www.samajalive.in
Saturday, December 6, 2025
19.1 C
Bhubaneswar

ଭଦ୍ରକରେ ଖୋଲିବ ବହି ଦୋକାନ, ଫ୍ୟାନ ଦୋକାନ ଓ ରାଜପଥ କଡ ଢାବା

ସମାଜ ପୋର୍ଟାଲ ଡେସ୍କ : ଭଦ୍ରକରେ ଖୋଲିବ ବହି ଦୋକାନ, ଫ୍ୟାନ ଦୋକାନ, ମୋବାଇଲ ରିଚାର୍ଜ ଦୋକାନ ଓ ରାଜପଥ କଡ ଢାବା । କରୋନା ସଂକ୍ରମଣ ରୋକିବା ପାଇଁ ଲକ୍ ଡାଉନ ଜାରି ରହିଥିଲେ ମଧ୍ୟ ଲୋକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ହୋଇଥିବା ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତେବେ ବାସୁଦେବପୁର ଓ ଭଣ୍ଡାରୀପୋଖରୀ ବ୍ଲକ୍‌ରେ କଟକଣା ଜାରି ରହିବ।

ଜିଲ୍ଲାର ବାକି ସବୁ ସ୍ଥାନରେ ବହି ଦୋକାନ ପ୍ରତିଦିନ ସକାଳ ୬ଟାରୁ ଦିନ ୧ଟା ଯାଏ ଖୋଲିବ। ବିଦ୍ୟୁତ ଚାଳିତ ଫ୍ୟାନ ବିକ୍ରି ହେଉଥିବା ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହିବ। ମୋବାଇଲ ରିଚାର୍ଜ ଦୋକାନ ସକାଳ ୬ଟାରୁ ଦିନ ୧ଟା ଯାଏ ଖୋଲିବ। ଏଥିସହ ଲୋକେ ସାମାଜିକ ଦୂରତ୍ୱ ରକ୍ଷା କରିବେ। ହେଲେ କଣ୍ଟେନମେଣ୍ଟ ଜୋନରେ ମୋବାଇଲ ରିଚାର୍ଜ ଦୋକାନ ଖୋଲିବ ନାହିଁ। ତେଣୁ ଅନଲାଇନ ରିଚାର୍ଜ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ଅପିଲ୍ କରିଛନ୍ତି।

- Advertisement -

ସେହିପରି ଭଦ୍ରକର ରାନିତାଲଠାରୁ ଆଖୁଆପଦା ପର୍ଯ୍ୟନ୍ତ ଜାତୀୟ ରାଜପଥ କଡ଼ରେ ଥିବା ଢାବାଗୁଡ଼ିକ ଖୋଲିପାରିବ। ଏଥିପାଇଁ କୌଣସି କଟକଣା ନାହିଁ। ତେବେ ଲୋକମାନେ ଏଠାରେ ବସି ଖାଇପାରିବେ ନାହିଁ। କେବଳ ପାର୍ସଲ ନେଇ ଅନ୍ୟ ଜାଗାରେ ଖାଇପାରିବେ ବୋଲି ଜିଲ୍ଲା ପ୍ରଶାସନ କଡ଼ା ନିର୍ଦ୍ଦେଶ ଜାରି କରିଛି। ସେହିଭଳି ପ୍ରତ୍ୟେକ ଢ଼ାବାରେ ଟଏଲେଟ୍ ସୁବିଧା ରହିବା ଦରକାର। ଏଥିସହିତ ସାମାଜିକ ଦୂରତ୍ୱ ରକ୍ଷା କରି ପ୍ରତ୍ୟେକ କାମ ହେବା ଦରକାର ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି।

ସୂଚନାଯୋଗ୍ୟ ଭଦ୍ରକରେ ବର୍ତ୍ତମାନ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱର ପରେ ଭଦ୍ରକ ହେଉଛି ଏବେ ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଜିଲ୍ଲା। ଯେଉଁ କାରଣରୁ ଜିଲ୍ଲାର ବିଭିନ୍ନ ବ୍ଲକକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରିବା ସହିତ ସେଠାକୁ ଯିବାଆସିବା ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ। ତେବେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟି ଦେଇ ରାସ୍ତାକଡ଼ ଢ଼ାବା ଓ ବହି ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories