www.samajalive.in
Saturday, December 13, 2025
14.1 C
Bhubaneswar

ଦେଶର ପ୍ରଥମ କରୋନାମୁକ୍ତ ରାଜ୍ୟ – ଗୋଆ

ପାଣାଜୀ: ଦେଶବାସୀଙ୍କ ଖୁସି ଖବର। ଗୋଆରେ କେହି କରୋନା ସଂକ୍ରମିତ ରୋଗୀ ନାହାନ୍ତି। କରୋନା ଭୂତାଣୁକୁ ପ୍ରତିହତ କରିବାରେ ସଫଳ ହୋଇଛି ଗୋଆ ପ୍ରଶାସନ। କରୋନା ଭୂତାଣୁର ଜଡ଼ ଉପାଡ଼ି ଫୋପାଡ଼ି ଦେବାରେ ଗୋଆ ହେଉଛି ଭାରତରେ ପ୍ରଥମ ରାଜ୍ୟ ଏବଂ ଦେଶର ପ୍ରଥମ କରୋନା ମୁକ୍ତ ରାଜ୍ୟର ମାନ୍ୟତା ପାଇଛି। ଗୋଆରେ ଜଣେ ବି କରୋନା ସଂକ୍ରମିତ ରୋଗୀ ନ ଥିବାରୁ ଏହା ଏବେ ଗ୍ରିନ୍‌ ଜୋନ୍‌ ତାଲିକାରେ ସାମିଲ ହୋଇଛି। କିଛି ଦିନ ତଳେ ଗୋଆରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଥିଲା। ଏଥିରେ ୬ଜଣ ବିଦେଶୀ ରହିଥିଲେ। କରୋନା ଭୂତାଣୁ ସଂକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଥିବା ଶେଷ ୭ ଜଣ ସୁସ୍ଥ ହୋଇଯାଇଛନ୍ତି। ଗୋଆ ଏବେ ସଂପୂର୍ଣ୍ଣ ରୂପେ କୋଭିଡ୍‌-୧୯ରୁ ମୁକ୍ତ। ଫଳରେ ରବିବାର ଗୋଆ ପ୍ରଶାସନ ଏ ସଂପର୍କରେ ସୂଚନା ପ୍ରଦାନ କରି ଗୋଆ କରୋନା ମୁକ୍ତ ହେବାରେ ଭାରତରେ ପ୍ରଥମ ରାଜ୍ୟ ବୋଲି କହିଛନ୍ତି।

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଟ୍ବିଟ୍‌ କରି କହିଛନ୍ତି ଯେ ଗୋଆ କରୋନା ମୁକ୍ତ ରାଜ୍ୟ ହେବା ଖୁସିର ବିଷୟ। ନିଜର କଠିନ ପରିଶ୍ରମ ଓ ସେବା ଦ୍ବାରା ରୋଗୀମାନଙ୍କୁ ସୁସ୍ଥ କରିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଧନ୍ୟବାଦର ପାତ୍ର। ଏପ୍ରିଲ୍‌ ୩ ତାରିଖ ପରେ ଗୋଆରେ ଆଉ କେହି ସଂକ୍ରମିତ ହୋଇନାହାନ୍ତି ଏବଂ ଯେଉଁମାନେ ସଂକ୍ରମିତ ହୋଇଥିଲେ ସେମାନେ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି। ଯଦିଓ ଗୋଆ କରୋନା ମୁକ୍ତ ରାଜ୍ୟ ହୋଇଛି, ତଥାପି ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଜାରି କରାଯାଇଥିବା ଲଡ୍‌ଡାଉନ୍‌ କଡ଼ାକଡ଼ି ଭାବେ ପାଳନ କରାଯିବ। ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦେଶ ଦିଆଯାଇଛି। ଗୋଆର ସ୍ବାସ୍ଥ୍ୟ ମନ୍ତ୍ରୀ ବିଶ୍ବଜିତ୍‌ ରାଣେ କହିଛନ୍ତି ଯେ କୋଭିଡ୍-୧୯ ଆକ୍ରାନ୍ତ ସଂଖ୍ୟା ‘ଶୂନ’ ହେବା ବାସ୍ତବରେ ଏକ ବଡ଼ ସଂଖ୍ୟା। ରାଜ୍ୟରେ ଚିକିତ୍ସିତ ହେଉଥିବା ସମସ୍ତ କୋଭିଡ୍‌-୧୯ ସଂକ୍ରମିତ ସୁସ୍ଥ ହୋଇ ପାରିଛନ୍ତି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେ ଶୂନ। ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ସେବା କରୁଥିବା ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଏଥିପାଇଁ ଧନ୍ୟବାଦ୍‌ ଜଣାଉଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories