www.samajalive.in
Friday, December 12, 2025
26.1 C
Bhubaneswar

ପାର୍ସଲ, ରାସନ, ମାସ୍କକୁ ବିଶୋଧିତ କରିବ କରୋନା ଓଭନ୍‌

ବେଙ୍ଗାଲୁରୁ: କରୋନା ଭୂତାଣୁକୁ ଘରଠାରୁ ଦୂରେଇ ରଖିବା ଲାଗି ବେଙ୍ଗାଲୁରୁର ଉ‌େ‌ଦ୍ୟାଗପତି ପଙ୍କଜ ଶର୍ମା ଏକ ଅଭିନବ କୀଟାଣୁନାଶକ ଚ୍ୟାମ୍ବର ଉଦ୍ଭାବନ କରିଛନ୍ତି । କରୋନା ଓଭନ୍‌ ନାମକ ଏହି ଚ୍ୟାମ୍ବର ଦ୍ବାରା ସେ ବଜାରରୁ ଅଣାଯାଇଥିବା ସମସ୍ତ ସାମଗ୍ରୀ, ରାସନ, ପାର୍ସଲ ପ୍ୟାକେଟ ଏବଂ ମାସ୍କକୁ ମଧ୍ୟ ବିଶୋଧନ କରୁଛନ୍ତି। ତାଙ୍କ ପତ୍ନୀ ଏବଂ ପୁତ୍ର ଆସ୍ଥମା ରୋଗରେ ପୀଡ଼ିତ ଥିବାରୁ ସେମାନେ କରୋନା ଭୂତାଣୁ ଦ୍ବାରା ଶୀଘ୍ର ସଂକ୍ରମିତ ହେବାର ଆଶଙ୍କା ରହିଛି। ଏହି ଘଟଣା ହିଁ ଏଭଳି ଏକ ଚ୍ୟାମ୍ବର ପ୍ରସ୍ତୁତ କରିବାକୁ ପଙ୍କଜଙ୍କୁ ପ୍ରେରଣା ଯୋଗାଇଥିଲା। ନାନୋଟେକ୍ନୋଲୋଜି କମ୍ପାନୀ ଲଗ୍‌୯ମାଟେରିଆଲସ୍‌ର ସହ-ପ୍ରତିଷ୍ଠାତା ପଙ୍କଜ ପ୍ରାରମ୍ଭରେ ପ୍ଲାଷ୍ଟିକ ପ୍ୟାକେଟରେ ଉପଲବ୍ଧ ସମସ୍ତ ରାସନ ଓ ଖାଦ୍ୟ ପ୍ୟାକେଟଗୁଡିକୁ ସାବୁନ ଓ ପାଣିରେ ଧୋଇବା ପରେ ଘର ଭିତରକୁ ନେଉଥିଲେ। ଏକଦା ସେ ଏବଂ ତାଙ୍କ ବନ୍ଧୁ ଅକ୍ଷୟ ସିଙ୍ଘାଲ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ (ପିପିଇ)ର ଅଭାବ ଥିବାର ଖବର ଟେଲିଭିଜନରେ ଦେଖିଲେ। ଅନ୍ୟପଟେ ମାସ୍କାର ଅଭାବ କାରଣରୁ ଡାକ୍ତରମାନଙ୍କୁ ଏକ ମାସ ପର୍ୟ୍ୟନ୍ତ ସେମାନଙ୍କ ମାସ୍କ ବ୍ୟବହାର କରିବାକୁ କୁହାଯାଉଥିବା ଖବର ସେମାନଙ୍କୁ ଆନ୍ଦୋଳିତ କରିଥିଲା। ଏହାପରେ ସେମାନେ ଘରକୁ ଅଣାଯାଉଥିବା ସାମଗ୍ରୀକୁ କରୋନା ମୁକ୍ତ କରିବା ତଥା ପିପିଇ ଯୋଗାଇବା ନେଇ ପ୍ରଶାସନ ଉପରେ ରହିଥିବା ଚାପ ହ୍ରାସ କରିବା ଲାଗି ଏହି କରୋନା ଓଭନ୍‌ ପ୍ରସ୍ତୁତ କରିଥିଲେ।

ଏହି କ୍ଷୁଦ୍ର ଏବଂ ହାଲକା ଯନ୍ତ୍ର ଦ୍ବାରା କରୋନା ଭଳି ବିଭିନ୍ନ ଭୂତାଣୁ ଓ କୀଟାଣୁକୁ ନଷ୍ଟ କରାଯାଇପାରିବ। ଏଥିପାଇଁ ଚ୍ୟାମ୍ବରଟିରେ ଅତିବାଇଗଣୀ ରଶ୍ମୀର ପ୍ରୟାଗ ବ୍ୟବସ୍ଥା ରହିଛି। ଏହା ମାତ୍ର ୧୦ମିନିଟ ମଧ୍ୟରେ ଯେକୌଣସି ପ୍ରକାରର ଧାତୁ ବା ସାମଗ୍ରୀ ଉପରୁ କରୋନା ଭୂତାଣୁକୁ ନଷ୍ଟ କରିପାରିବ। ଏନ୯୫, ଚଷମା ଏବଂ ଫେଓସିଳ୍ଡ ଭଳି ଅନ୍ୟ ପିପିଇଗୁଡିକୁ ମଧ୍ୟ ଏହା ବିଶୋଧନ କରିପାରିବ। ଯଦ୍ବାରା ଏହି ଏନ୯୫ ମାସ୍କକୁ ପୁନଃ ବ୍ୟବହାର କରିବା ସମ୍ଭବ ହେବ। ମାତ୍ର ୨ ସପ୍ତାହ ମଧ୍ୟ ପ୍ରସ୍ତୁତ କରାଯାଇଥିବା ଏହି କରୋନାଓଭନ ଲାଗି ପାଟେଣ୍ଟ ଆବେଦନ କରାଯାଇଥିବା ସିଙ୍ଘାଲ ସୂଚନା ଦେଇଛନ୍ତି। ଏହା ସମ୍ପୂର୍ଣ୍ଣ ଭାବେ ରସାୟନରହିତ। ମାଟି, ପ୍ଲାଷ୍ଟିକ, ଧାତୁ, ଲେଦର, କପଡା ଏବଂ ନୋଟ୍‌ରୁ ମଧ୍ୟ ଏହା ଭୂତାଣୁ ସମାପ୍ତ କରିପାରିବ। ଥରକେ ୪୦ରୁ୫୦ଟି ନୋଟ୍‌ ବିଶୋଧିତ ହୋଇପାରିବ। କରୋନା ଓଭନ୍‌ ଦୁଇ ପ୍ରକାରର ରହିଛି। ପ୍ରଥମଟିକୁ ସାଧାରଣ ଇଲେକ୍ଟ୍ରିକ ସକେଟରେ ସଂଯୁକ୍ତ କରି ବ୍ୟବହାର କରାଯିବ । ଦ୍ବିତୀୟଟିକୁ କୌଣସି ବ୍ୟାଟେରୀ ଦ୍ବାରା ସଂଯୋଗ କରାଯିବ। ପ୍ଲଗ-ଇନ୍‌ କରୋନା ଓଭନ୍ ମୂଲ୍ୟ ୭,୯୯୯ ଟଙ୍କା ଧାର୍ୟ୍ୟ କରାଯାଇଥିବା ବେଳେ ବ୍ୟାଟେରୀ ଚାଲିତ କରୋନା ଓଭନ୍ ପାଇଁ ୯,୯୯୯ ଟଙ୍କା ମୂଲ୍ୟ ସ୍ଥିର ହୋଇଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories