www.samajalive.in
Tuesday, December 9, 2025
15.1 C
Bhubaneswar

ନବରଙ୍ଗପୁରରେ ଖୋଲା ଯାଇଥିବା କୋଭିଡ୍-୧୯ ହସ୍ପିଟାଲ ଉଦଘାଟିତ

ଭୁବନେଶ୍ୱର : ନବରତ୍ନ କମ୍ପାନୀ ନାଲକୋର ଅନୁଦାନରେ ନବରଙ୍ଗପୁରଠାରେ ଖୋଲା ଯାଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ ସୋମବାର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଅଛନ୍ତି । ଏହି ସମାରୋହରେ ଦିଲ୍ଲୀରୁ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମାନ୍ୟବର କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ।
କୋଭିଡ୍-୧୯ ଜନିତ ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟ ପ୍ରତି ନିଜର ଦାୟିତ୍ୱବୋଧ ଓ ପ୍ରତିବଦ୍ଧତାକୁ ବଜାୟ ରଖିବା ସହିତ ନାଲକୋ ଏହି ହସ୍ପିଟାଲର ସମସ୍ତ ଭିତ୍ତିଭୂମି ବିକାଶ ଓ ପରିଚାଳନା ଖର୍ଚ୍ଚ ବହନ କରିବ । ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୧୦ ଟି ଆଇ.ସି.ୟୁ. (ଅକ୍ସିମେଟ୍ରି ସହ)ର ବ୍ୟବସ୍ଥା କରାଯିବା ସହିତ ୨୪ ଘଣ୍ଟା ଡାଇଗ୍ନୋଷ୍ଟିକ୍ ସୁବିଧା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ରୋଗୀ ମାନଙ୍କୁ ଯୋଗାଇ ଦିଆ ଯିବାର ବ୍ୟବସ୍ଥା ରହିଛି । ଦକ୍ଷିଣ ଓଡ଼ିଶାରେ ଅବସ୍ଥିତ ଏହି ହସ୍ପିଟାଲ୍ ଆଦିବାସୀ ବହୁଳ ଅବିଭକ୍ତ କୋରାପୁଟ ଜିଲ୍ଲାର ଜନସାଧାରଣଙ୍କୁ କୋଭିଡ୍ ୧୯ ଜନିତ ଚିକିତ୍ସା ସେବା ଯୋଗାଇ ପାରିବ ।
ଏହି ହସ୍ପିଟାଲର ଭିତ୍ତିଭୂମିର ବିକାଶ ଏବଂ ପରିଚାଳନା ପାଇଁ ନାଲକୋ, ଜିଲ୍ଲା ପ୍ରଶାସନ ଏବଂ ନବରଙ୍ଗପୁରସ୍ଥିତ ଖ୍ରୀଷ୍ଟିୟାନ୍ ହସ୍ପିଟାଲ୍ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । କମ୍ପାନୀର ଅଧ୍ୟକ୍ଷ ତାଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର ପ୍ରକାଶ କରିଛନ୍ତି ଯେ, ଏହି କୋଭିଡ ଜନିତ ମହାବିପତ୍ତିର ମୁକାବିଲା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକସରଙ୍କୁ ନାଲକୋ ତାର ଯଥା ସମ୍ଭବ ସହାୟତା ପ୍ରଦାନ କରୁଛି। ଏହା ବ୍ୟତୀତ ସର୍ବସାଧାରଣ ବ୍ୟବହୃତ ଅଞ୍ଚଳ, କାରଖାନା ଏବଂ କାର୍ୟ୍ୟ ପରିସରର ସାନିଟାଇଜେସନ୍, ବଣ୍ଟନ ପାଇଁ ଜିଲ୍ଲା ପ୍ରଶାସନକୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ ତଥା କାରଖାନା ଅଞ୍ଚଳ ଥାନା ଓ ପରିପାର୍ଶ୍ୱ ଅଞ୍ଚଳରେ ସ୍ୱଚ୍ଛତା ସାମଗ୍ରୀ ବଣ୍ଟନ କାରାଯାଉଛି ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories