www.samajalive.in
Saturday, December 13, 2025
26.1 C
Bhubaneswar

କୋଭିଡ – ୧୯: ସହଯୋଗର ହାତ ବଢ଼ାଇଲା କଳାହାଣ୍ଡି ବସୁ ଶବର ସମାଜ

କଲମପୁର: ସମଗ୍ର ବିଶ୍ୱରେ ଏବେ ମହ।।ରୀ କରୋନା ଭୁତାଣୁର ଆତଙ୍କ। ଦେଶରେ ଏବେ ଏହି ମହାମାରୀ କରୋନାର ମୁକାବିଲା ପାଇଁ ସବୁସ୍ତରରେ ଚାଲିଛି ଉଦ୍ୟମ। ଲକଡାଉନ (ତାଲାବନ୍ଦ) ଯୋଗୁଁ ଦୋକାନ ବଜାର ସହିତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆୟର ଉତ୍ସ ବନ୍ଦ ହେଇଯାଇଛି। କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନ ସାଧାରଣଙ୍କ ଜୀବନ ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଯେଉଁଥିପାଇଁ ପ୍ରତିଦିନ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ରାଜ କୋଷ ରୁ ଅର୍ଥ କମି ଚାଲିଛି। ଏଭଳି ସ୍ଥିତିରେ ବିଭିନ୍ନ ବ୍ୟକ୍ତି ବିଶେଷ, ସାଧାରଣ ଜନତା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତା କରି ଆସୁଛନ୍ତି।

ଏହି କ୍ରମରେ କଳାହାଣ୍ଡି ଜିଲାର ଅନ୍ୟ ଏକ ଜନ ଜାତି ବସୁ ଶବର ସମାଜ ତରଫରୁ କରୋନା ସହାୟତା ପାଇଁ ପ୍ରଧାନ ମନ୍ତ୍ରୀ ରିଲିଫ ଫଣ୍ଡକୁ ସହଯୋଗର ହାତ ବଢାଇଛି। ଏହି ସମାଜର ଜିଲା ସଭାପତି ଚନ୍ଦ୍ର ଶେଖର ଶବର, ରତ୍ନାକର ଶବର, ସରୋଜ ଶବର, ଦୁର୍ଗା ଚରଣ ଶବର, କଲମପୁର ବ୍ଲକ ସଭାପତି ରାମ ନାଥ ଶବର ପ୍ରମୁଖଙ୍କ ନେତୃତ୍ୱରେ ଜିଲାର ପ୍ରତ୍ୟେକ ବସୁ ଶବର ପରିବାର ତରଫରୁ ଯଥା ସମ୍ଭବ ଅର୍ଥ ସଂଗ୍ରହ କରି ପ୍ରଧାନ ମନ୍ତ୍ରୀ ରିଲିଫ ଫଣ୍ଡର ଏକାଉଣ୍ଟ ନମ୍ବର ୩୯୨୩୮୭୬୫୦୦୮ରେ ୩୦ ହଜାର ଟଙ୍କା ଜମା କରାଯାଇଛି। ସେତୁ ବନ୍ଧ ବାନ୍ଧିବାରେ ଗୁଣ୍ଡୁଚି ମୁଷାର ଭୂମିକା ନେଇଛି ବସୁ ଶବର ସମାଜ ବୋଲି ସଭାପତି ଶ୍ରୀ ଶବର ଗଣମାଧ୍ୟମକୁ ସୁଚନା ଦେଇଛନ୍ତି। ଏହି ସହାୟତାରୁ କରୋନା ମୁକାବିଲାରେ ବିନିଯୋଗ ହେଲେ ଆମର ଦାନ ସାର୍ଥକ ହେବ ବୋଲି ମତବ୍ୟକ୍ତ କରିଛନ୍ତି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories