www.samajalive.in
Saturday, December 6, 2025
16.1 C
Bhubaneswar

୨୦୨୧ ଜୁଲାଇ ପର୍ଯ୍ୟନ୍ତ କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କୁ ମିଳିବନି ଡିଏ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମିଳିବାକୁ ଥିବା ମହଙ୍ଗା ଭତ୍ତା(ଡିଏ) ଉପରେ ସରକାର ରୋକ୍‌ ଲଗାଇଛନ୍ତି। ଆସନ୍ତା ୨୦୨୧ ଜୁଲାଇ ପର୍ଯ୍ୟନ୍ତ ଏହା ଉପରେ ରୋକ୍‌ ଲଗାଯାଇଛି।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ଆଦେଶନାମା ଅନୁସାରେ, କରୋନା ଭୂତାଣୁ ସଙ୍କଟ ଯୋଗୁ ୨୦୨୦ ଜାନୁୟାରୀ ୧ ପରଠାରୁ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଧାରୀଙ୍କୁ ମିଳିବାକୁ ଥିବା ମହଙ୍ଗା ଭତ୍ତା ରାଶି ଦିଆଯିବ ନାହିଁ। ସେହିପରି ୨୦୨୦ ଜୁଲାଇ ୧ରୁ ପ୍ରଦାନ କରାଯିବାକୁ ଥିବା ଅତିରିକ୍ତ ମହଙ୍ଗା ଭତ୍ତା ମଧ୍ୟ ଦିଆଯିବ ନାହିଁ। କେବେ ଏହି ମହଙ୍ଗା ଭତ୍ତା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନିଆଯିବ ତାହା ୨୦୨୧ ଜୁଲାଇ ୧ରେ ସ୍ପଷ୍ଟ ହେବ। ସମସ୍ତ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଧାରୀଙ୍କ ଉପରେ ଏହି ଆଦେଶନାମା ଲାଗୁ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories