www.samajalive.in
Saturday, December 13, 2025
27.1 C
Bhubaneswar

ଘରେ ପ୍ରସ୍ତୁତ କରନ୍ତୁ ନଡ଼ିଆ ଲଡୁ

ଆପଣ ନିଶ୍ଚୟ ଅନେକ ପ୍ରକାରର ଲଡୁ ଖାଇଥିବେ। ଯେପରିକି ବୁନ୍ଦି, ମଇଦା, ବେସନ ଓ ନଡିଆ ଲଡୁ ଇତ୍ୟାଦି। କିନ୍ତୁ ଘରେ କେବେ ନଡ଼ିଆ ଲଡୁ ତିଆରି କରିଛନ୍ତି କି? ଆଜି ଆମେ ବତାଇବୁ ନଡ଼ିଆ ଲଡୁ ପ୍ରସ୍ତୁତ କରିବାର ସହଜ ଉପାୟ…ଯାହା ଲକଡାଉନରେ ଘରେ ରହିବା ସମୟରେ କାମ​‌ରେ ଆସିବ।

ଆବଶ୍ୟକୀୟ ସାମଗ୍ରୀ ; ୨୫୦ ଗ୍ରାମ ନଡ଼ିଆ ପାଉଡର(କୋରା ନଡିଆକୁ ପେ​‌ଷି ଦେବ), ଏକ ଛୋଟ କପ୍ କ୍ଷୀର, ୬ ଚାମଚ ଚିନି, ୨ ଚାମଚ ଘିଅ, ଏକ ଚାମଚ ଗୁଜୁରାତି ପାଉଡର।

- Advertisement -

ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଏକ ନଡ଼ିଆ ପାଉଡରକୁ ଏକ ପ୍ୟାନରେ ରଖନ୍ତୁ ଏବଂ ଏହାକୁ କିଛି ସେକେଣ୍ଡ ପାଇଁ ହାଲୁକା ଭାବରେ ଭାଜନ୍ତୁ। ଧ୍ୟନ ଦେବେ ଯେ ନଡ଼ିଆର ରଙ୍ଗ ଯେପରି ପରିବର୍ତ୍ତନ ନ ହୁଏ। ହାଲୁକା ଭାଜିବା ପରେ ଏଥିରେ କ୍ଷୀର ମିଶାନ୍ତୁ ଏବଂ ଘାଣ୍ଟନ୍ତୁ। କ୍ଷୀର ସମ୍ପୂର୍ଣ୍ଣ ଶୁଖିଯିବା ମାତ୍ରେ ଚିନି ମିଶାନ୍ତୁ। ଏହା ସମ୍ପୂର୍ଣ୍ଣ ଶୁଖିବା ପର୍ଯ୍ୟନ୍ତ ଏହାକୁ ଘାଣ୍ଟନ୍ତୁ। ଯେତେବେଳେ ପାଣି ଶୁଖିଯିବ, ସେଥିରେ ଘିଅ ଏବଂ ଗୁଜୁରାତି ପାଉଡର ମିଶାଇ ଭଲ ଭାବରେ ମିଶାଇ ଚୁଲା ବନ୍ଦ କରନ୍ତୁ। ଏହା ଥଣ୍ଡା ହୋଇଗଲେ, ଲଡୁ ତିଆରି କରନ୍ତୁ ଏବଂ ଏକ ଥାଳିରେ ରଖନ୍ତୁ। ହାତରେ ଓ ଥାଳିରେ ଘିଅ ଲଗାଇବା ଭୁଲନ୍ତୁ ନାହିଁ। ପ୍ରସ୍ତୁତ ହୋଇଗଲା ନଡ଼ିଆ ଲଡୁ।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories