www.samajalive.in
Saturday, December 13, 2025
18.1 C
Bhubaneswar

କରୋନା ରହସ୍ୟ ଖୋଲିଥିବା ସାମ୍ବାଦିକ ଦୁଇମାସ ହେଲା ନିଖୋଜ

ବେଜିଂ: ଉହାନ ସହରରେ କରୋନା ସଂକ୍ରାନ୍ତ ବିସ୍ତୃତ ଭିଡ଼ିଓ ରିପୋର୍ଟ ପ୍ରସ୍ତୁତ କରିଥିବା ଜଣେ ଯୁବ ସାମ୍ବାଦିକ ଲି ଜେହ୍ବାଂ ରହସ୍ୟଜନକ ଭାବରେ ନିଖୋଜ ହୋଇ ଯାଇଛନ୍ତି । ଗତ ଦୁଇମାସ ହେଲା ତାଙ୍କର ପତ୍ତା ମିଳୁନାହିଁ । ତାଙ୍କୁ ପୁଲିସ ଘରୁ ଉଠାଇ ନେବା ପରେ ଆଉ ତାଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ । ପୁଲିସ ଓ ଚୀନ କର୍ତ୍ତୃପକ୍ଷ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରୁଛନ୍ତି ।
ସୂଚନା ଅନୁସାରେ ଲି.ଜେହ୍ବାଂ ଉହାନ ସହରରେ କରୋନା ମୃତ୍ୟୁକୁ ନେଇ ଏକ ଛୋଟ ପ୍ରମାଣିକ ଚିତ୍ର କରିଥିଲେ । ଫେବ୍ରୁଆରୀ ୨୦ ତାରିଖରେ ୟୁଟ୍ୟୁବରେ ଛଡ଼ାଯାଇଥିବା ଏହି ପ୍ରାମାଣିକ ଚିତ୍ରରେ ଉହାନ ସହରରେ କରୋନା ମୃତକମାନଙ୍କୁ କିପରି ଅସ୍ଥାୟୀ କର୍ମଚାରୀଙ୍କ ଜରିଆରେ ସ୍ଥାନାନ୍ତର କରାଯାଉଛି ତାହା ଦର୍ଶାଯାଇଥିଲା । ୟୁଟ୍ୟୁବରେ ଏହାକୁ ୮୫୦୦୦୦ ଲୋକ ଦେଖିଥିଲେ । ମାତ୍ର ଏହି ପ୍ରାମାଣିକ ଚିତ୍ର ସମ୍ପର୍କରେ ସୂଚନା ପାଇବା ପରେ ଚୀନ ସରକାର ତାହାକୁ ତୁରନ୍ତ ବ୍ଲକ୍ ଦେଇଥିଲେ ।
ଏହାର ଦୁଇଦିନ ପୁଲିସ ତାଙ୍କ ଘରକୁ ଆସିଥିଲା । ଲି ଓ ଏଥିରେ ତାଙ୍କୁ ସହଯୋଗ କରିଥିବା ଅନ୍ୟ ଦୁଇ ସାମ୍ବାଦିକ ବନ୍ଧୁ ଚେନ୍ କ୍ୟୁସି, ଫାଙ୍ଗ ବିନଙ୍କୁ ଧରି ନେଇଥିଲା । ଚେନଙ୍କ ମା‘ଙ୍କ ହିବା ଅନୁସାରେ ସେହିଦିନଠାରୁ ସେମାନଙ୍କର ପତ୍ତା ମିଳୁନାହିଁ । ଚୀନ ପ୍ରଶାସନ ମଧ୍ୟ ଏହି ୩ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ ।
ଚୀନରୁ ଏହି ଘଟଣା ଯାଇ ଆମେରିକାରେ ପହଞ୍ଚିଛି । ଆମେରିକୀୟ କଂଗ୍ରେସ ସଦସ୍ୟ ଜିମ୍ ବ୍ୟାଙ୍କ ଏହି ଘଟଣାର ତଦନ୍ତ କରାଇବା ପାଇଁ ଚୀନ୍ ଉପରେ ଆମେରିକା ଚାପ ପକାଇବା ଆବଶ୍ୟକ ବୋଲି ମତ ଦେଇଛନ୍ତି ।
ଅନ୍ୟପକ୍ଷରେ ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁଇଂ ଆମେରିକୀୟ କଂଗ୍ରେସ ସଦସ୍ୟ ଜିମ୍ ବ୍ୟାଙ୍କଙ୍କ ବକ୍ତବ୍ୟକୁ ଖଣ୍ଡନ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭୁଲ ତଥ୍ୟ ଓ ସୂଚନା ଉପରେ ପର୍ଯ୍ୟବେଶିତ ବୋଲି କହିଛନ୍ତି ।
ଫେବ୍ରୁଆରୀ ୨୬ ତାରିଖରେ ୟୁଟ୍ୟୁବରେ ଲି ଅପଲୋଡ଼୍ କରିଥିବା ଅନ୍ୟ ଏକ ଭିଡ଼ିଓ ଅନୁସାରେ ଉହାନସ୍ଥିତ ତାଙ୍କ ଆପାର୍ଟମେଣ୍ଟ ବାସଭବନରୁ ପୁଲିସ ତାଙ୍କୁ ଉଠାଇ ନେଇଥିଲା । ସେଠାରେ ତାଙ୍କୁ ସରକାରୀ ନିର୍ଦେଶର ଅବମାନନା ନେଇ ତାଙ୍କ ଉପରେ ଅଭିଯୋଗ କରାଯାଇଥିଲା ଏବଂ ୨୪ ଘଣ୍ଟା ରଖାଯିବା ପରେ ତାଙ୍କୁ କ୍ବାରେଣ୍ଟାଇନରେ ପଠାଯିବ ବୋଲି କୁହାଯାଇଥିଲା ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories