www.samajalive.in
Sunday, December 7, 2025
26.1 C
Bhubaneswar

ଲକ ଡାଉନ ବଢ଼ାଇଛି ରକ୍ତ ସଂକଟ : ଚିନ୍ତାରେ ରୋଗୀ

ଭୁବନେଶ୍ବର : କରୋନା ଭୟାଭୟତାକୁ ନେଇ ରାଜ୍ୟରେ ଲକ ଡାଉନ ଚାଲିଥିବା ବେଳେ ରକ୍ତ ଭଣ୍ଡାରରେ ରକ୍ତ ସଂକଟ ଦେଖାଯାଇଛି। ରାଜ୍ୟରେ ଆବଶ୍ୟକତା ତୁଳନାରେ ରକ୍ତ ମିଳୁ ନଥିବାରୁ ରୋଗୀଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ପ୍ରଶାସନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।

କରୋନା ଭୂତାଣୁ ଜନିତ ରୋଗକୁ ପ୍ରତିହତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଲକ ଡାଉନ ଘୋଷଣା କରିବା ପରେ ବିଭିନ୍ନ ବର୍ଗର ଲୋକେ ଭିନ୍ନ ଭିନ୍ନ ସମସ୍ୟାରେ ପଡିଛନ୍ତି। ମାତ୍ର  ରକ୍ତ ଉପରେ ନିର୍ଭର କରୁଥିବା ରୋଗୀଙ୍କ ପାଇଁ ଚିନ୍ତା ବଢ଼ାଇଛି ଏହି ଲକ ଡାଉନ।  ଲକ ଡାଉନ ଯୋଗୁ ରକ୍ତ ସଂଗ୍ରହ ହୋଇପାରୁନାହିଁ। ଫଳରେ ରାଜ୍ୟରେ ରକ୍ତ ଭଣ୍ଡାରଗୁଡିକରେ ରକ୍ତ ଅଭାବ ପରିଲକ୍ଷିତ ହୋଇଛି। ରକ୍ତ ପାଇଁ ରୋଗୀଙ୍କ ସଂପର୍କୀୟଙ୍କୁ ନାକେଦମ ହେବାକୁ ପଡୁଛି। କେତେକ କ୍ଷେତ୍ରରେ ରକ୍ତଭଣ୍ଡାର ଅଧିକାରୀ ରୋଗୀଙ୍କ ସଂପର୍କୀୟଙ୍କୁ ରକ୍ତଦାତାଙ୍କୁ ଖୋଜିବାକୁ କହୁଥିବା ମଧ୍ୟ ଦେଖାଯାଇଛି।

- Advertisement -

କେନ୍ଦ୍ରପଡା ଜିଲା ଇଛାପୁର ଗ୍ରାମର କୈଳାସ ପରିଡା ନିଜ ଗର୍ଭବତୀ ପତ୍ନୀ ମଧୁସ୍ମିତାଙ୍କ ପାଇଁ ରକ୍ତ ଯୋଗାଡ କରିବାକୁ ବିଭିନ୍ନ ରକ୍ତ ଭଣ୍ଡାରକୁ ଦୈାଡାଦୌଡି କରିଥିଲେ। ବହୁ କଷ୍ଟରେ ରକ୍ତ ଯୋଗାଡ ହୋଇ ପାରିଥିବା ସେ କହିଛନ୍ତି। ତାଙ୍କ ପତ୍ନୀ ଯମଜ ଶିଶୁ ଜନ୍ମ ଦେଇଥିବା ବେଳେ ଗୋଟିଏ ନଷ୍ଟ ହୋଇ ଯାଇଥିଲା। କେବଳ କୈଳାସଙ୍କ କ୍ଷେତ୍ରରେ ନୁହେଁ ଅନେକ  କ୍ଷେତ୍ରରେ ଏଭଳି ସମସ୍ୟା ଦେଖାଯାଉଛି। ବିଶେଷ କରି ନିୟମିତ ଭାବେ ରକ୍ତର ଆବଶ୍ୟକତା କରୁଥିବା ରକ୍ତହୀନତା, ଲିକାମିଆ, ଥାଲାସେମିଆ ଆଦି ରୋଗୀଙ୍କ ପାଇଁ ରକ୍ତ ଅଭାବ ଚିନ୍ତା ବଢ଼ାଯାଇଛି।

ରାଜ୍ୟରେ ୨୭ଟି ଘରୋଇ ରକ୍ତଭଣ୍ଡାର ସମେତ ମୋଟ ୮୩ଟି  ରକ୍ତଭଣ୍ଡାରରେ ରକ୍ତ ଅଭାବ ପରିଲକ୍ଷିତ ହୋଇଛି।  ଦିନକୁ ୪ ହଜାର ୟୁନିଟ ରକ୍ତର ଆବଶ୍ୟକତା ରହିଥିବା ବେଳେ ୩ ହଜାର ୟୁନିଟ ରକ୍ତ ସଂଗ୍ରହ ହୋଇପାରୁଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରକ୍ତ ସଂଗ୍ରହ ବନ୍ଦ ରହିଥିବାରୁ ଏଭଳି ସମସ୍ୟା ଦେଖାଯାଇଥିବା ରକ୍ତ ସୁରକ୍ଷା ସଂସ୍ଥାର ନିର୍ଦେଶକ ଦିନବନ୍ଧୁ ପଣ୍ଡା କହିଛନ୍ତି।

ଗତ ୧୧ ତାରିଖରେ ମୋବାଇଲ ରକ୍ତଦାନ କାର୍ଯ୍ୟକ୍ରମ ଜରିଆରେ ରକ୍ତ ସଂଗ୍ରହ କରାଯାଇଥିଲା।  ଲକଡାଉନ ଜାରି ରହିଥିବାରୁ ରକ୍ତ ସଂଗ୍ରହରେ ସମସ୍ୟା ଲାଗି ରହିବ। ଯାହା ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଅନ୍ୟ ପକ୍ଷରେ କୋରୋନା ସ୍ଥିତି ଥିବାରୁ ରକ୍ତ ସଂଗ୍ରହ ବେଳେ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ରରୁ ନିର୍ଦେଶ ରହିଛି। ରକ୍ତଦାନ କରିବାକୁ ଥିବା ଲୋକଙ୍କଠାରୁ ୧୪ ଦିନ ପୂର୍ବରୁ ତଥ୍ୟ ସଂଗ୍ରହ ସହ ସମସ୍ତ ପରୀକ୍ଷା କରିବାକୁ କୁହାଯାଇଛି। ବ୍ୟକ୍ତି କୋରାନା ସଂକ୍ରମିତ ନ ହୋଇଥିଲେ ରକ୍ତଦାନ କରିପାରିବେ ବୋଲି ­କୁହାଯାଇଛି। ଏଭଳି ସ୍ଥିତିରେ ସରକାରଙ୍କ ପାଇଁ ରକ୍ତସଂଗ୍ରହ କଷ୍ଟକର ହୋଇଛି। ତଥାପି ରକ୍ତ ସଂଗ୍ରହ ତ୍ବରାନ୍ବିତ କରା ନଗଲେ ଆଗକୁ ଭୟଙ୍କର ସ୍ଥିତି ଉପୁଜିପାରେ ବୋଲି କହିଛନ୍ତି ସାମାଜିକ କର୍ମୀ ଅନୁରାଧା ବିଶ୍ବାଳ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories