www.samajalive.in
Saturday, December 6, 2025
26.1 C
Bhubaneswar

ମୌଲାନା ସାଦଙ୍କୁ ଠାବ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ:  ନିଜାମୁଦ୍ଦିନ ଘଟଣାର ମୁଖ୍ୟ କୁହାଯାଉଥିବା ତବଲିଗି ମୌଲାନା ସାଦର ଠିକଣା ପାଇଛି ପୁଲିସ । ସେ ନିଜ ସଢ଼ୁ ଘରେ ଲୁଚିଥିବା ପୁଲିସ ନିକଟରେ ସୂଚନା ପହଞ୍ଚିଛି । ପଶ୍ଚିମ ଦିଲ୍ଲୀର ଜାକିରନଗରରେ ଆବୁବାକର ମସଜିଦ ନିକଟରେ ନିଜ ସଢ଼ୁ ଘରେ ମୌଲାନା ସାଦ୍ ଆତ୍ମଗୋପନ କରିଥିବା ଏହି ସୂତ୍ରରୁ ଜଣାପଡ଼ିଛି

ରିପବ୍ଲିକ୍ ଭାରତ ସୂଚନା  ଅନୁସାରେ ତବଲିଗି ଜମାତର ମୁଖିଆ ମୌଲାନା ସାଦ୍ ସହ ହାୱାଲା ସମ୍ପର୍କ ଅଛିକି ନାହିଁ ତାହାର ଯାଞ୍ଚ ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚ ଏ ସମ୍ପର୍କରେ ଶତାଧିକ ଲୋକଙ୍କୁ ଜେରା କରି ସାରିଛି । ମାର୍ଚରେ ତବଲିଗି ଜମାତର କାର୍ଯ୍ୟକ୍ରମ ପୂର୍ବରୁ ମରକଜ ଓ ଏହା ସହ ଜଡ଼ିତ କିଛି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ବେଶ୍ ମୋଟା ଅଙ୍କର ଅର୍ଥ ଜମା ହୋଇଥିବା କ୍ରାଇମବ୍ରାଞ୍ଚ ସୂଚନା ପାଇଛି । ଏହାପରେ ପ୍ରବର୍ତନ ନିର୍ଦେଶାଳୟ ମୌଲାନା ସାଦ୍ ବିରୋଧରେ ଆଉ ଏକ ମାମଲା ରୁଜୁ କରିଛି ।  ଯେଉଁ ଅଞ୍ଚଳରେ ମୌଲାନା ସାଦକୁ ଠାବ କରାଯାଇଛି ସେହି ଅଞ୍ଚଳ କରୋନା ‘ହଟସ୍ପଟ’ ଭାବରେ ପୂର୍ବରୁ ଚିହ୍ନଟ ହୋଇଛି ଏବଂ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇ ସିଲ୍ କରି ଦିଆଯାଇଛି ।  ମୌଲାନା ସାଦଙ୍କୁ ଗିରଫ କରିବାକୁ ଦିଲ୍ଲୀ ପୁଲିସ ବର୍ତମାନ ସୁଦ୍ଧା ନିଜାମୁଦ୍ଦିନ ୱେଷ୍ଟ, ଜାକିରନଗର, ଅଖୋଲା, ପୁରୁଣା ଦିଲ୍ଲୀର କିଛି ଅଞ୍ଚଳରେ ଚଢ଼ଉ କରିଥିବା ସତ୍ତ୍ବେ କୌଣସି ସଫଳତା ପାଇନାହିଁ ।

- Advertisement -

ପୁଲିସ ମୌଲାନାଙ୍କୁ ଦୁଇଥର ନୋଟିସ ପଠାଇଛି । ପ୍ରଥମ ନୋଟିସ ପରେ ମୌଲାନା ନିଜକୁ ସଙ୍ଗରୋଧରେ ରଖିଥିବା ଉଲ୍ଲେଖ କରିଥିଲା । ଦ୍ବିତୀୟ ନୋଟିସରେ କୌଣସି ଉତ୍ତର ମିଳି ନ ଥିଲା । ଇତିମଧ୍ୟରେ ମୌଲାନା ସାଦ୍ ପାଇଁ କ୍ରାଇମବ୍ରାଞ୍ଚ ଓ ପୁଲିସ ପ୍ରଶ୍ନର ଏକ ଲମ୍ବା ସାରଣୀ ପ୍ରସ୍ତୁତ କରିଛି । ସେହିପରି ମକରଜ ସଂକ୍ରାନ୍ତ ଏତଲାରେ ୩୦୪ ଓ ୩୦୮ ଦଫାକୁ ଯୋଡ଼ିଛି । ଅନ୍ୟପକ୍ଷରେ ୧୯୦୦ ବିଦେଶୀ ଜମାତିଆଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରାଯାଇଛି । ଭିସା ନେଇ ନିୟମ ବିରୋଧରେ ଧାର୍ମିକ କାର୍ଯ୍ୟକଳାପରେ ସାମିଲ ହୋଇଥିବା ଯୋଗୁଁ ଏହି ପଦକ୍ଷେପ ନିଆଯାଇଛି ।

ଦିଲ୍ଲୀ ପୁଲିସ ଇତିମଧ୍ୟରେ ୧୫୦୦ ଜମାତିଙ୍କୁ ଧରିଛି ଯେଉଁମାନଙ୍କ ମଧ୍ୟରେ ୪୦୦ ବିଦେଶୀ ଅଛନ୍ତି । ଏମାନଙ୍କ ମଧ୍ୟରୁ ୭୦% ମକରଜ ସଂସ୍ପର୍ଶରେ ଆସିଥିଲେ। ଏମାନେ ଚାନ୍ଦିନମହଲ, ତୁର୍କମାନ ଗେଟ୍, ଚାନ୍ଦନୀଚୌକ, ୱଜିରାବାଦ, ଶାସ୍ତ୍ରୀ ପାର୍କ, ମାଲବ୍ୟ ନଗରର ବିଭିନ୍ନ ମସଜିଦରେ ରହୁଥିଲେ ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories