www.samajalive.in
Friday, December 12, 2025
14.1 C
Bhubaneswar

୨୦୨୧ ଜୁଲାଇ ପର୍ଯ୍ୟନ୍ତ କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କୁ ମିଳିବନି ଡିଏ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମିଳିବାକୁ ଥିବା ମହଙ୍ଗା ଭତ୍ତା(ଡିଏ) ଉପରେ ସରକାର ରୋକ୍‌ ଲଗାଇଛନ୍ତି। ଆସନ୍ତା ୨୦୨୧ ଜୁଲାଇ ପର୍ଯ୍ୟନ୍ତ ଏହା ଉପରେ ରୋକ୍‌ ଲଗାଯାଇଛି।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ଆଦେଶନାମା ଅନୁସାରେ, କରୋନା ଭୂତାଣୁ ସଙ୍କଟ ଯୋଗୁ ୨୦୨୦ ଜାନୁୟାରୀ ୧ ପରଠାରୁ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଧାରୀଙ୍କୁ ମିଳିବାକୁ ଥିବା ମହଙ୍ଗା ଭତ୍ତା ରାଶି ଦିଆଯିବ ନାହିଁ। ସେହିପରି ୨୦୨୦ ଜୁଲାଇ ୧ରୁ ପ୍ରଦାନ କରାଯିବାକୁ ଥିବା ଅତିରିକ୍ତ ମହଙ୍ଗା ଭତ୍ତା ମଧ୍ୟ ଦିଆଯିବ ନାହିଁ। କେବେ ଏହି ମହଙ୍ଗା ଭତ୍ତା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନିଆଯିବ ତାହା ୨୦୨୧ ଜୁଲାଇ ୧ରେ ସ୍ପଷ୍ଟ ହେବ। ସମସ୍ତ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଧାରୀଙ୍କ ଉପରେ ଏହି ଆଦେଶନାମା ଲାଗୁ ହେବ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories