www.samajalive.in
Wednesday, December 10, 2025
23.1 C
Bhubaneswar

ବାରହା ମାଂସ ଜବତ – ୭ ଗିରଫ

ଆଠମଲ୍ଲିକ: ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ଧଣ୍ଡାତୋପା ରେଞ୍ଜ ଆମ୍ବସରମୁଣ୍ଡା ସେକ୍ସନ ଆଡେଶ୍ବର ବିଟ ମହାଧରପୁର ଖେସରା ଜଙ୍ଗଲ ମଧ୍ୟରୁ ଶନିବାର ଅପରାହ୍ନ ପ୍ରାୟ ଘ ୩.୩୦ ମିନିଟ ସମୟରେ ବନ କର୍ମଚାରୀମାନେ ଚଢ଼ାଉ କରି ବାରହା ମାଂସ ଜବତ କରିଥିବା ବେଳେ ବାରହା ଶିକାରରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଥିବା ବନଖଣ୍ଡ ଅଧୁକାରୀ ସୂଚନା ଦେଇଛନ୍ତି। ସମ୍ପୃକ୍ତ ଶିକାରୀମାନେ ସମସ୍ତେ ମହୀଧରପୁର (ଶୁକ୍ରାଖୋଲ) ଗ୍ରାମର ବୋଲି ରେଞ୍ଜ ଅଫିସର କହିଛନ୍ତି। ଏହି ଶିକାରୀମାନେ କିଛିଦିନ ହେଲା ଜଙ୍ଗଲରେ ନିଆଁ ଲଗାଇ ବନ୍ୟଜନ୍ତୁମାନଙ୍କୁ ହାକା କରୁଥିବା ବିଶେଷ ସୂତ୍ରରୁ ଖବର ପାଇ ଆଠମଲିକ ବନଖଣ୍ଡ ଅଧିକାରୀ ସମ୍ୟକ ସାମନ୍ତରାଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜ ଅଫିସର ରାହାସ ସାହୁ, ଫରେଷ୍ଟର ସୁବ୍ରତ କୁମାର ଶତପଥି, ସନ୍ତୋଷ କୁମାର ସାହୁ, ଫରେଷ୍ଟ ଗାର୍ଡ ଅଞ୍ଜଳୀ ବେହେରା, ଶାନ୍ତନୁ ଦେହୁରୀ, ଜଗୁଆଳି କମଳ ଲୋଚନ ନାୟକ, ପ୍ରଦୀପ ଗଡନାୟକ ସଦଳବଳେ ମହୀଧରପୁର ଖେସରା ଜଙ୍ଗଲରେ ଚଢାଉ କରି ଦୁର୍ବୁତ୍ତମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ବାରହା ମାଂସ, ଟାଙ୍ଗିଆ ଏବଂ ଅନ୍ୟାନ୍ୟ ଧାରୁଆ ଅସ୍ତ୍ର ଜବତ କରିଛନ୍ତି। ଦୁର୍ବୁତ୍ତ ମାନେ ହାକା କରି ସେହି ବାରହାକୁ ଏକ ଗାଡିଆ ମଧ୍ୟରେ ପକାଇ ମାରିଥିବା ରେଞ୍ଜ ଅଫିସର କହିଛନ୍ତି ।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories