www.samajalive.in
Wednesday, December 10, 2025
26.1 C
Bhubaneswar

ଇ-ନାମ୍‍ ବ୍ୟବସ୍ଥାରେ ଓଡ଼ିଶା ସମେତ ୧୨ ରାଜ୍ୟ ସାମିଲ

ସମାଜ ପୋର୍ଟାଲ ଡେସ୍କ: କୃଷି ମନ୍ତ୍ରଣାଳୟ ପାଇକାରୀ ବଜାରରେ ଭିଡ଼ କମ୍‍ କରାଇବା ଓ ସାମଗ୍ରୀଗୁଡ଼ିକର ଯୋଗାଣରେ ଉନ୍ନତି ଆଣିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି। ଜାତୀୟ କୃଷି ବଜାର, ଇ-ନାମ୍‍ ପୋର୍ଟାଲ୍‍ରେ ଆଉ ଦୁଇଟି ନୂଆ ମଡୁଲ୍‍ ଯୋଡ଼ାଯାଇ ଏଥିରେ ଉନ୍ନତି ଅଣାଯାଇଛି। ସେହି ଦୁଇ ମଡୁଲ ମଧ୍ୟରେ ଗୋଦାମ ଭିତ୍ତିକ ବାଣିଜ୍ୟ ମଡୁଲ ଓ କୃଷକ ଏବଂ ତତ୍‍ ସମ୍ବନ୍ଧୀୟ ପଦାର୍ଥ ଉତ୍ପାଦକାରୀ ସଂଗଠନ ମଡୁଲ ଅନ୍ତର୍ଭୁକ୍ତ। ଗୋଦାମ ଭିତ୍ତିକ ବ୍ୟବସାୟୀକ ମଡୁଲ୍‍ ଦ୍ୱାରା କୃଷକମାନେ ଗୋଦାମ ବିକାଶ ଓ ନିୟନ୍ତ୍ରଣ କର୍ତ୍ତୃପକ୍ଷରୁ ସେମାନଙ୍କର ଉତ୍ପାଦିତ ସାମଗ୍ରୀଗୁଡ଼ିକର ବିକ୍ରୟ କରିପାରିବେ।

ପଞ୍ଜିକୃତ ଗୋଦାମଗୁଡ଼ିକୁ ବଜାରର ମାନ୍ୟତା ଦିଆଯାଇଛି। ଏଫ୍‍ପିଓ ବ୍ୟବସାୟ ମଡୁଲ ଅନୁସାରେ ଏଫ୍‍ପିଓଗୁଡ଼ିକ ସଂଗ୍ରହ କେନ୍ଦ୍ରଗୁଡ଼ିକରୁ ସେମାନଙ୍କ ଉତ୍ପାଦିତ ପଦାର୍ଥଗୁଡ଼ିକୁ ଅପଲୋଡ଼ କରିପାରିବେ। ମଣ୍ଡିଗୁଡ଼ିକୁ ନଯାଇ ଅନ୍‍ଲାଇନ୍‍ ମାଧ୍ୟମରେ ଏହି କାର୍ଯ୍ୟ କରାଯାଇ ପାରିବ। ଆମ ସମ୍ବାଦଦାତା ଜଣାଇଛନ୍ତି, ପଞ୍ଜାବ, ଓଡ଼ିଶା, ଗୁଜରାଟ, ରାଜସ୍ଥାନ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତାମିଲନାଡୁ, ଓ ଉତ୍ତରପ୍ରଦେଶ ସମେତ ୧୨ଟି ରାଜ୍ୟର କୃଷକ ଓ ତତ୍‍ସମ୍ବନ୍ଧୀୟ ପଦାର୍ଥ ଉତ୍ପାଦନକାରୀ ସଂଗଠନଗୁଡ଼ିକ ଏହି ବ୍ୟବସ୍ଥାରେ ସାମିଲ ହୋଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories