www.samajalive.in
Wednesday, December 10, 2025
17.1 C
Bhubaneswar

ଲକଡାଉନରେ ସବୁଠୁ ବଡ ସାହାରା ଇଣ୍ଟରନେଟ୍, ଆଠ ଦିନରେ ୨୨ ଲକ୍ଷ ଜିବି ଖର୍ଚ୍ଚ କଲେ ବିହାରବାସୀ

ନୂଆଦିଲ୍ଲୀ : ଲକଡାଉନ ସମୟରେ ଭାରତ ସମେତ ବିଶ୍ବର ସମସ୍ତ ଲୋକଙ୍କ ପାଇଁ ସବୁଠୁ ବଡ ସାହାରା ପାଲଟିଛି ଇଣ୍ଟରନେଟ୍। ଘରେ ବନ୍ଦୀ ହୋଇ ରହିଥିବା ଲୋକମାନେ ଇଣ୍ଟରନେଟ୍ ମାଧ୍ୟମରେ ଦିନ ବିତାଉଛନ୍ତି। କେହି କେହି ଅନଲାଇନ୍ ଫିଲ୍ମସ୍ ଦେଖୁଛନ୍ତି ତ, ଅନ୍ୟ କେହି ୱେବ୍ ସିରିଜ୍ ଦେଖୁଛନ୍ତି। ସେହିପରି କିଛି ଲୋକ ଅନଲାଇନ୍ ଗେମ୍ ଖେଳି ସମୟ ବିତାଉଛନ୍ତି। ଏହା ବ୍ୟତୀତ ଅନେକ ଲୋକ ଘରୁ ଅଫିସ୍ କାମ ମଧ୍ୟ କରୁଛନ୍ତି। ବର୍ତ୍ତମାନ ଏକ ରିପୋର୍ଟରୁ ଜଣାପଡିଛି ଯେ, ଭାରତର ଲୋକମାନେ ଲକଡାଉନରେ ହାରାହାରି ୩,୦୭,୯୬୩ ଟେରାବାଇଟ୍ (ଟିବି) ଡାଟା ବ୍ୟବହାର କରୁଛନ୍ତି।

ଟେଲି ଯୋଗାଯୋଗ ବିଭାଗର ଏକ ରିପୋର୍ଟ ଅନୁଯାୟୀ, ଭାରତର ଲୋକମାନେ ୨୨ରୁ ୨୮ ମାର୍ଚ୍ଚ ମଧ୍ୟରେ ହାରାହାରି ୩,୦୭,୯୬୩ ଟିବି କିମ୍ବା ୩୦୭ ପେଟାବାଇଟ୍ (ପିବି) ଡାଟା ବ୍ୟବହାର କରିଛନ୍ତି। ମାର୍ଚ୍ଚ ୨୧ ତାରିଖ ତୁଳନାରେ ୨୨ ତାରଖରେ ୯ ଗୁଣା ଅଧିକ ଡାଟା ବ୍ୟବହୃତ ହୋଇଛି। ଯଦି ଆମେ ମାର୍ଚ୍ଚ ୧୯ ତାରିଖ ସହିତ ତୁଳନା କରିବା, ତେବେ ୧୩ ପ୍ରତିଶତ ଅଧିକ ଡାଟା ଖର୍ଚ୍ଚ ହୋଇଥିବା ଜଣାପଡିଛି। ସେହିପରି ମାର୍ଚ୍ଚ ୨୨ ଏବଂ ୨୭ରେ ହାରାହାରି ୩୧୨ ପିବି ଡାଟା ବ୍ୟବହାର କରାଯାଇଥିଲା। ସେହିପରି ୩୧୧ ପିବି ଡାଟା କେବଳ ୨୬ ମାର୍ଚ୍ଚରେ ବ୍ୟବହୃତ ହୋଇଥିଲା। (ଗୋଟିଏ ପିବି ହେଉଛି ୧୦୦୦ ଟିବି କିମ୍ବା ୧୦ ମିଲିୟନ୍ ଜିବି)

- Advertisement -

ରାଜ୍ୟଗୁଡିକ ବିଷୟରେ ଆଲୋଚନା କଲେ, ମାର୍ଚ୍ଚ ୨୨ରୁ ୨୮ ତାରିଖ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୧୨ ପ୍ରତିଶତ ଅଧିକ ଡାଟା ବ୍ୟବହାର ହୋଇଛି। ଅର୍ଥାତ୍ ଏହି ସମୟ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୨୨ ପିବି ବ୍ୟବହାର ହୋଇଛି। ବିହାରର ଲୋକମାନେ ୨୨.୬ ପିବି ଡାଟା ବ୍ୟବହାର କରିଛନ୍ତି। ସେହିପରି ମହାରାଷ୍ଟ୍ରରେ ଏହି ସମୟ ମଧ୍ୟରେ ହାରାହାରି ୨୬.୬ ପିବି ଡାଟା ବ୍ୟବହାର କରିଛନ୍ତି। ଯାହା ଦେଶରେ ସର୍ବାଧିକ। କିନ୍ତୁ ବର୍ତ୍ତମାନ ଏହା ହ୍ରାସ ପାଇବାରେ ଲାଗିଛି। ଏପ୍ରିଲର ପ୍ରଥମ ସପ୍ତାହରେ ଦେଶରେ ହାରାହାରି ୩୦୦ ପିବି ଡାଟା ବ୍ୟବହାର ହୋଇଛି। ଦ୍ୱିତୀୟ ସପ୍ତାହରେ ଏହା ହ୍ରାସ ପାଇ ୨୯୮ ପିବି ହୋଇଥିଲା।

ଟେଲିକମ୍ ବିଭାଗର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ବ୍ରଡବ୍ୟାଣ୍ଡ୍ ର ହାରାହାରି ଡାଉନଲୋଡ୍ ସ୍ପିଡ୍ ୩୬.୧୭mbps ଏବଂ ମୋବାଇଲ୍ ଡାଉନଲୋଡ୍ ସ୍ପିଡ୍ ୯.୬୭mbps ରହିଛି। ସ୍ପିଡ୍ ଟେଷ୍ଟ କୁ ନେଇ ଏପ୍ରିଲ୍ ୧୫ରେ ଏହି ତଥ୍ୟ ପ୍ରକାଶ ପାଇଥିଲା।

ସୂଚନାଯୋଗ୍ୟ, ଡାଟା ବ୍ୟବହାରକୁ ହ୍ରାସ କରିବା ପାଇଁ ଷ୍ଟ୍ରିମିଂ ଭିଡିଓର କ୍ବାଲିଟ୍ ୫୦ ପ୍ରତିଶତ ହ୍ରାସ କରାଯାଇଛି। ଆମାଜନ ପ୍ରାଇମ ଭିଡିଓ, ନେଟଫ୍ଲିକ୍ସ, ହଟଷ୍ଟାର ଏବଂ ୟୁଟ୍ୟୁବ ପରି କମ୍ପାନୀଗୁଡିକ ବର୍ତ୍ତମାନ କେବଳ ଷ୍ଟାଣ୍ଡାର୍ଡ ଅର୍ଥାତ୍ SD କ୍ବାଲିଟ୍ ଭିଡିଓ ଦେଖାଉଛନ୍ତି। ବର୍ତ୍ତମାନ ମୋବାଇଲ୍ ନେଟୱାର୍କରେ ଭିଡିଓ କ୍ବାଲିଟ୍ ୪୮୦ ପିକ୍ସେଲ ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories