www.samajalive.in
Sunday, December 14, 2025
14.1 C
Bhubaneswar

ଏସସିବିରେ ୩୦୦ରୁ ଊର୍ଦ୍ଧ୍ବ ସ୍ୱାବ୍‌ ପରୀକ୍ଷା : ପର୍ଯ୍ୟାପ୍ତ କିଟ୍‍ ମହଜୁଦ

କଟକ : କଟକ ବଡ଼ ଡାକ୍ତରଖାନାରେ ସୋମବାର ୩୦୦ରୁ ଊର୍ଦ୍ଧ୍ବ କରୋନା ସନ୍ଦିଗ୍ଧଙ୍କ ସ୍ୱାବ ପରୀକ୍ଷା ହୋଇଥିବା ଜଣାପଡିଛି। କଟକ ଜିଲା ସମେତ ଯାଜପୁର, ଜଗତସିଂହପୁର, ଭଦ୍ରକ, ପୁରୀ, ବାଲେଶ୍ୱର ଓ ଢେଙ୍କନାଳ ପ୍ରଭୃତି ଜିଲାରୁ ଆସିଥିବା ନମୁନାଗୁଡିକ ଦୁଇଟି ପର୍ଯ୍ୟାୟରେ ଏସ୍‌ସିବିରେ ପରୀକ୍ଷା କରାଯାଇଥିଲା। ଏସ୍‍ସିବିରେ ପ୍ରତିଦିନ ଦୁଇଟି ଲ୍ୟାବ(କାଇକ୍ରୋବାଇଓଲୋଜି ଓ ବାଇଓକେମିଷ୍ଟ୍ରି)ରେ ଡାକ୍ତର ଓ କର୍ମଚାରୀଙ୍କ ଦ୍ୱାରା ଏହି ସ୍ୱାବ ପରୀକ୍ଷା କରାଯାଉଛି। ଦୁଇଟି ମେସିନ ସହାୟତାରେ ପରୀକ୍ଷା କରାଯାଉଥିବାରୁ ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣ କିଟ ଯୋଗାଇ ଦେଇଛନ୍ତି। କିଟ ନେଇ ଏସସିବିରେ ବର୍ତ୍ତମାନ କୌଣସି ସମସ୍ୟା ନାହିଁ। ପ୍ରତିଦିନ ଏସ୍‌ସିବିରେ ଅଧିକରୁ ଅଧିକ ସ୍ବାବ ପରୀକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ ଚାଲିଛି। ଏହି ପରୀକ୍ଷା ପାଇଁ ଆବଶ୍ୟକ ରାଇବୋ ନ୍ୟୁକ୍ଲିକ ଏସିଡ(ଆରଏନଏ)କିଟସ ଏସସିବିରେ ପର୍ଯ୍ୟାପ୍ତ ପରିମାଣରେ ରହିଥିବା ବିଶେଷ ସୂତ୍ରରୁ ଜଣାପଡିଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories