞ୍ଜ ଜୋନ୍ ଏବଂ ଅନୁରୂପ ୧୪ ଦିନ   ମଧ୍ୟରେ କୌଣସି ସଂକ୍ରମିତ ରୋଗୀ ଚିହ୍ନଟ ନହେଲେ ଉକ୍ତ ଜିଲ୍ଲାକୁ ଗ୍ରୀନ୍ ଜୋନକୁ ପରିବର୍ତନ କରାଯିବ । ଏହି ସ୍ଥିତିରେ ପୂର୍ବରୁ ରେଡ଼୍ ଜୋନରେ ଥିବା ଖୋର୍ଧା, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଅରେଞ୍ଜ ଜୋନକୁ ପରିବର୍ତିତ ହୋଇପାରେ । ଅନୁରୂପ ଭାବରେ ପୂର୍ବରୁ ଅରେଞ୍ଜ ଜୋନରେ ଗଣାଯାଉଥିବା କଟକ, ପୁରୀ, କଳାହାଣ୍ଡି ଓ ଢ଼େଙ୍କାନାଳରେ ମଧ୍ୟ ସ୍ଥିତି ସୁଧୁରିଛି । ପୁରୀ, କଟକ, ଢ଼େଙ୍କାନାଳର ୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେଣୁ ନୂଆ ରୋଗୀ ନ ବାହାରିଲେ ଏହି ଜିଲାଗୁଡ଼ିକ ଧାର୍ଯ୍ୟ ସମୟ ପରେ ଗ୍ରୀନ୍ ଜୋନକୁ ଫେରି ପାରନ୍ତି ବୋଲି ସୂଚନା ମିଳିଛି ।, ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୯୪ଜଣ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଛନ୍ତି  ଓ ଅନ୍ୟ ୩୩ଜଣ ସୁସ୍ଥ ହୋଇଛନ୍ତି। ବିଭିନ୍ନ ଡ଼ାକ୍ତରଖାନାରେ ଏବେ ୬୦ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି ।ଭୁବନେଶ୍ୱରରେ  ୪୬ ଜଣ ରୋଗୀ ଚିହ୍ନଟ ହୋଇଥିବାରୁ ଏହା ହଟସ୍ପଟ୍ ଅଂଚଳ ଭାବେ ପରିଗଣିତ ହେଉଛି। ଇତିମଧ୍ୟରେ ଭୁବନେଶ୍ୱରର ୨୨ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories