www.samajalive.in
Friday, December 12, 2025
15.1 C
Bhubaneswar

ରୂପ ବଦଳାଇଲେ କପିଳ : କିଏ କହୁଛି ରଜନୀକାନ୍ତ..ତ କିଏ କହୁଛି କଟାପ୍ପା ନେ ବାହୁବଳୀ କୋ କ୍ୟୁଁ ମାରା ?

ମୁମ୍ବଇ : କରୋନା ଭୂତାଣୁ(ଭାଇରସ୍) ଯୋଗୁଁ ଏବେ ସମଗ୍ର ଦେଶରେ ଲକଡାଉନ୍(ତାଲାବନ୍ଦ)। ଏପରି ପରିସ୍ଥିତିରେ ଲୋକମାନେ ଘରେ ରହୁଛନ୍ତି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ଏବଂ କ୍ରିକେଟରମାନେ ମଧ୍ୟ ସେମାନଙ୍କ ପରିବାର ସହ ସମୟ ଅତିବାହିତ କରୁଛନ୍ତି। ଲକଡ଼ାଉନ୍ ଯୋଗୁଁ ସେଲୁନ୍, ପାର୍ଲର ସବୁ ବନ୍ଦ ରହିଥିବାରୁ ସମସ୍ଥେ ନିଜ କେଶକୁ ନିଜେ କାଟୁଥିବା ଦେଖାଯାଉଛି। ଏହିଭଳି ସମୟରେ ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ପୂର୍ବତନ ଅଧିନାୟକ କପିଳ ଦେବଙ୍କ ହେୟାର କଟ୍ର କିଛି ଚିତ୍ର ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କପିଳ ଦେବ୍ ସମ୍ପୂର୍ଣ୍ଣ ଲଣ୍ଡା ହୋଇଥିବା ବେଳେ ଦାଢି ରଖିଥିବା ନଜର ଆସିଛନ୍ତି। ପରିବର୍ତ୍ତିତ ଲୁକରେ କପିଲ ପାଜି ବହୁତ ସୁନ୍ଦର ଦେଖାଯାଉଛନ୍ତି। ସୋସିଆଲ ମିଡିଆରେ କେହି କେହି ତାଙ୍କୁ କଟାପ୍ପା ଏବଂ କିଛି ଲୋକ ତାଙ୍କୁ ରଜନୀକାନ୍ତ ବୋଲି କହୁଛନ୍ତି। ୧୯୮୩ ବିଶ୍ୱକପ ବିଜେତା ଦଳର ମହାନ ଅଲରାଉଣ୍ଡର ତଥା ଅଧିନାୟକ କପିଳ ଦେବ ପ୍ରାୟତଃ କୁଞ୍ଚିତ କେଶରେ ନଜର ଆସୁଥିଲେ। କପିଳଙ୍କ ପରିବର୍ତ୍ତିତ ଲୁକ୍କୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି।
୬ ଜାନୁଆରୀ ୧୯୫୯ରେ ଜନ୍ମ ହୋଇଥିବା ୬୧ ବର୍ଷିୟ କପିଲ ଦେବ ତାଙ୍କ ବୟସର ଏହି ପର୍ୟ୍ୟାୟରେ ମଧ୍ୟ ଅତ୍ୟନ୍ତ ଫିଟ୍ ମନେ ହେଉଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories