www.samajalive.in
Saturday, December 6, 2025
26.1 C
Bhubaneswar

ଏଣ୍ଡୁଅର ରଙ୍ଗ ପରିବର୍ତ୍ତନରେ କ’ଣ ରହିଛି ପ୍ରାକୃତିକ ଓ ବୈଜ୍ଞାନିକ କାରଣ…

ନୂଆଦିଲ୍ଲୀ : ଆପଣ ଏଣ୍ଡୁଅ ରଙ୍ଗ ପରିବର୍ତ୍ତନ ବିଷୟରେ ନିଶ୍ଚୟ ଶୁଣିଥିବେ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି କାହିଁକି ଏବଂ କିପରି ଏଣ୍ଡୁଅ ଏହାର ରଙ୍ଗ ପରିବର୍ତ୍ତନ କରେ। ଏଣ୍ଡୁଅ ରଙ୍ଗା ପରିବର୍ତ୍ତନ ପଛରେ ବୈଜ୍ଞାନିକ ଏବଂ ପ୍ରାକୃତିକ କାରଣ କ’ଣ ରହିଛି । ଆସନ୍ତୁ ଜାଣିବା ରଙ୍ଗ ବଦାଳଇବା ପଛରେ କ’ଣ ରହିଛି କାରଣ।

- Advertisement -

ପ୍ରାକୃତିକ କାରଣ : ଦୁନିଆର ପ୍ରତ୍ୟେକ ପ୍ରାଣୀଙ୍କର ପାଖେ ନିଜର ବିଶେଷ ଦକ୍ଷତା ଅଛି। ଏଣ୍ଡୁଅ ମାନେ ମଧ୍ୟ ପ୍ରକୃତିରେ ଖପା ଖୁଆଇ ବଞ୍ଚିବା ପାଇଁ କିଛି କୌଶଳ ଜାଣିଛନ୍ତି। ବିଶ୍ବାସ କରାଯାଏ ଯେ, ଏମାନେ ନିଜକୁ ସୁରକ୍ଷା ଅନୁସାରେ ରଙ୍ଗ ପରିବର୍ତ୍ତନ କରନ୍ତି। ଶିକାରୀମାନଙ୍କ ଠାରୁ ରାକ୍ଷା ପାଇବା ପାଇଁ ଏମାନେ ଯେଉଁ ଠାରେ ବସିଥାନ୍ତି ସେହି ସମାନ ରଙ୍ଗକୁ ପରିବର୍ତ୍ତନ କରିଥାନ୍ତି। ଯାହାଫଳରେ ସେମାନେ ନିଜକୁ ଶିକାରୀ କବଳରୁ ରକ୍ଷା କରିପାରନ୍ତି। ଏମାନେ ମଧ୍ୟ ନିଜ ଖାଦ୍ୟ ପଇଁ ଶିକାର କରଥାନ୍ତି। ଶିକାରକୁ ସହଜରେ କରିବା ଓ ଶିକାରୀ ଠାରୁ ସହଜରେ ବଞ୍ଚିବା ପାଇଁ ଉକ୍ତ ସ୍ଥାନର ରଙ୍ଗକୁ ପରିବର୍ତ୍ତନ କରିନ୍ତି ଯାହାଫଳରେ ସେଠାରେ ଉପସ୍ଥିତଥିଲେ ମଧ୍ୟ ଜାଣିବା କଷ୍ଟକର ହୋଇପଡ଼ିବ । 

ବୈଜ୍ଞାନିକ କାରଣ : ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ଏଣ୍ଡୁଅ ସେମାନଙ୍କର ଭାବନା ଅନୁଯାୟୀ ରଙ୍ଗ ପରିବର୍ତ୍ତନ କରନ୍ତି । ରାଗିବା, ଆକ୍ରୋଶ, ପରସ୍ପର ସହ କଥା ହେବା ଏବଂ ଅନ୍ୟ ଏଣ୍ଡୁଅମାନଙ୍କୁ ସେମାନଙ୍କ ମନୋବଳ ଦେଖାଇବା ପାଇଁ ସେମାନଙ୍କର ରଙ୍ଗ ପରିବର୍ତ୍ତନ କରନ୍ତି । ଅନୁସନ୍ଧାନ ଅନୁଯାୟୀ, ସେମାନେ କେବଳ ରଙ୍ଗ ନୁହେଁ ନିଜର ଚମକରେ ମଧ୍ୟ ପରିବର୍ତ୍ତନ କରନ୍ତି । ସେମାନେ ବିପଦ ସମୟରେ ସେମାନଙ୍କର ରଙ୍ଗ ସହିତ ଆକାର ମଧ୍ୟ ପରିବର୍ତ୍ତନ କରନ୍ତି ବୋଲି ଜଣାପଡ଼ିଛି । ସେମାନେ ଆବଶ୍ୟକ ହେଲେ ଆକାରକୁ ଛୋଟ ଓ ବଡ଼ କରିପାରିବେ ।

ଏଣ୍ଡୁଅମାନଙ୍କ ଶରୀରରେ ଫୋଟୋନିକ୍ ସ୍ଫଟିକ୍ ନାମକ ଏକ ସ୍ତର ରହିଛି, ଯାହା ବାୟୁମଣ୍ଡଳ ଅନୁଯାୟୀ ରଙ୍ଗ ପରିବର୍ତ୍ତନ କରିବାରେ ସାହାଯ୍ୟ କରେ। ଫୋଟୋନିକ୍ ସ୍ଫଟିକ୍ ସ୍ତର ଆଲୋକର ପ୍ରତିଫଳନକୁ ପ୍ରଭାବିତ କରିଥାଏ। ସେମାନଙ୍କ ପରିବର୍ତ୍ତିତ ରଙ୍ଗକୁ ପ୍ରତିଫଳିତ କରିଥାଏ। ଉଦାହରଣ ସ୍ୱରୂପ, ଯେତେବେଳେ ଏଣ୍ଡୁଅ ଉତ୍ସାହିତ ହୁଏ, ଫୋଟୋନିକ୍ ସ୍ଫଟିକଗୁଡିକର ସ୍ତର ଖାଲି ହୋଇଯାଏ ଯାହା ଲାଲ ଏବଂ ହଳଦିଆ ରଙ୍ଗକୁ ପ୍ରତିଫଳିତ ହୋଇଥାଏ ।

image vredit -amar ujala

ସେହି ସମୟରେ , ଯେତେବେଳେ ସେ ଶାନ୍ତ ହୁଏ ଏହି ସ୍ଫଟିକଗୁଡିକ ଆଲୋକରେ ଉପସ୍ଥିତ ଥିବା ନୀଳ ତରଙ୍ଗରେ ପ୍ରତିଫଳିତ କରିଥାଏ। ଏମାନଙ୍କ ଦେହରେ ଏକ ଆବରଣ ରହିଛି ଯାହା ଉତ୍ତାପରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories