www.samajalive.in
Thursday, December 11, 2025
15.1 C
Bhubaneswar

କରୋନା ପ୍ରଭାବ : ବ୍ୟାପକ କ୍ଷତି ସହିବ ବିମାନ ସେବା, ଚାକିରୀ ହରାଇବେ ୪୦ ପ୍ରତିଶତ କର୍ମଚାରୀ

ନୂଆଦିଲ୍ଲୀ : ମହାମାରୀ କରୋନା ବିଶ୍ବକୁ ସଂକ୍ରମିତ କରଥିବା ବେଳେ ଏହାକୁ ମୁକାବିଲା ପାଇଁ ସବୁ ଦେଶ ଲାଗି ପଡିଛନ୍ତି। ଏହାର ପ୍ରଭାବ ଶିଳ୍ପ ଜଗତ ଉପରେ ପଡୁଥିବା ବେଳେ ଆଗାମୀ ଦିନରେ ମଧ୍ୟ ଆହୁରି ଅଧିକ ଦେଖିବାକୁ ମିଳିବ। ବେସାମରିକ ବିମାନ ସେବା କ୍ଷେତ୍ର ଅଧିକ ମାତ୍ରାରେ ପ୍ରଭାବିତ ହେବ ବୋଲି ଆକଳନ କରାଯାଇଥିବା ବେଳେ ୪୦ ପ୍ରତିଶତ କର୍ମଚାରୀ ଚାକିରୀ ହରାଇବାର ସମ୍ଭାବନା ଥିବା ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

ବିଶ୍ବରେ କରୋନାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ଳକଡାଉନ ସ୍ଥିତି ରହିଛି। ବିମାନସେବା ଶିଳ୍ପ ଏହା ଦ୍ବାରା ବ୍ୟାପକ କ୍ଷତି ସହୁଛି। ଲକଡାଉନ ଶେଷ ହେଲେ ମଧ୍ୟ ଏହି ଶିଳ୍ପରେ ବିଶେଷ ଉନ୍ନତି ଆସିବାରେ ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିମାନସେବା ଆରମ୍ଭ ହେଲେ ଅଧିକାଂଶ ଯାତ୍ରୀ ଯିବାକୁ ପସନ୍ଦ କରିବେ ନାହିଁ। ଯେଉଁଠିକୁ ଯିବେ ସେଠାରେ ସଂଗରୋଧ ସମେତ ଅନେକ ଅସୁବିଧାରେ ପଡିବାର ସମ୍ଭାବନା ରହିଥିବାରୁ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବ। ତା’ ଛଡା ବିମାନ ସେବା ସହ ଜଡିତ ପର୍ୟ୍ୟଟନ ଓ ଅନ୍ୟାନ୍ୟ ଶିଳ୍ପ ମଧ୍ୟ ପ୍ରଭାବିତ ହେବ। ବିମାନରେ ସାମଜିକ ଦୁରତ୍ବକୁ ଗୁରୁତ୍ବ ଦିଆଯିବ। ଫଳରେ ଦୁଇ ତୃତୀୟାଂଶ ସିଟ ଖାଲି ରହିବ। ଯାହା ଆର୍ଥିକ କ୍ଷତି ପହଞ୍ଚାଇବ। ଫଳରେ ଉଡାଣ କମ ରହିବ। ସର୍ବନିମ୍ନ ଦୁଇ ବର୍ଷ ଏଭଳି ସମସ୍ୟା ରହିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଯାହାର ପ୍ରଭାବ ବିମାନ ଶିଳ୍ପ ସହ ସଂପୃକ୍ତ କର୍ମଚାରୀଙ୍କ ଉପରେ ପଡିବ। ବିଶେଷ କରି ୩୦ରୁ ୪୦ ପ୍ରତିଶତ କର୍ମଚାରୀଙ୍କ ଚାକିରୀ ଯିବାର ସମ୍ଭାବନା ରହିଥିବା ସେମାନେ କହିଛନ୍ତି। ବିଶ୍ବର ଅନ୍ୟାନ୍ୟ ଦେଶରେ ମଧ୍ୟ ଏଭଳି ପ୍ରଭାବ ରହିବ। ଏହି ଶିଳ୍ପକୁ ସାଧାରଣସ୍ତରକୁ ଆସିବାକୁ ୫ ବର୍ଷ ସମୟ ଲାକିପାରେ ବୋଲି ଆକଳନ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories