www.samajalive.in
Tuesday, December 9, 2025
15.1 C
Bhubaneswar

ସଂକଟରେ ମିଡ଼ିଆ ଇଣ୍ଡଷ୍ଟ୍ରି – ୯୦ ଟିଭି କର୍ମଚାରୀଙ୍କୁ ବରଖାସ୍ତ କଲା ବ୍ଲୁମବର୍ଗ କ୍ୱିଣ୍ଟ

ସମାଜ ପୋର୍ଟାଲ ଡେସ୍କ: ସମ୍ପ୍ରତି ଭାରତରେ ବିଜନେସ ସମ୍ପର୍କିତ ସମ୍ବାଦ ପ୍ରସାରଣ ସଂସ୍ଥା ମଧ୍ୟରୁ ଅନ୍ୟତମ ବ୍ଲୁମବର୍ଗ କ୍ୱିଣ୍ଟ ଏହାର ପ୍ରସାରଣ ଦଳରୁ ୯୦ ଜଣ କର୍ମଚାରୀଙ୍କୁ ବରଖାସ୍ତ କରିଥିବା ଜଣାପଡିଛି। ବ୍ଲୁମବର୍ଗ କ୍ୱିଣ୍ଟର ଜଣେ ବରିଷ୍ଠ ପରିଚାଳନା ଅଧିକାରୀଙ୍କ ବକ୍ତବ୍ୟକୁ ଉଦ୍ଧାର କରି ବେଷ୍ଟମିଡ଼ିଆଇନଫୋ ଡଟ କମ ଏହି ସୂଚନା ଦେଇଛି। ବ୍ଲୁମବର୍ଗ କ୍ୱିଣ୍ଟର ପ୍ରସାରଣ ଦଳର ମୋଟ ୯୦ କର୍ମଚାରୀଙ୍କୁ ଚାକିରୀ ଛାଡିବାକୁ କୁହାଯାଇଛି ଯାହା ସେଠାକାର ମୋଟ ନିୟୋଜିତ କର୍ମଚାରୀଙ୍କ ଅଧା ବୋଲି ଜଣାପଡିଛି। ବ୍ଲୁମବର୍ଗ କ୍ୱିଣ୍ଟ ହେଉଛି ରାଘବ ବହଲଙ୍କ କ୍ୱିଣ୍ଟିଲିୟନ ମିଡିଆ ଏବଂ ବ୍ଲୁମବର୍ଗ ମିଡିଆ ଗ୍ରୁପର ମିଳିତ ପ୍ରକଳ୍ପ ଯାହାର ମୁଖ୍ୟାଳୟ ନ୍ୟୁୟର୍କ ସହରର ମିଡଟାଉନ୍ ମ୍ୟାନହାଟନରେ ଅବସ୍ଥିତ।

ରିପୋର୍ଟ ଅନୁଯାୟୀ, ମୁମ୍ବାଇରେ ବ୍ଲୁମବର୍ଗ କ୍ୱିଣ୍ଟ ପାଇଁ ଷ୍ଟୁଡିଓ ସ୍ଥାପନ ଏବଂ ଭିତ୍ତିଭୂମି ପ୍ରସାରଣ ବାବଦକୁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ତେବେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟିଭି ପ୍ରସାରଣ ପାଇଁ କମ୍ପାନୀକୁ ଅନୁମତି ପ୍ରଦାନ ନ କରିବାରୁ ପରିଚାଳନା ସଂସ୍ଥା ଏଭଳି ପଦକ୍ଷେପ ନେଇଛି। ଏକ ବିବୃତ୍ତିରେ ବ୍ଲୁମବର୍ଗ କ୍ୱିଣ୍ଟ କହିଛି ଯେ ଏବେ ଏହି ସଂସ୍ଥା କେବଳ ଡିଜିଟାଲ ପ୍ରସାରଣ ଉପରେ ଧ୍ୟାନ ଦେବ। ପୂର୍ବରୁ ଭାରତରେ ସଫଳତା ହାସଲ କରିଥିବା ଡିଜିଟାଲ ପ୍ଲାଟଫର୍ମ ବ୍ଲୁମବର୍ଗକ୍ୱିଣ୍ଟ ଡଟ କମରେ ଏଣିକି ସମସ୍ତ ସମ୍ବଳ ଉପଯୋଗ କରାଯିବ ବୋଲି ସଂସ୍ଥା କହିଛି। ପ୍ରସାରଣ ଲାଇସେନ୍ସ ବିଚାରାଧୀନ ଥିବାରୁ ଟେଲିଭିଜନ ବିଭାଗକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ପୂର୍ବରୁ କ୍ୱିଣ୍ଟ ପ୍ରାୟ ଅର୍ଦ୍ଧେକ କର୍ମଚାରୀଙ୍କୁ କରୋନା ଭାଇରସ୍ କାରଣରୁ ଲାଗୁ ହୋଇଥିବା ଲକଡାଉନ୍ ମଧ୍ୟରେ ବିନା ବେତନରେ ଛୁଟିରେ ଯିବାକୁ କହିଥିଲା।

- Advertisement -

କ୍ୱିଣ୍ଟର ମୁଖ୍ୟ ସମ୍ପାଦକ ରାଘବ ବହଲ କହିଛନ୍ତି, ଆସନ୍ତା ୩-୪ ମାସ ମଧ୍ୟରେ ଆମର ରାଜସ୍ୱ ଗୁରୁତର ଅବସ୍ଥାରେ ରହିବ ଓ ଏହି ସମୟ ମଧ୍ୟରେ ସମସ୍ତେ ସୁସ୍ଥ ରହିବା କ୍ୱିଣ୍ଟ୍ରର ମୂଳ ଉଦ୍ଦେଶ୍ୟ ହେବା ଉଚିତ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories