www.samajalive.in
Saturday, December 6, 2025
16.1 C
Bhubaneswar

ବାହାରେ ବିପଦ, ଘରେ ଅବସାଦ- ବଢୁଛି ମାନସିକ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ବର: ମୁକ୍ତ ଓ ସ୍ବଚ୍ଛନ୍ଦରେ ଦିନକୁ ୧୦ରୁ ୧୨ଘଣ୍ଟା ବାହାରେ ରହୁଥିବା ମଣିଷ ପାଇଁ ଲକଡାଉନ ପାଲଟିଛି ଅଘୋଷିତ କାରାଗାର। ସକାଳର ସୂର୍ୟ୍ୟକିରଣ ପଡିବା ମାତ୍ରେ ଯେଉଁମାନେ ଘରୁ ଗୋଡ଼ କାଢି ବାହାରକୁ ଯାଉଥିଲେ ଏେବ କରୋନା ଭୟରେ ଘରେ ଅନିଚ୍ଛାକୃତ ଭାବେ ବାନ୍ଧି ହୋଇ ରହିଛନ୍ତି। ବାହାରକୁ ଗଲେ ସଂକ୍ରମଣର ବିପଦ ଓ ଅନିଚ୍ଛାକୃତ ଭାବେ ଘରେ ରହିବା ସେମାନଙ୍କୁ ମାନସିକ ସ୍ତରରେ ଭାରାକ୍ରାନ୍ତ କରିଛି। ପ୍ରାୟ ଏକ ମାସ ଧରି ଜାରି ରହିଥିବା ଲକଡାଉନ ସାମାଜିକ ଓ ପାରିବାରିକ କ୍ଷେତ୍ରରେ ପରିବର୍ତ୍ତନ ଆଣିଥିଲା ବେଳେ ଅନେକଙ୍କ ପାଇଁ ମାନସିକ ଅବସାଦରେ ପରିଣତ ହୋଇଛି। ଫଳରେ ଅନେକ ସ୍ଥାନରେ ପାରିବାରିକ କଳହ ଓ ଘରୋଇ ହିଂସା ପରି ଘଟଣା ବୃଦ୍ଧି ପାଉଥିବା ବେଳେ ମାନସିକ ଚାପ ଯୋଗୁ ଆତ୍ମହତ୍ୟା ଉଦ୍ୟମ ଭଳି ଘଟଣା ସହ ମାନସିକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ନେଇ ଇଣ୍ଡିଆନ ମେଡିକାଲ ଆେସାସିଏସନ ଓଡିଶା ଚାପ୍ଟର ପକ୍ଷରୁ କୁହାଯାଇଛି। ଏ କ୍ଷେତ୍ରରେ ପରାମର୍ଶ ଦେବା ଲାଗି ମାନସିକ ରୋଗ ବିେଶଷଜ୍ଞଙ୍କ ନମ୍ବର ଜାରି କରାଯିବା ସହ ଏହାର ଉପଚାର ପାଇଁ ରାଜ୍ୟ ସରକାରଙ୍କୁ ଭାରତୀୟ ମନୋଚିକିତ୍ସକ ସୋସାଇଟି (ଆଇପିଏସ) ଓଡିଶା ଶାଖା ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

ମାନସିକ ରୋଗ ଚିକିତ୍ସକ ଡ. ସମ୍ରାଟ କରଙ୍କ କହିବାନୁସାରେ ଆଇଏମଏ ପକ୍ଷରୁ ନମ୍ବର ଜାରି ହେବା ପରେ ତାଙ୍କ ପାଖକୁ ଦୈନିକ ୫୦ରୁ ୬୦ କଲ ଆସୁଛି। ଯେଉଁ ଅଞ୍ଚଳରେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ସେହି ଅଞ୍ଚଳରୁ ଅଧିକ କଲ ଆସୁଛି। କଲ କରିଥିବା ଅଧିକାଂଶ ଭୟର ଶିକାର ହୋଇଇଥିବା ଜଣାପଡିଛି। ଏହାଛଡା ନିୟମିତ କଲ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ବୟସ୍କ। ଯେଉଁମାନେ ମାନସିକ ରୋଗୀ ବୋଲି ଜଣାପଡୁଛି ସେମାନଙ୍କୁ ଔଷଧ ସେବନ ପାଇଁ ପରାମର୍ଶ ଦିଆଯାଉଛି। ଏହାଛଡା ସାମାନ୍ୟ ଜ୍ବର, ଥଣ୍ଡା ହେଲେ ଲୋକେ ଫୋନ କରି ପରାମର୍ଶ ଲୋଡୁଛନ୍ତି। ସେହିପରି ଲକଡାଉନ ଯୋଗୁ ସ୍କୁଲ କଲେଜ ଓ ବିଭିନ୍ନ ପରୀକ୍ଷା ବନ୍ଦ ହୋଇଯାଇଥିବାରୁ ଅନେକ ଛାତ୍ରଛାତ୍ରୀ ଚାପଗ୍ରସ୍ତ ଅଛନ୍ତି। ଅନେକଙ୍କୁ ଭବିଷ୍ୟତକୁ ନେଇ ଆଶଙ୍କା ଘାରିଛି। ଏପରି କ୍ଷେତ୍ରରେ କିଶୋର/କିେଶାରୀ ତଥା ଯୁବକ ଯୁବତୀଙ୍କ ବ୍ୟବହାରରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଦେଉଛି ବୋଲି ପରିବାର ଲୋକେ ଫୋନ କରି ପରାମର୍ଶ ଲୋଡୁଛନ୍ତି। ବିଭିନ୍ନ ଘରୋଇ ସଂସ୍ଥାରେ କାର୍ୟ୍ୟରତ କର୍ମଜୀବୀ ଚାକିରି ହରାଇବା ନେଇ ଉପୁଜୁଥିବା ପରିସ୍ଥିତି ସେମାନଙ୍କ ଚିନ୍ତା ବଢାଉଛି। ଏହି ଭୟ ମଧ୍ୟ ସେମାନଙ୍କୁ ଚାପଗ୍ରସ୍ତ କରୁଛି। ଏହା ମଧ୍ୟ ଘରୋଇ କଳହ ଓ ହିଂସାର କାରଣ ହୋଇପାରେ ବୋଲିଲି ବିେଶଷଜ୍ଞମାନେ ମତ ଦେଉଛନ୍ତି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories