www.samajalive.in
Saturday, December 6, 2025
15.1 C
Bhubaneswar

ଲକ୍‌ଡାଉନ୍‌ ଯୋଗୁଁ ଘରକୁ ଆସିପାରିଲାନି ମୃତଦେହ

ପଣ୍ଡାପଡା: ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ଜଣେ ଯୁବକଙ୍କ ସେଠାରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିବାବେଳେ ଲକଡାଉନ ଯୋଗୁଁ ତାଙ୍କ ମୃତଦେହ ଘରେ ପହଞ୍ଚି ପାରିନାହିଁ। ଏଥିପାଇଁ ପରିବାର ଲୋକେ ମାନସିକ ସ୍ତରରେ ଅବସାଦଗ୍ରସ୍ତ ହେବା ସହ ଏଥିନେଇ ଅସନ୍ତୋଷ ପରିଲକ୍ଷିତ ହୋଇଛି। ସୂଚନାକ୍ରମେ, ଘଟଗାଁ ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମ ମୁଣ୍ଡାସାହିର ଧୃବ ମୁଣ୍ଡା(୪୮)ପଶ୍ଚିମବଙ୍ଗର ଗୋକୁଲକୁ କାମଧନ୍ଦା ପାଇଁ ଯାଇଥିଲେ। ଚମ୍ପୁଆ ନିକଟସ୍ଥ ସାତିଳିଆ ଗ୍ରାମର ଶ୍ୟାମ ମୁଣ୍ଡା ନାମକ ନିଜ ସମ୍ପର୍କୀୟଙ୍କ ସହ ୨୦୨୦ ମକରପର୍ବ ପରେ ସେଠାରେ ଯାଇ

ଏକ ଚିମିନି ଇଟାଭାଟିରେ ଶ୍ରମିକ ଭାବେ କାମ କରୁଥିଲେ। ତେବେ ଆଜକୁ ୧୩ଦିନ ପୂର୍ବରୁ ହଠାତ୍‍ ତାଙ୍କ ସମ୍ପର୍କୀୟ ଜଣକ ଦେହ ଖରାପ ହେତୁ ଧୃବଙ୍କ ମୃତ୍ୟୁ ହୋଇଥିବା ଖବର ଦେଇଥିଲେ ବୋଲି ମୃତବ୍ୟକ୍ତିଙ୍କ ପୁତ୍ର ପବନା ମୁଣ୍ଡା ସୂଚନା ଦେଇଛନ୍ତି। ଗାଡି ଚଳାଚଳ ବନ୍ଦ ଥିବାରୁ ଘରକୁ ମୃତଦେହ ନିଆଯାଇପାରିନାହିଁ। ତେଣୁ ସେଠାରେ ହିଁ ମୃତକଙ୍କ ଶରୀରକୁ ପୋତି ଦେଇଥିବା ଖବର ପାଇବାରୁ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡି ଶୁଦ୍ଧିକ୍ରିୟା ସମାପନ କରିଛନ୍ତି। ତେବେ ଲକଡାଉନ ଖୋଲିବା ପରେ ସମ୍ପର୍କୀୟମାନେ ସେଠାରୁ ଫେରିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ଏଥିନେଇ ଥାନାରେ କୌଣସି ଅଭିଯୋଗ କରି ନଥିବା ପରିବାର ଲୋକେ ଜଣାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories