www.samajalive.in
Saturday, December 6, 2025
26.1 C
Bhubaneswar

ଲକଡାଉନରେ ପରିଷ୍କାର ହେଲା ଭାରତର ଦୂଷିତ ବାୟୁମଣ୍ଡଳ, ନାସା ଜାରିକଲା ଫଟୋ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦେଶବ୍ୟାପୀ ଲକଡାଉନ ଲାଗୁ ହୋଇଥିବାରୁ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି ସତ, କିନ୍ତୁ ପୂରା ଦେଶ ପ୍ରଦୂଷଣମୁକ୍ତ ହେଉଛି। ନଦୀନାଳ ସଫା ହେଉଛି। ଗଙ୍ଗା ନଦୀର ପାଣି ପାନୀୟ ଉପଯୋଗୀ ହେଉଛି। ପୂରା ଦେଶର ପ୍ରଦୂଷିତ ବାୟୁ ଶୁଦ୍ଧ ହେବାରେ ଲାଗିଛି। ଆମେରିକାର ନାସା ପକ୍ଷରୁ ଏହା କୁହାଯାଇଛି। ଏହା ସହିତ ନାସା ଭାରତୀୟ ବାୟୁମଣ୍ଡଳର ତୁଳନାତ୍ମକ ଫଟୋଚିତ୍ର ଜାରି କରିଛି।

ନାସାର ଆର୍ଥ ଅବଜରଭେଟୋରୀ ଗତ ୪ ବର୍ଷର ଫଟୋ ଜାରି କରିଛି। ଭାରତରେ କିପରି ପ୍ରଦୂଷଣ ସ୍ତର ହ୍ରାସ ପାଇଛି ତାହା ଫଟୋରେ ଦର୍ଶାଯାଇଛି। ଲକଡାଉନ ଯୋଗୁ ରାସ୍ତା ଗାଡ଼ିମୋଟର ଗଡ଼ୁ ନାହିଁ। ଅଧିକାଂଶ ଫ୍ୟାକ୍ଟ୍ରି ବନ୍ଦ ରହିଛି। ଲୋକମାନେ କେବଳ ଜରୁରୀ କାମ ପାଇଁ ବାହାରକୁ ଆସୁଛନ୍ତି। ଲକଡାଉନ କରୋନା ଭୂତାଣୁ ସହିତ ମୁକାବିଲା ପାଇଁ ସହାୟତା କରୁଥିବାବେଳେ ପରିବେଶ ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇଛି। ବାୟୁରେ ଏରୋସୋଲ୍‌ର ମାତ୍ରା ବହୁ ପରିମାଣରେ ହ୍ରାସ ପାଇଛି।

- Advertisement -

ନାସା ପକ୍ଷରୁ କୁହାଯାଇଛି ଯେ, ଭାରତରେ ପ୍ରଦୂଷଣ ସ୍ତର କମ ହୋଇଛି। ଭାରତରେ ମାର୍ଚ୍ଚ ୨୫ରୁ ଲକଡାଉନ ଲାଗୁ ହୋଇଛି। ଏଠାରେ ରହୁଥିବା ପ୍ରାୟ ୧୩୦ କୋଟି ଲୋକ ଘର ଭିତରେ ଅଛନ୍ତି। ଗଙ୍ଗା ନଦୀ କୂଳରେ ରହିଥିବା ଉତ୍ତର ଭାରତର ଅଂଶ ସମ୍ପୂର୍ଣ୍ଣ ରୂପେ ପରିଷ୍କାର ହୋଇଯାଇଛି। ଗଙ୍ଗାକୂଳରେ ଥିବା ସହରଗୁଡ଼ିକ ଉପରେ ୨୦ ବର୍ଷ ଧରି ଏରୋସୋଲର ଘନ ବାଦଲ ଯୋଗୁ ଯେଉଁ ଧୂଆଁମୟ ଆକାଶ ରହିଥିଲା, ତାହା ସଫା ହୋଇଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories