www.samajalive.in
Sunday, December 14, 2025
19.1 C
Bhubaneswar

ଖୋଲିବ ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ : ଅଫିସ ଆସିବେ ଗ୍ରୁପ୍-‘ଏ’ର ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ

ଭୁବନେଶ୍ୱର : କରୋନା ଲକ ଡାଉନ ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ହେଲେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସବୁ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ଲକଡାଉନ ନିର୍ଦ୍ଦେଶନାମା ମାନି ଖୋଲିବା ପାଇଁ ସୋମବାର ଉଚ୍ଚଶକ୍ଷା ବିଭାଗର ସଚିବ ସମସ୍ତ ବିଶ୍ୱବିଦ୍ୟାଳୟଙ୍କୁ ଚିଠି ଲେଖିଛନ୍ତି। ହେଲେ କେବେଠୁ ସବୁ ବିଶ୍ୱବିଦ୍ୟାଳୟ ଖୋଲିବ ସେ ନେଇ ନିର୍ଦ୍ଦେଶନାମାରେ କିଛି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇନାହିଁ ।

ଗ୍ରୁପ୍-‘ଏ’ର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଦୈନିକ ଅଫିସ ଆସିବେ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ୱବିଦ୍ୟାଳୟ ଖୋଲିବା ସତ୍ୱେ ଥିଓରୀ, ପ୍ରାକ୍ଟ୍ରିକାଲ କ୍ଲାସ ପ୍ରତ୍ୟେକ୍ଷ ଭାବେ ଶିକ୍ଷାଦାନ ନକରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପିଲା ହଷ୍ଟେଲରେ ରହିପାରିବେନି ଏବଂ ବିନା ଅନୁମତିରେ ମଧ୍ୟ ଆସିପାରିବେନି। ସେମିନାର, ୱାର୍କସପ୍ କରିବାକୁ ମନା କରାଯାଇଛି। ଆବଶ୍ୟକସ୍ଥଳେ ଏହାକୁ ଅନଲାଇନରେ କରାଯିବ ବୋଲି ଉଲ୍ଲେଖ ରହିଛି। ହେଲେ ଅନ୍‌ଲାଇନରେ ପିଏଚଡି ମୌଖିକ ସାକ୍ଷାତ କରାଯିବ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories