www.samajalive.in
Saturday, December 13, 2025
23.1 C
Bhubaneswar

କରୋନା ଲକ ଡାଉନ: ବନ୍ଦ ହେବ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା

ଆରଡି: ଗ୍ରୀଷ୍ମର ରୁଦ୍ରତାପରୁ ଉପଶମ ପାଇଁ କାହିଁ କେଉଁକାଳରୁ ବାବା ଆଖଣ୍ଡଳମଣିଙ୍କର ଭିତର ଓ ବାହାର ଶୀତଳ ଉପଚାର ନୀତି ଅନୁଷ୍ଠିତ ହୋଇଥାଏ। ମହାବିଷୁବ ସଂକ୍ରାନ୍ତୀ ଠାରୁ ଏକମାସ ବ୍ୟାପି ମଣିବାବାଙ୍କର ଭିତର ଶୀତଳ ଉପଚାର ନୀତିକାନ୍ତି ଅନୁଷ୍ଠିତ ହେବା ସହିତ ପବିତ୍ର ଅକ୍ଷୟତୃତୀୟା ଠାରୁ ୨୧ଦିନ ବ୍ୟାପୀ ବାହାର ଶୀତଳଉପଚାର ନୀତି ଅର୍ଥାତ ଚନ୍ଦନଯାତ୍ରାରେ ମଣିବାବଙ୍କ ଚଳନ୍ତୀ ପ୍ରତିମା ଚନ୍ଦ୍ରଶେଖର ଚନ୍ଦନ ଲାଗି ହେବା ସହ ପୁଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀରେ ଜଳକ୍ରୀଡା ଅନୁଷ୍ଠିତ ହୋଇଥାଏ। ଏପରିକି ପବିତ୍ର ମହାବିଷୁବ ସଂକ୍ରାନ୍ତୀ ଠାରୁ ଏକମାସ ଧରି ସକାଳ ମଙ୍ଗଳ ଆଳତୀ ନୀତି ଠାରୁ ଅପରାହ୍ଣ ବଡସିଂହାର ନୀତିକାନ୍ତି ପ୍ରର୍ଯ୍ୟନ୍ତ ଜଳଛାୟାରେ ରହିଥାନ୍ତି ମଣିବାବା। ତାହାସହ ମନ୍ଦିରର ଆବାହନ କାଳରୁ ପରମ୍ପରା ଅନୁଯାୟୀ ଗୋପାଳ ସମ୍ପ୍ରଦାୟର ଭକ୍ତମାନେ ବିଭିନ୍ନ ନଦୀରୁ ଜଳଭାର ଆଣି ମଣିବାବାଙ୍କ ନିକଟରେ ଲାଗି କରିଥାନ୍ତି ଜଳ। ହେଲେ ଚଳିତତବର୍ଷ କରୋନା ନାମକ ମହମାରୀ ଯୋଗୁ ଲକଡାଉନ ଜାରି ହୋଇଥିବାରୁ ଭକ୍ତମାନଙ୍କର ଜଳଲାଗି ଓ ଦର୍ଶନ ଆଦି ବନ୍ଦ କରାଯାଇଥିବାରୁ ମନ୍ଦିରର ସେବାୟତମାନେ ମଣିବାବଙ୍କ ଶୀତଳ ଉପଚାର ନୀତିକାନ୍ତି ନିମନ୍ତେ ବୈତରଣୀ ନଦୀରୁ ଜଳ ଆଣି ଶୀତଳ ଉପଚାର ନୀତି ସମ୍ପନ୍ନ କରିବା ସହିତ ଅନ୍ୟାନ ନୀତିକାନ୍ତି ସୁଚାର ରୂପେ ତୁଲାଉଛନ୍ତି।

ଚଳିତ ଚନ୍ଦନଯାତ୍ରା ନୀତି ଆସନ୍ତା ୨୬ରୁ ଅକ୍ଷୟତୃତୀୟା ଠାରୁ ଆରମ୍ଭ ହେବ। ହେଲେ କରୋନା ନାମକ ମହାମାରୀ ଯୋଗୁ ଲକଡାଉନ ଜାରି କରାଯାଇଥିବାରୁ ବାହାର ଶୀତଳ ଉପଚାର ନୀତି ଅର୍ଥାତ ଚନ୍ଦନଯାତ୍ରା ବନ୍ଦ ହେବ ବୋଲି ଭଦ୍ରକ ଉପ-ଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ ପ୍ରକାଶ କରିଛନ୍ତି। ଅନ୍ୟପଟେ ମନ୍ଦିରର ବରିଷ୍ଠ ସେବାୟତଙ୍କ କହିବା ଅନୁଯାୟୀ ମଣିବାବାଙ୍କର ସମସ୍ତ ପର୍ବପର୍ବାଣୀ ନୀତିକାନ୍ତି ସହ ଜଡିତ ଥିବାରୁ ବନ୍ଦ ହେବା ଉଚିତ ନୁହେଁ ଅପରପକ୍ଷେ ପ୍ରଶାସନ ପକ୍ଷରୁ ମନ୍ଦିରର ପରମ୍ପରାକୁ ଅକ୍ଷୁନ୍ନ ରଖିବା ସହ କିଭଳି ଭାବେ ମଣିବାବଙ୍କର ସମସ୍ତ ନୀତିକାନ୍ତି ସୁଚାର ରୂପେ ସମ୍ପନ୍ନ ହେବ ସେଥିପାଇଁ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିବା ଦରକାର। ତାହାସହ ପୂର୍ବରୁ ବିଭିନ୍ନ ସମସ୍ୟା ନେଇ ଅନେକ ଥର ଚନ୍ଦନଯାତ୍ରା ବନ୍ଦ ରହିଥିବା ସେବାୟତମାନେ ପ୍ରକାଶ କରିଛନ୍ତି।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories